ETV Bharat / sukhibhava

ସାବଧାନ ! ଏହି ସବୁ ଲକ୍ଷଣ ଥିଲେ ବୃଦ୍ଧିପାଏ କୋଲେଷ୍ଟ୍ରଲ୍, କୁଅଭ୍ୟାସଠୁ ଦୂରେଇ ରୁହନ୍ତୁ

କୋଲେଷ୍ଟ୍ରଲ ଅସନ୍ତୁଳନ କାରଣରୁ ମାଡିବସେ ବିଭିନ୍ନ ପ୍ରକାର ରୋଗ । ଏହି ସବୁ ଲକ୍ଷଣ ଥିଲେ ସାବଧାନ ରହିବା ସହ ଡାକ୍ତରଙ୍କ ପରାମର୍ଶ କରାଇନିଅନ୍ତୁ । ଅଧିକ ପଢ଼ନ୍ତୁ

author img

By

Published : Feb 6, 2023, 4:17 PM IST

An woman feeling weak
An woman feeling weak

ହାଇଦ୍ରାବାଦ: ଶରୀରରେ କୋଲେଷ୍ଟ୍ରଲ ଅଧିକ ହେଉ ଅବା କମ୍ ଉଭୟ କ୍ଷତିକାରକ । ତେଣୁ ସର୍ବଦା କୋଲେଷ୍ଟ୍ରଲ ସନ୍ତୁଳନ ବଜାୟ ରହିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ । ମାତ୍ର ଏଲଡିଏଲ(ଲୋ-ଡେନସିଟି ଲିପୋପ୍ରୋଟିନ) ତଥା ଖରାପ କୋଲେଷ୍ଟ୍ରଲର ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି । ବିଶ୍ବର ପ୍ରାୟ ପ୍ରତ୍ୟେକ ବୟସର ଲୋକଙ୍କ ମଧ୍ୟରେ ଏହି ସମସ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ, ଜୀବନଶୈଳୀ ପରିବର୍ତ୍ତନ ମୁଖ୍ୟତଃ ଭାବେ ଦାୟୀ । ତେବେ କୋଲେଷ୍ଟ୍ରଲ ଅସନ୍ତୁଳନ କି କି କ୍ଷତି ଘଟାଏ ଏବଂ ଏହାକୁ ନିୟନ୍ତ୍ରଣ ରଖିବା ପାଇଁ କଣ କରିବେ, ଜାଣନ୍ତୁ...

କୋଲେଷ୍ଟ୍ରଲ ହେଉଛି ଏକ ଚର୍ବି ପରି ପଦାର୍ଥ ଯାହା ଆମ ଶରୀରର ପ୍ରାୟ ସମସ୍ତ କୋଷରେ ଥାଏ । ଏହା ଶରୀରରେ ମିଳୁଥିବା ଏକ ପ୍ରକାର ପ୍ରୋଟିନ୍ । ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ, ଏଲଡିଏଲ ନିମ୍ନ ସାନ୍ଦ୍ରତା ଲିପୋପ୍ରୋଟେନ୍ ଏବଂ ଏଚଡିଏଲ ଉଚ୍ଚ ସାନ୍ଦ୍ରତା ଲିପୋପ୍ରୋଟେନ୍ । ଏଥିମଧ୍ୟରେ ଏଲଡିଏଲକୁ ଖରାପ କୋଲେଷ୍ଟ୍ରଲ ଏବଂ ଏଚଡିଏଲକୁ ଭଲ କୋଲେଷ୍ଟ୍ରଲ ବୋଲି କୁହାଯାଏ ।

ଅନେକ ଥର ଏହି ସମସ୍ୟା ଯେଉଁ ଖାଦ୍ୟରେ ଚର୍ବିର ପରିମାଣ ଅଧିକ ରହିଥାଏ, ସେହି ଖାଦ୍ୟ ଖାଇବା କାରଣରୁ ଦେଖାଦିଏ । ବେଳେ ବେଳେ ଶାରୀରିକ ସ୍ବାସ୍ଥ୍ୟ କିମ୍ବା ଚାପ ଭଳି ସମସ୍ୟା ଯୋଗୁଁ ଶରୀରରେ ଏଲଡିଏଲ ସ୍ତର ବଢିପାରେ । ଯେତେବେଳେ ଶରୀରରେ ଏଲଡିଏଲ ସ୍ତର ବଢେ, ଏଚଡିଏଲ ସ୍ତର କମିବା ଆରମ୍ଭ କରେ । ଏପରି ଅବସ୍ଥାରେ ଆମ ରକ୍ତଭଣ୍ଡାର ଏବଂ ଧମନୀରେ ଚର୍ବି ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଫଳସ୍ବରୂପ ହୃତପିଣ୍ଡ, ମସ୍ତିଷ୍କ ଏବଂ ଶରୀରର ଅନେକ ଅଙ୍ଗରେ ରୋଗ ବା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢ଼ିଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶରୀରରେ ଖରାପ କୋଲେଷ୍ଟ୍ରୋଲର ବୃଦ୍ଧି ଜୀବନଶୈଳୀ ଯୋଗୁଁ ହୋଇଥାଏ । ବ୍ୟାୟାମ ନକରିବା, ସୁସ୍ଥ ଖାଦ୍ୟ ନଖାଇବା, ନିଦର ଅଭାବ ଆଦି ଅସନ୍ତୁଳନ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ହୋଇଥାଏ । ରୋଗର ସବୁଠୁ ମୁଖ୍ୟ ସମସ୍ୟା ହେଉଛି, ପ୍ରାଥମିକ ଅବସ୍ଥାରୁ ଏ ବାବଦରେ ଜଣାନପଡିବା । ରୋଗ ଚିହ୍ନଟ ହେବା ବେଳକୁ ସମସ୍ୟା ଗମ୍ଭୀର ହୋଇଯାଇଥାଏ । ଏଭଳି ସ୍ଥିତିରେ ସଠିକ୍ ସମୟରେ ରୋଗ ଚିହ୍ନଟ ସବୁଠୁ ଗୁରୁତ୍ବପୂର୍ଣ୍ଣ । ନିମ୍ନରେ କୋଲେଷ୍ଟ୍ରଲ୍ ବୃଦ୍ଧିର କେତେକ ଲକ୍ଷଣ ବାବଦରେ ଆଲୋଚନା କରାଯାଇଛି...

ଶରୀରରେ କୋଲେଷ୍ଟ୍ରଲ୍‌ର ବୃଦ୍ଧି ଘଟିଲେ ଥକ୍କାପଣ, ଦୁର୍ବଳତା ଇତ୍ୟାଦି ସମସ୍ୟା ଦେଖାଯାଏ । ବେଳେବେଳେ ଆଖି ଚାରିପାଖରେ ମଧ୍ୟ ହଳଦିଆ ଦେଖାଯାଏ । ଆଖି ନିକଟରେ କୋଲେଷ୍ଟ୍ରଲ୍ ଜମା ହେତୁ ଏପରି ଘଟେ । ଏହି ସବୁ ଲକ୍ଷଣକୁ ଆଦୌ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ମେଦ ବହୁଳତାରୁ ଦୂରେଇ ରୁହନ୍ତୁ:- ଶରୀରରେ ମେଦ ବହୁଳତା ଖରାପ କୋଲେଷ୍ଟ୍ରୋଲ ଜମିବାର ମୁଖ୍ୟ କାରଣ ହୋଇଥାଏ । ଏଥିପାଇଁ ସର୍ବଦା ନିଜ ନିୟନ୍ତ୍ରଣରେ ରଖନ୍ତୁ ।

ନିୟମିତ ବ୍ୟାୟାମ:- ବ୍ୟାୟାମ ବା ଶାରୀରିକ କାର୍ଯ୍ୟକଳାପ ଅଧିକାଂଶ ରୋଗରୁ ମୁକ୍ତି ଦେଇଥାଏ । କାରଣ ଏହା ଦ୍ବାରା ରକ୍ତ ସଂଚାଳନ ପ୍ରକ୍ରିୟା ସୁରୁଖୁରୁରେ ହୋଇଥାଏ, ଫଳରେ ସୁସ୍ବାସ୍ଥ୍ୟ ବଜାୟ ରହେ ।

ଧୂମପାନ ବା ନିଶାଦ୍ରବ୍ୟଠୁ ଦୂରେଇ ରୁହନ୍ତୁ:- ମଦ, ସିଗାରେଟ ଭଳି ଯେକୌଣସି ନିଶାଦ୍ରବ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ । ଏଗୁଡିକ ଶରୀରରେ ଏଲଡିଏଲ ସ୍ତର ବଢାଇଥାଏ । ଅଧିକ ମାତ୍ରାରେ ମଦ କିମ୍ବା ନିଶାଦ୍ରବ୍ୟ ସେବନ କରିବା ଦ୍ବାରା କେବଳ ଯେ, କୋଲେଷ୍ଟ୍ରଲ ବୃଦ୍ଧିପାଏ ତାହା ନୁହେଁ, ବିଭିନ୍ନ ମାରାତ୍ମକ ରୋଗ ମଧ୍ୟ ମାଡିବସେ । ତେଣୁ ଏସବୁ ଅଭ୍ୟାସରୁ ନିବୃତ୍ତ ରହିବା ସହ ସାମାନ୍ୟ ଲକ୍ଷଣ ପରିଲିକ୍ଷିତ ହେଲେ ଡାକ୍ତରଙ୍କ ପରାମର୍ଶ କରାଇବା ଦ୍ବାରା ରୋଗରୁ ମୁକ୍ତି ମିଳିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.