ETV Bharat / sukhibhava

Cancer Treatment: ଏହି ସବୁ ପରିବାରେ ରହିଛି କର୍କଟ ବିନାଶକାରୀ ଗୁଣ - ବେରି

ବିଭିନ୍ନ ଜଟିଳ ରୋଗ ମଧ୍ୟରୁ କର୍କଟ ଅନ୍ୟତମ । ଏହାକୁ ପ୍ରତିହତ କରିବାକୁ କେତେକ ଚିକିତ୍ସା ଉପଲବ୍ଧ ଥିଲେ ମଧ୍ୟ ଏଥିରୁ ଉପଶମ ସହଜ ହୋଇପାରୁ ନାହିଁ । ତେବେ ଖାଦ୍ୟ ମାଧ୍ୟମରେ କିପରି କର୍କଟ ବିପଦକୁ ଦୂର କରିବେ, ଜାଣନ୍ତୁ

Fruits
Fruits
author img

By

Published : Mar 17, 2023, 1:43 PM IST

ହାଇଦ୍ରାବାଦ: କର୍କଟ ବିଭିନ୍ନ ମାରାତ୍ମକ ରୋଗ ମଧ୍ୟରୁ ଅନ୍ୟତମ, ଯାହା ସହଜରେ ଆରୋଗ୍ୟ ହୋଇପାରେ ନାହିଁ । ବିଶ୍ବର ପ୍ରାୟ ସମସ୍ତ ପ୍ରାନ୍ତରେ ଏହି ରୋଗରେ ପୀଡିତ ବ୍ୟକ୍ତି ଅଛନ୍ତି । ଆମ ଦେଶରେ ମଧ୍ୟ ରୋଗର ଭୟାବହତା କିଛି କମ୍ ନାହିଁ । ବିଭିନ୍ନ ପ୍ରକାର କର୍କଟରେ ପ୍ରତିବର୍ଷ ହଜାର ହଜାର ବ୍ୟକ୍ତିଙ୍କ ଜୀବନ ଯାଉଛି । ବିଜ୍ଞାନର ଅଭିବୃଦ୍ଧି ସାଙ୍ଗକୁ ଏହାର କେତେକ ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଛି ସତ, ମାତ୍ର ଏସବୁ ପ୍ରଭାବୀ ସାବ୍ୟସ୍ତ ହୋଇପାରୁ ନାହିଁ ।

ତେବେ ଆପଣ ଜାଣନ୍ତି କି, କେତେକ ଖାଦ୍ୟ ଅଛି ଯାହା କର୍କଟ ଆଶଙ୍କାକୁ କମ୍ କରିପାରେ । ଆଜ୍ଞା ହଁ, ଏପରି କିଛି ଖାଦ୍ୟ ରହିଛି, ଯେଉଁସବୁ କର୍କଟ ବିରୋଧୀ ଗୁଣ ଧାରଣ କରିଥାଏ । ତେବେ କଣ ଏହି ସବୁ ଖାଦ୍ୟ ନିମ୍ନରେ ବର୍ଣ୍ଣନା କରାଯାଇଛି । ତଥାପି ଏସବୁ ଖାଦ୍ୟ ଲୋକଙ୍କୁ ସମ୍ପୂର୍ଣ୍ଣ କର୍କଟରୁ ରକ୍ଷା କରିପାରିବ ନାହିଁ ବୋଲି ବିଶେଷଜ୍ଞଙ୍କ ମତ ।

ଏହା ମଧ୍ୟ ପଢନ୍ତୁ:- ଏହି ସବୁ ଲକ୍ଷଣ ଥିଲେ ତୁରନ୍ତ କରନ୍ତୁ ଚିକିତ୍ସା ! ହୋଇପାରେ ଏକାଧିକ ଅଙ୍ଗ ଅକାମୀ

ଆପଲ୍:- ଆପଲରେ ପଲିଫେନୋଲ୍ ନାମକ ଉଦ୍ଭିଦ-ଆଧାରିତ ଯୌଗିକ ଥାଏ । ଏହା ପ୍ରଦାହ, ହୃଦ୍‌ରୋଗ ଏବଂ ଆଣ୍ଟିକ୍ୟାନସର୍ ଗୁଣକୁ ରୋକିବାରେ ସାହାଯ୍ୟ କରେ ।

ବେରି:- ବେରି ଯେପରିକି ରସ୍‌ବେରି ଏବଂ ବ୍ଲୁବେରି ବିଭିନ୍ନ କର୍କଟ ରୋଗର ବିକାଶକୁ ରୋକିଥାଏ କିମ୍ବା ମନ୍ଥର କରିଥାଏ । ଏହା ସ୍ତନ କର୍କଟ(ବ୍ରେଷ୍ଟ୍ କ୍ୟାନସ୍) ଏବଂ ପାକସ୍ଥଳୀ(ଷ୍ଟୋମାକ) କର୍କଟକୁ ରୋକିପାରେ ।

କ୍ରୁସିଫେରସ୍ ଭେଜିଟେବଲ୍ସ:- ଏହା ହେଉଛି ଏକ ବିଭିନ୍ନ ପରିବାର ଭଣ୍ଡାର, ଯେଉଁଥିରେ ବ୍ରୋକୋଲି, ଫୁଲକୋବି, ଏବଂ କାଲ ପରି ପନିପରିବା ଥାଏ । କ୍ରୁସିଫେରସ୍ ପନିପରିବାରେ ଭିଟାମିନ୍ ସି, ଭିଟାମିନ୍ କେ, ଏବଂ ମାଙ୍ଗାନିଜ୍ ଭଳି ଉପକାରୀ ପୋଷକ ତତ୍ତ୍ୱ ରହିଥାଏ । ଏହି ପନିପରିବାରେ ସଲଫୋରାଫେନ୍ ଥାଏ, ଯାହାର ଆଣ୍ଟିକ୍ୟାନସର୍ ଗୁଣ ରହିଛି ।

ୱାଲନଟ୍:- ଏଥିରେ ପେଡୁଙ୍କଲାଜିନ୍ ନାମକ ଏକ ପଦାର୍ଥ ଥାଏ, ଯାହା ଶରୀର ୟୁରୋଲିଟିନ୍‌ରେ ମେଟାବୋଲିଜ ହୋଇଥାଏ । ୟୁରୋଲିଥିନ ହେଉଛି ଏକ ଯୌଗିକ ଯାହା ଇଷ୍ଟ୍ରୋଜେନ୍ ରିସେପ୍ଟର ସହିତ ଥାଏ । ଏହା ସ୍ତନ କର୍କଟକୁ ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.