ନୂଆଦିଲ୍ଲୀ: ଦୀର୍ଘମାସ ଧରି ପ୍ରବଳ ଉତ୍ତାପ ପରେ ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି । ମୌସୁମୀ ପ୍ରଭାବରେ ତାତିରୁ ମୁକ୍ତି ମିଳିବା ସହ ବର୍ଷାର ମଜା ନେଉଛନ୍ତି ଲୋକେ । ଘରେ ରହି କିଛି ଗରମା ଗରମ ସ୍ନାକ୍ସ ଏବଂ ବୋର୍ଡ ଗେମ୍ସ ସହ ମଜା ନେବାର ଏହା ଉର୍କୃଷ୍ଟ ସମୟ । ବର୍ଷା ସମୟରେ ବୃଦ୍ଧି ପାଉଥିବା ଜୀବାଣୁଙ୍କ କାରଣରୁ ଅନେକ ଲୋକ ଘରେ ରହିବାକୁ ପସନ୍ଦ କରନ୍ତି । କିଛି ଲୋକେ ଏହି ସମୟରେ ମଧ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
ତେଣୁ ବର୍ଷାଋତୁରେ ଘରକୁ ପରିସ୍କାର ରଖିବା ନିହାତି ଆବଶ୍ୟକ । ଏଥିପାଇଁ ନିମ୍ବ ପତ୍ର ଏକ ଉତ୍କୃଷ୍ଟ ଜିନିଷ । ନିମ୍ବରେ ଥିବା ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଫଙ୍ଗଲ୍ ଗୁଣ ପାଇଁ ଜଣାଶୁଣା ଏବଂ ଅନେକ ଲୋକେ ମଧ୍ୟ ପୁରାତନ ଉପଚାର ମଧ୍ୟରୁ ଏହାକୁ ବ୍ୟବହାର କରିଥାନ୍ତି ।
ଜଣେ ଗୃହିଣୀ ବାଣି ଅନିଲକୁମାର କହିଛନ୍ତି ଯେ, "ମୁଁ ମୋ ଜୀବନସାରା ନିମ୍ବ ବ୍ୟବହାର କରୁଛି । ଚର୍ମ ହେଉ କିମ୍ବା ଘରର ଚଟାଣ ପାଇଁ ସବୁଥିରୁ ଜୀବାଣ ମୁକ୍ତ ପାଇଁ ନିମ୍ବ ଉପରେ ଭରସା କରେ । ଚଟାଣକୁ ସଫା ରଖିବା ପାଇଁ ମୌସୁମୀ ସମୟରେ ଏହାର ଆବଶ୍ୟକତା ନିହାତି ରହିଛି, କାରଣ ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଅଛି । ନିମାଇଲ୍ ହର୍ବାଲ୍ ଫ୍ଲୋର୍ କ୍ଲିନର୍ ହେଉଛି ଏକମାତ୍ର ଜିନିଷ ଯାହା ମୋ ଘରକୁ ଜୀବାଣୁମୁକ୍ତ ରଖବା ପାଇଁ ସହାୟକ ହୋଇଥାଏ । ଏଥିରେ ନିମ୍ବର ଶକ୍ତି ଅଛି ଏବଂ ଏକ ପ୍ରାକୃତିକ ଭାବରେ ସତେଜତା ଏବଂ ଏଥିରେ ଏକ ଦୀର୍ଘସ୍ଥାୟୀ ସୁଗନ୍ଧ ମଧ୍ୟ ରହିଛି ।"
ଘରର ଜୀବାଣୁ ମୁକ୍ତ ରଖିବାରେ ସାହାଯ୍ୟ କରିବାକୁ ଏଠାରେ ଅନ୍ୟ କେତେକ ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ପ୍ରତିକାର ବାବଦରେ ଆଲୋଚନା କରାଯାଇଛି....
Plants- ଘରେ ଗଛ ଲଗାଇବା ଦ୍ବାରା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇନଥାଏ ବରଂ ମାଛିମାନଙ୍କୁ ଘଉଡାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ବଗିଚାକୁ ଅନେକ ଚିକିତ୍ସା ସାମଗ୍ରୀ ଭାବରେ ମଧ୍ୟ ବିବେଚନା କରିଥାନ୍ତି । ତେଣୁ ଘରେ ଗଛ ଲଗାନ୍ତୁ ।
Honey and Water- ମାଛିମାନଙ୍କୁ ଜାଲରେ ପକାଇବା ପାଇଁ ପାଣି ଏବଂ ମହୁର ମିଶ୍ରଣ ବେସ୍ ସହାୟକ ହୋଇଥାଏ । ଏକ ସ୍ଥାନରେ ପାଣି ଏବଂ ମହୁର ମିଶ୍ରଣ କରି ଛୋଟ ଫାଙ୍କ ଥିବା ପିଞ୍ଜରା ମଧ୍ୟରେ ରଖିଦିଅନ୍ତୁ । ମହୁ ବାସ୍ନାରେ ପ୍ରଲୋଭିତ ହୋଇ ମାଛିମାନେ ଆସି ପିଞ୍ଜରାରେ ପଡିଥାନ୍ତି ।
Pine Oil- ପାଇନ୍ ତେଲ ଏକ ଶକ୍ତିଶାଳୀ ପ୍ରାକୃତିକ ମାଛି ଘାତକ । କେବଳ ଛୋଟ ସୂତା ବଲ ତିଆରି କରି ତେଲରେ ଭିଜାଇ ଏକ ପାତ୍ରରେ ରଖନ୍ତି । ଏବଂ ତା’ପରେ ଘରର କୋଣରେ କିମ୍ବା ଯେଉଁଠାରେ ସର୍ବାଧିକ ମାଛି ଦେଖୁଛନ୍ତି, ସେହି ସ୍ଥାନରେ ରଖିଦିଅନ୍ତୁ । ସ୍ବତଃପ୍ରବୃତ ଭାବେ ମାଛିମାନେ ଆସି ଏଠାରେ ପଡିବା ପରେ ନଷ୍ଟ ହୋଇଯାଇଥାନ୍ତି ।