ETV Bharat / sukhibhava

Acne and Pimple: ଏହି ଉପାୟ ଆପଣାଇଲେ ଦୂର ହେବ ବ୍ରଣ ସମସ୍ୟା

author img

By ETV Bharat Odisha Team

Published : Aug 26, 2023, 2:12 PM IST

ବ୍ରଣ ପାଇଁ ଚିନ୍ତିତ ଅଛନ୍ତି କି ? ଏଭଳି ନିଅନ୍ତୁ ଯତ୍ନ, ଆସିବନି ସମସ୍ୟା । ଅଧିକ ପଢନ୍ତୁ

Acne and Pimple
Acne and Pimple

ହାଇଦ୍ରାବାଦ: ଶରୀରରେ ମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ । ପୁରୁଷ ଏବଂ ମହିଳା ସମସ୍ତେ ନିଜର ମୁଖ ପ୍ରତି ଅଧିକ ଚିନ୍ତିତ ରହିଥାଆନ୍ତି ଏବଂ ଯତ୍ନ ମଧ୍ୟ ନେଇଥାଆନ୍ତି । ସେନ୍ସେଟିଭ ସ୍କିନ ହୋଇଥିବା ବ୍ୟକ୍ତିଙ୍କର ମୁହଁରେ ଅଧିକ ଚର୍ମ ସମସ୍ୟା ଦେଖାଯାଇଥାଏ । ପାଗରେ ପରିବର୍ତ୍ତନ ସହିତ ଅନେକ ସାବୁନ ଏବଂ ଫେସଓ୍ବାସ କାରଣରୁ ମଧ୍ୟ ମୁହଁରେ ବ୍ରଣ ହୋଇଥାଏ । ତେବେ ଗୋଟିଏ ବ୍ରଣ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ଏହା ଶୀଘ୍ର ଦୂର ହୋଇନଥାଏ । ପରେ ମୁହଁରେ କଳାଦାଗ ହୋଇଥାଏ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣାନ୍ତୁ ଏହି ଟିପ୍ସ

  • ମୁହଁ ଧୁଅନ୍ତୁ: କ୍ଲିନେଜର ସାହାଯ୍ୟରେ ଦିନକୁ 2 ଥର ମୁହଁ ଧୁଅନ୍ତୁ । ଏହାଦ୍ବାରା ମୁହଁର ତେଲ ଏବଂ ମଇଳା ସଫା ହୋଇଥାଏ । ପୋରସ ମଧ୍ୟ ବନ୍ଦ ହୋଇଯାଇଥାଏ । ଆପଣ ଦିନକୁ ଦୁଇ ଥରରୁ ଅଧିକ ମୁହଁ ଧୋଇବା ଉଚିତ୍ ନୁହେଁ, କାରଣ ମୁହଁକୁ ଅଧିକ ଧୋଇବା ଦ୍ୱାରା ବ୍ରଣ ସମସ୍ୟା ଜଟିଳ ହୋଇପାରେ ।
  • ହାଇଡ୍ରେଟ ରଖନ୍ତୁ: ଚର୍ମକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ବାରା ସ୍କିନ ହାଇଡ୍ରେଟ ରହିବା ସହିତ ମୃତକୋଷ ବାହାରକୁ ଆସିଥାଏ । ଫଳରେ ବ୍ରଣ ସମସ୍ୟା ହେବାର ସମ୍ଭାବନା କମ୍ ରହିଥାଏ ।
  • ପୋଷଣଯୁକ୍ତ ଖାଦ୍ୟ: ଡାଏଟରେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ । ଡାଏଟରେ ଫଳ, ପନିପରିବା ଯୁକ୍ତ କରିବା ଦ୍ବାରା ଏଥିରୁ ମିଳୁଥିବା ଭିଟାମିନ ଏବଂ ମିନେରାଲ୍ସ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ପିଜା, ବରଗର ଭଳି ଫାଷ୍ଟଫୁଟ ଠାରୁ ଦୂରେଇ ରହିବା ଭଲ ।
  • ବାରମ୍ବାର ମୁହଁକୁ ଛୁଅନ୍ତୁ ନାହିଁ: ବାରମ୍ବାର ମୁହଁକୁ ଛୁଇଁବା କିଛି ଜଣକର ଖରାପ ଅଭ୍ୟାସ ରହିଥାଏ । ହାତ ନଧୋଇ ବାରମ୍ବାର ମୁହଁରେ ଲଗାଇବା ଦ୍ବାରା ବ୍ୟାକ୍ଟେରିଆ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହେ । ଫଳରେ ବ୍ରଣ ମଧ୍ୟ ହୋଇଥାଏ ।
  • ମେକଅପ ଟୁଲ୍ସକୁ ସଫା କରନ୍ତୁ: ମେକଅପ ହେବା ପରେ ପ୍ରତ୍ୟେକ ଦିନ ମେକଅପ ଟୁଲ୍ସ ବା ବ୍ରସ ପପକୁ ସଫା କରିବା ଉଚିତ । କାରଣ ସେଥରେ ରହିଥିବା ବ୍ୟାକ୍ଟେରିଆ ଦ୍ବାରା ଆକନି ଏବଂ ବ୍ରଣ ହେବାର ସମ୍ଭାବନା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Beauty Tips: ଏହିପରି ଦୂର କରନ୍ତୁ ପିମ୍ପଲ୍ ସମସ୍ୟା

  • ପ୍ରତିଦିନ ବ୍ୟାୟାମ: ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ବେଗ ବୃଦ୍ଧି ପାଇଥାଏ । ଏହାଦ୍ବାରା ଆବଶ୍ୟକତା ଅନୁସାରେ ସ୍କିନ ସେଲକୁ ଅକ୍ସିଜେନ ମିଳିଥାଏ । ବ୍ୟାୟାମ କରିବା ଦ୍ବାରା ଚିନ୍ତା ଦୂର ହୋଇଥାଏ । ଚିନ୍ତା ଏବଂ ଚାପ ଦୂର ହେବା ଦ୍ବାରା ବ୍ରଣ ହେବାର ସମ୍ଭାବନା କମ ରହିଥାଏ ।
  • ଚିନ୍ତା: ଅଧିକ ଚାପରେ ରହିବା ବା ଚିନ୍ତା କରିବା ଦ୍ବାରା ହରମୋନରେ ସନ୍ତୁଳନତା ବଜାୟ ରୁହେ ନାହିଁ । ଫଳରେ ଚର୍ମ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ଯୋଗ, ବ୍ୟାୟାମ ଦ୍ବାରା ଚିନ୍ତାକୁ ଦୂର କରିହେବ ।
  • ସୂର୍ଯ୍ୟକିରଣ ଠାରୁ ଦୂରେଇ ରୁହନ୍ତୁ: ସୂର୍ଯ୍ୟଙ୍କର ଅତିବାଇଗଣି ରଶ୍ମି ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ବାରା ଆକନି ହେବାର ସମ୍ଭାବନା ରହେ ନାହିଁ । ବାହାରକୁ ଖରାରେ ଯିବା ସମୟରେ ସନସ୍କ୍ରିନ ଏବଂ ଚଷମା ବ୍ୟବହାର କରନ୍ତୁ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମୁହଁରେ କିଛି ବ୍ୟବାହର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସ୍କିନ ଅନୁସାରେ କ୍ରିମ ବ୍ୟବହାର କରିବା ଦ୍ବାରା ବ୍ରଣ ହେବାର ସମ୍ଭାବନା କମ ରହିଥାଏ । ତେବେ ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ ଏହା ଏକ ତଥ୍ୟଭିତ୍ତିକ ଖବର । କୌଣସି ପ୍ରକାର ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.