ହାଇଦ୍ରାବାଦ: ଅଧିକ ଦିନ ବଞ୍ଚିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ। କିନ୍ତୁ ପରବର୍ତ୍ତନ ଜୀବନଶୈଳୀ ଯୋଗୁଁ ଏହା ସମ୍ଭବ ହୋଇୁପାରେ ନାହିଁ। ଅତିକମ ବୟସରୁ ଅନେକ ରୋଗରେ ଆକ୍ରାନ୍ତ ହୋଇ ଲୋକେ ପ୍ରାଣ ହରାଇଥାଆନ୍ତି। ଏନେଇ ଭାରତୀୟ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ । ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଶରୀରରେ ଉତ୍ପାଦିତ ପୋଷକ ତତ୍ତ୍ୱ ଟୌରିନ ଅନେକ ଖାଦ୍ୟରେ ମିଳିଥାଏ। ସ୍ତନ୍ୟପାୟୀ ପ୍ରାଣୀମାନଙ୍କର ଦୀର୍ଘାୟୁ ପାଇଁ ଏହାକୁ ଅମୃତ ଭାବରେ ବିବେଚନା କରାଯାଏ। ଜର୍ନାଲ ସାଇନ୍ସରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରେ ଏହା ମଧ୍ୟ ଜଣାପଡିଛି ଯେ, ଟୌରିନ୍ ସପ୍ଲିମେଣ୍ଟ୍ସ ପୋକ, ମୂଷା ଏବଂ ମାଙ୍କଡ଼ରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରିପାରେ।
ମୂଷାମାନଙ୍କ ସହିତ ହୋଇଥିବା ବୃହତ ପରୀକ୍ଷଣରୁ ଜଣାପଡିଛି ଯେ ଟୌରିନ୍ ହାରାହାରି ଆୟୁଷକୁ ମାଈ ମୂଷାମାନଙ୍କ 12 ପ୍ରତିଶତ ଏବଂ ଅଣ୍ଡିରା ମୂଷାମାନଙ୍କରେ 10 ପ୍ରତିଶତ ବୃଦ୍ଧି କରିଥାଏ । ଏହାର ଅର୍ଥ ମୂଷାଙ୍କ ଆୟୁ ତିନିରୁ ଚାରି ମାସ ବୃଦ୍ଧି ପାଇଥିଲା ।
ନୂଆଦିଲ୍ଲୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜିରେ ମେଟାବୋଲିକ୍ ରିସର୍ଚ୍ଚ ଲାବୋରେଟୋରୀ, ମୁଖ୍ୟ ଅନୁସନ୍ଧାନକାରୀ ବିଜୟ ଯାଦବ ଏହି ବିଷୟରେ ସୂଚନା ଦେବାବେଳେ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ଏନେଇ ସେ କହିଛନ୍ତି, ବିଗତ 25 ବର୍ଷ ଧରି ବୈଜ୍ଞାନିକମାନେ ଏପରି କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି ଯାହା ଅଧିକ ଦିନ ବା ବୟସ ବଞ୍ଚିବାକୁ ଦେବା ସହ ଅଧିକ ଦିନ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିବ। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଟୌରିନ୍ ଆମ ଜୀବନ ପାଇଁ ଅମୃତ ହୋଇପାରେ, ଯାହା ଆମକୁ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରେ।
ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ ମଣିଷ ଶରୀରରେ ଟୌରିନ ଉପକାରିତା ନିଶ୍ଚିତ କରିବା ପାଇଁ କ୍ଲିନିକାଲ୍ ପରୀକ୍ଷା ଆବଶ୍ୟକ । ଦୁଇଟି ପରୀକ୍ଷଣରୁ ଜଣାପଡିଛି ଯେ, ଟୌରିନ ଆୟୁଷ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରଥମେ କରାଯାଇଥିବା ଅଧ୍ୟୟନରେ, ଯାଦବ ଏବଂ ତାଙ୍କ ଟିମ 60ରୁ ଅଧିକ ବୟସ୍କ 12,000 ୟୁରୋପୀୟ ବୟସ୍କଙ୍କ ମଧ୍ୟରେ ଟୌରିନ୍ ସ୍ତର ଏବଂ ପ୍ରାୟ 50 ସ୍ୱାସ୍ଥ୍ୟ ପାରାମିଟର ମଧ୍ୟରେ ସମ୍ପର୍କ ଯାଞ୍ଚ କରିଥିଲେ। ମୋଟ ଉପରେ, ଟୌରିନ୍ ସ୍ତର ଅଧିକ ଥିବା ଲୋକମାନେ ସ୍ବାସ୍ଥ୍ୟକର ଥିଲେ । ଏହାସହ ଟାଇପ୍-୨ ଡାଇବେଟିସ୍ ସଂଖ୍ୟା କମ, କମ୍ ମେଦବହୁଳତା, କମ୍ ଉଚ୍ଚ ରକ୍ତଚାପ ଏବଂ ପ୍ରଦାହର ମାତ୍ରା କମିଯାଇଥିଲା । ସେମାନେ ଅନ୍ୟ ଏକ ଅଧ୍ୟୟନରେ ପାଇଲେ ଯେ ଆଥଲେଟ୍ସ ବ୍ୟାୟାମ କରିବା ଦ୍ବାରା ଶରୀରରେ ଟୌରିନ ବୃଦ୍ଧି ପାଇଥାଏ ।
ବ୍ୟାୟାମର କିଛି ସ୍ୱାସ୍ଥ୍ୟ ଉପକାର ଟୌରିନ୍ ବୃଦ୍ଧି ଆକାରରେ ହୋଇପାରେ । ଟୌରିନ୍ ଆମ ଶରୀରରେ ପ୍ରାକୃତିକ ଭାବରେ ଉତ୍ପନ ହୋଇଥାଏ, ଖାଦ୍ୟରେ ଖାଦ୍ୟ ଏବଂ ବ୍ୟାୟମ ଦ୍ବାରା ବୃଦ୍ଧି ହୋଇଥାଏ । ଶରୀରରେ ବୟସ ବଢ଼ିବା ସହ ଟୌରିନର ମାତ୍ରା କମି ଯାଇଥାଏ । ତେଣୁ ନିୟମିତ ବ୍ୟାୟାମ ସହ ପୃଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଟୌରିନ ବୃଦ୍ଧି ପାଇପାରିବ ।
ତେବେ କହିରଖୁଛି କି, ଟୌରିନ ଏକ ଆମିନୋ ସଲଫୋନିକ୍ ଏସିଡ୍ ଭାବରେ ଅଧିକ ଜଣାଶୁଣା, ଯାହା ଏକ ରାସାୟନିକ ପଦାର୍ଥ ଯାହା ଶରୀରରେ ପ୍ରୋଟିନ୍ ଗଠନ କରିବାରେ ସାହାଯ୍ୟ କରେ । ଏହି ରାସାୟନିକ ପଦାର୍ଥ ପ୍ରାୟତଃ ହାର୍ଟ, ରେଟିନା, ମସ୍ତିଷ୍କ ଏବଂ ଶରୀରର ପ୍ଲେଟ୍ଲେଟ୍ରେ ମିଳିଥାଏ । ଖାଦ୍ୟରେ ଟୌରିନର ଉତ୍ସକୁ ଦେଖିବାକୁ ହଲେ ମାଛ ଏବଂ ମାଂସରେ ଏହା ଅଧିକ ମିଳିଥାଏ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ