ହାଇଦ୍ରାବାଦ: ଅତ୍ୟଧିକ ଡେଙ୍ଗା କିମ୍ବା କମ୍ ଉଚ୍ଚତା ଜଣେ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ରୋଗ ବୃଦ୍ଧି କରାଇଥାଏ । ବୈଜ୍ଞାନିକମାନେ ମଧ୍ୟ ଏହା ସନ୍ଧାନ ଲଗାଇପାରି ନ ଥିଲେ ଯେ, କମ୍ ଉଚ୍ଚତା କିମ୍ବା ଅଧିକ ଉଚ୍ଚତା ଜଣେ ବ୍ୟକ୍ତିଙ୍କୁ ଶାରୀରିକ ସମସ୍ଯାରେ ମଧ୍ୟ ପକାଇପାରେ । ଏହି କାରଣରୁ ସାଧାରଣ ଅବସ୍ଥା ସହ ହୃଦ୍ ରୋଗ ଠାରୁ ଆରମ୍ଭ କରି କର୍କଟ ପର୍ଯ୍ୟନ୍ତ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ।
ରକି ମାଉଣ୍ଟେନ୍ ଆଞ୍ଚଳିକ ଭିଏ ମେଡିକାଲ୍ କେନ୍ଦ୍ରର ଶ୍ରୀଧରନ ରାଘବନ ପୂର୍ବ ଅନୁସନ୍ଧାନ ଅନୁଯାୟୀ କହିଛନ୍ତି ଯେ, ଅଧିକ ଉଚ୍ଚତା ଆଟ୍ରିଆଲ୍ ଫାଇବ୍ରିଲେସନ୍ ଏବଂ ଭାରିକୋଜ୍ ଭେନିସ, କରୋନାରୀ ହୃଦ୍ ରୋଗ, ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ କୋଲେଷ୍ଟ୍ରୋଲର କାରଣ ହୋଇଥାଏ । ଓପନ ଆକ୍ସେସ୍ ଜର୍ନାଲ୍ PLOS ଜେନେଟିକ୍ସରେ ପ୍ରକାଶିତ ଏହି ଅଧ୍ୟୟନରେ ଅଧିକ ଉଚ୍ଚତା ଚର୍ମର ସ୍ନାୟୁକୁ କ୍ଷତି ପହଞ୍ଚାଇବା ସହିତ ଗୋଡର ଚର୍ମ ଏବଂ ହାଡ ସଂକ୍ରମଣ ହେବାର ସମ୍ଭାବନା ଥାଏ । ସେହିପରି ପାଦ ଘା ’ ମଧ୍ୟ ହୋଇଥାଏ ।
250,000 ରୁ ଅଧିକ ବୟସ୍କଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, 1000 ରୁ ଅଧିକ ବ୍ୟକ୍ତି ଏହିପରି ଅବସ୍ଥା ଏବଂ ଗୁଣଗୁଡିକ ସହ ଜଡିତ ଥାନ୍ତି, ଯାହା ଉଚ୍ଚତାକୁ ନେଇ ସୃଷ୍ଟି ହେଉଥିବା ରୋଗର ସର୍ବବୃହତ୍ତ ଅଧ୍ୟୟନ ଥିଲା । ଅନୁସନ୍ଧାନକାରୀମାନେ ସିଦ୍ଧାନ୍ତ ନେଇଛନ୍ତି ଯେ, ବୟସ୍କମାନଙ୍କ ମଧ୍ୟରେ ଅନେକ ସାଧାରଣ ଅବସ୍ଥା ପାଇଁ ଉଚ୍ଚତା ଅଦୃଶ୍ୟ ବିପଦର କାରଣ ହୋଇପାରେ ।
ତଥାପି, ଅନୁସନ୍ଧାନକାରୀମାନେ କହିଛନ୍ତି, ଏସବୁ ଅବସ୍ଥାକୁ ସ୍ପଷ୍ଟ କରିବାକୁ ହେଲେ ଆଗକୁ ଆହୁରି ଅଧିକରୁ ଅଧିକ ଅନୁସନ୍ଧାନ କରିବାକୁ ପଡିବ । ଯେଉଁଥିରେ ବିବିଧ ଅନ୍ତର୍ଜାତୀୟ ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରାଗଲେ ଫଳପ୍ରଦ ହେବ ।
@IANS