ETV Bharat / sukhibhava

ପରିବାର ବର୍ଗଙ୍କ ସହ ଏକାଠି ଭୋଜନ କଲେ ଦୂର ହୁଏ ମାନସିକ ଚାପ - ଏକାଠି ଭୋଜନ କଲେ ଦୂର ହୁଏ ମାନସିକ ଚାପ

ପରିବାର ବର୍ଗଙ୍କ ସହ ଏକାଠି ଭୋଜନ କଲେ ଦୂର ହୁଏ ମାନସିକ ଚାପ । ଆମେରିକୀୟ ହାର୍ଟ ଆସୋସିଏସନର ଏକ ନୂତନ ସର୍ଭେରୁ ଏହା ଜଣାପଡିଛି । ପରିବାର ବର୍ଗ ବା ବନ୍ଧୁ ପ୍ରିୟଜନଙ୍କ ସହ ନିୟମିତ ଭୋଜନ କରିବା ସେମାନଙ୍କ ସହ ସମୟ ବିତାଇବା ଦ୍ବାରା ଚାପ କାରଣରୁ ସୃଷ୍ଟି ହେଉଥିବା ବିଭିନ୍ନ ରୋଗକୁ ଦୂର କରାଯାଇ ପାରିବ(Families who eat together are less stressed) । ଅଧିକ ପଢନ୍ତୁ

ପରିବାର ବର୍ଗଙ୍କ ସହ ଏକାଠି ଭୋଜନ କଲେ ଦୂର ହୁଏ ମାନସିକ ଚାପ

author img

By

Published : Oct 19, 2022, 3:44 PM IST

ୱାଶିଂଟନ: କ୍ରମାଗତ ଭାବରେ ଦୀର୍ଘଦିନ ପର୍ଯ୍ୟନ୍ତ ଚାପ ରହିଲେ, ଜଣେ ବ୍ୟକ୍ତି ହୃଦଘାତ ଏବଂ ଷ୍ଟ୍ରୋକ୍‌ର ସମ୍ମୁଖୀନ ହେବାର ଆଶଙ୍କା ବଢିପାରେ । କିନ୍ତୁ ଏସବୁ ସମସ୍ୟାକୁ କିଛି ମାତ୍ରାରେ ଦୂର କରିପାରିବ ସମ୍ପର୍କୀଙ୍କ ସହ ଏକାଠି ରହିବା, ମିଳିମିଶି ଭୋଜନ କରିବା ଇତ୍ୟାଦି । ଆମେରିକୀୟ ହାର୍ଟ ଆସୋସିଏସନର ଏକ ନୂତନ ସର୍ଭେରୁ ଜଣାପଡିଛି ଯେ, ପରିବାର ବର୍ଗ ବା ବନ୍ଧୁ ପ୍ରିୟଜନଙ୍କ ସହ ନିୟମିତ ଭୋଜନ କରିବା ସେମାନଙ୍କ ସହ ସମୟ ବିତାଇବା ଦ୍ବାରା ଚାପ କାରଣରୁ ସୃଷ୍ଟି ହେଉଥିବା ବିଭିନ୍ନ ରୋଗକୁ ଦୂର କରାଯାଇ ପାରିବ(Families who eat together are less stressed) ।

ୱାର୍କଫିଲ୍ଡ ରିସର୍ଚ୍ଚ ଦ୍ବାରା ଆମେରିକୀୟ ହାର୍ଟ ଆସୋସିଏସନର ହେଲ୍‌ଥ ଫର୍ ଗୁଡ୍ ମୁଭ୍‌ମେଣ୍ଟ, ସେପ୍ଟେମ୍ବର 2022 ରେ 1000 ଆମେରିକୀୟ ବୟସ୍କଙ୍କୁ ନେଇ ଏକ ସର୍ବେକ୍ଷଣ କରିଥିଲା । ଯେଉଁଥିଲେ ଅଧିକାଂଶ (84 ପ୍ରତିଶତ) ବ୍ୟକ୍ତି କହିଛନ୍ତି ଯେ, ସେମାନେ ଚାହୁଁଛନ୍ତି ଯେ, ସେମାନେ ପ୍ରିୟଜନଙ୍କ ସହ ଅଧିକ ସମୟ ବିତାଇବା ସହ ଭୋଜନ କରିବାକୁ ଚାହୁଁଛନ୍ତି । ବିଶେଷ କରି ପିତାମାତାମାନେ ଏପରି ଚାହୁଁଥିବା ରିପୋର୍ଟ କରିଛନ୍ତି । ଯେତେବେଳେ ସେମାନେ ନିୟମିତ ଭାବରେ ପ୍ରିୟଜନଙ୍କ ସହ ଭୋଜନ କରନ୍ତି ସେମାନଙ୍କ ଚାପ ଦୂର ହୋଇଯାଇଥାଏ ।

ଅନୁସନ୍ଧାନର ଜଣେ ସଦସ୍ୟ କହିଛନ୍ତି ଯେ, ସମ୍ପର୍କୀଙ୍କ ସହ ମିଳିମିଶି ଖାଇବା ଦ୍ବାରା ଚାପ ଦୂର ହୋଇଥାଏ, ମାନସିକ ଶାନ୍ତି ବୃଦ୍ଧି ପାଇବା ସହ ସାମାଜିକ ଯୋଗାଯୋଗ ମଧ୍ୟ ଦୃଢ ହୋଇଥାଏ । ବିଶେଷ କରି ଏହାର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିଥାଏ । କ୍ରମାଗତ ଚାପ ଆପଣଙ୍କ ହୃଦଘାତ ଏବଂ ଷ୍ଟ୍ରୋକ ବିପଦକୁ ମଧ୍ୟ ବଢାଇପାରେ, ତେଣୁ ଯଥାଶୀଘ୍ର ଚାପକୁ ହ୍ରାସ ଏବଂ ପରିଚାଳନା କରିବାର ଉପାୟ ଖୋଜିବା ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ତେଣୁ ବନ୍ଧୁ, ପରିବାର, ସହକର୍ମୀ ଏବଂ ପଡ଼ୋଶୀମାନଙ୍କ ସହିତ ସଂଯୋଗ କରିବା ଦ୍ୱାରା ଚାପରୁ ମୁକ୍ତି ମିଳିଥାଏ ବୋଲି ଜଣାଯିବା ପରି ଏପରି କାର୍ଯ୍ୟକଳାପ ପ୍ରତି ବିଶେଷ ଦୃଷ୍ଟି ଦିଆଯିବା ଉଚିତ୍ ।

ଆମେ ଜାଣୁ ଯେ, ଭୋଜନ ସମୟରେ ଲୋକଙ୍କୁ ଏକାଠି କରିବା ସବୁବେଳେ ସହଜ ନୁହେଁ । ଅନ୍ୟ ସୁସ୍ଥ ଅଭ୍ୟାସ ପରି, ସର୍ବଦା ଏକ ଛୋଟିଆ ପ୍ରୟାସରୁ ଏହି ପ୍ରକ୍ରିୟା ଆରମ୍ଭ କରନ୍ତୁ । ବନ୍ଧୁ, ପରିବାର କିମ୍ବା ସହକର୍ମୀମାନଙ୍କୁ ପ୍ରତି ସପ୍ତାହରେ ଏକାଠି ଭୋଜନ ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । ଯଦି ଆପଣ ବ୍ୟକ୍ତିଗତ ଭାବରେ ଏକାଠି ହୋଇପାରିବେ ନାହିଁ, ତେବେ ଫୋନ୍ କିମ୍ବା କମ୍ପ୍ୟୁଟରରେ କିପରି ଏକତ୍ର ମିଲ୍ ସେୟାର୍ କରି ପାରିବେ ।

ଆମେରିକୀୟ ହାର୍ଟ ଆସୋସିଏସନର ଏକ ସର୍ବେକ୍ଷଣରେ ମଧ୍ୟ ଅଧିକାଂଶ (65 ପ୍ରତିଶତ) ବୟସ୍କମାନେ କହିଛନ୍ତି ଯେ, ସେମାନେ ଅତି କମରେ କିଛି ମାତ୍ରାରେ ଚାପଗ୍ରସ୍ତ ଅଟନ୍ତି ଏବଂ ଏକ ଚତୁର୍ଥାଂଶରୁ ଅଧିକ (27 ପ୍ରତିଶତ) ଅତ୍ୟଧିକ ଚାପରେ ରହନ୍ତି । ସର୍ଭେ ଉତ୍ତରଦାତାମାନଙ୍କ ମଧ୍ୟରୁ ପ୍ରାୟ 7 ଜଣ (69 ପ୍ରତିଶତ) ଯେଉଁମାନେ ପୂର୍ଣ୍ଣ କିମ୍ବା ପାର୍ଟ ଟାଇମ୍‌ରେ ନିୟୋଜିତ ଅଛନ୍ତି, ସେମାନେ କହିଛନ୍ତି ଯଦି ସେମାନଙ୍କ ସହ ବିରତି ନେବାକୁ ଏବଂ ସହକର୍ମୀଙ୍କ ସହ ଏକାଠି ଖାଇବାକୁ ଅଧିକ ସମୟ ଥାଏ ତେବେ ସେମାନେ କାର୍ଯ୍ୟରେ କମ୍ ଚାପ ଅନୁଭବ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.