ETV Bharat / sukhibhava

ଉଚ୍ଚ ରକ୍ତଚାପ ପାଇଁ ମହୌଷଧି, ବାହାରିଲା ଲର୍ଣ୍ଣଡ୍ରୋଷ୍ଟ୍ରାଟ ଔଷଧ

author img

By ETV Bharat Odisha Team

Published : Oct 17, 2023, 12:03 PM IST

ଉଚ୍ଚ ରକ୍ତଚାପ ପାଇଁ ପାଲଟିବ ମହୌଷଧି । ବାହାରିଲା ଆଉ ଏକ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣକାରୀ ଔଷଧ ଲର୍ଣ୍ଣଡ୍ରୋଷ୍ଟ୍ରାଟ । ଅଧିକ ପଢନ୍ତୁ

new drug for high blood pressure
new drug for high blood pressure

ହାଇଦ୍ରାବାଦ: ବୈଜ୍ଞାନିକଙ୍କ ଆଉ ଏକ ସଫଳତା। ବାହାରିଲା ଆଉ ଏକ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣକାରୀ ଔଷଧ । ଏଣିକି କମିବ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା । ପୂର୍ବରୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଔଷଧ ରହିଥିବା ବେଳେ ଏବେ ଆଉ ଏକ ଔଷଧ ବାହାର କରିଛନ୍ତି ବୈଜ୍ଞାନିକ । ଏହାର ନାମ ଲର୍ଣ୍ଣଡ୍ରୋଷ୍ଟ୍ରାଟ ରଖାଯାଇଛି । ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଛି ।

ଏହି ଔଷଧ ଶରୀରରେ ଆଲଡୋଷ୍ଟେରନ୍‌ର ମାତ୍ରା କମ କରି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ବୋଲି କୁହାଯାଇଛି । ତେବେ ଏହି ଔଷଧର ଟ୍ରାଏଲ ଶେଷ ହୋଇଥିବା ବେଳେ ଏହା ପ୍ରଭାବଶାଳୀ ବୋଲି କୁହାଯାଇଛି । ତେବେ ଯେଉଁମାନଙ୍କର ରକ୍ତଚାପର ସ୍ତର ଅଧିକ ରହୁଛି ସେମାନେ ଏହି ଔଷଧ ବ୍ୟବାହର କରିପାରିବେ ବୋଲି ରିପୋର୍ଟରେ କୁହାଯାଇଛି । ଯଦି ଏହାର ପ୍ରଭାବ ସଠିକ ରୁହେ ତେବେ ଏହି ଔଷଧ ରକ୍ତଚାପ ରୋଗୀଙ୍କ ପାଇଁ ମହୌଷଧି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।

ଏହା ମଧ୍ୟ ପଢନ୍ତୁ: Corona Side Effects: କୋରୋନା ଯୋଗୁଁ ଉଚ୍ଚ ରକ୍ତଚାପର ଆଶଙ୍କା 1.5 ପ୍ରତିଶତ ଅଧିକ

ଖବରଅନୁସାରେ, ଆଲଡୋଷ୍ଟେରନ ସାଧାରଣତଃ ମେଦବହୁଳ ବ୍ୟକ୍ତି, ମେଟାବୋଲିକ ଡିସଅର୍ଡର ଏବଂ ସ୍ଲିପ୍‌ ଆପ୍ନିଆ ସମସ୍ୟା ରହିଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଅଧିକା ଦେଖାଯାଇଥାଏ । ଯାହାକି ରକ୍ତଚାପକୁ ବୃଦ୍ଧି କରିଥାଏ । ତେବେ ରକ୍ତଚାପକୁ ହ୍ରାସ କରିବା ପାଇଁ ଥିଆଜାଇଡ, କ୍ୟାଲସିୟମ ଚ୍ୟାନେଲ ବ୍ଲକର, ଆଞ୍ଜିଓଟେନସିନ କନଭର୍ଟିଂ ଏନଜାଇମ ଇନଭେରିଟର ବା ଆଞ୍ଜିଓଟେନସିନ ରେସିପ୍ଟର ବ୍ଲକର ଏହି 3ଟି ଔଷଧ ଦ୍ବାରା ଚିକିତ୍ସା କରାଯାଇଥାଏ । ତେବେ ଏହାଦ୍ବାରା ମଧ୍ୟ ରକ୍ତଚାପ ହ୍ରାସ ନହୁଏ ତେବେ ମିନେରାଲଅକର୍ଟିକୋଇଡ ରେସିପ୍ଟର ଆଣ୍ଟାଗୋନିଷ୍ଟ ଔଷଧକୁ ଯୋଡାଯାଇଥାଏ । ଯାହାକି ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହି କ୍ଷେତ୍ରରେ କେତେକ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇଥାଏ । ରକ୍ତରେ ରେସିପ୍ଟରର ବାଇଣ୍ଡିଂ ହେତୁ ରକ୍ତରେ ଆଲଡୋଷ୍ଟେରନ ସ୍ତର ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଏହାରି ଭିତରେ ବୈଜ୍ଞାନିକମାନେ ବାହାର କରିଥିବା ନୂଆ ଔଷଧ ମେଦବହୁଳ ବ୍ୟକ୍ତିଙ୍କ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କୁହାଯାଇଛି ।

ତେବେ କହିରଖୁଛି କି, ଉଚ୍ଚ ରକ୍ତଚାପ ସମସ୍ୟା ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ ବୋଲି ସମସ୍ତେ ଜାଣିଥିଲେ । କିନ୍ତୁ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ ହେତୁ ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବର୍ତ୍ତମାନ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଉଛି। ଏହା ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଏକ ବିପଜ୍ଜନକ ରୋଗ ହୋଇପାରେ, କାରଣ ଏହା ହୃଦଘାତ ଏବଂ ଷ୍ଟ୍ରୋକ୍ ପରି ଅବସ୍ଥା ସୃଷ୍ଟି କରିପାରେ, ତେଣୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.