ହାଇଦ୍ରାବାଦ: ବୃଦ୍ଧାବସ୍ଥାରେ କୋଷ୍ଠକାଠିନ୍ୟ ଅଧିକ ଦେଖାଯାଏ। କୋଷ୍ଠକାଠିନ୍ୟ ହେଲେ ସପ୍ତାହରେ କେବଳ ତିନି ଥର ଝାଡା ହୋଇଥାଏ ବୋଲି କୁହାଯାଏ। ବାରମ୍ବାର ଝାଡା ଲାଗିଲା ଭଳି ଲାଗିଲେ ମଧ୍ୟ ହୋଇନଥାଏ। ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ଅଧିକାଂଶ ବ୍ୟକ୍ତିଙ୍କ ପେଟଗତ ସମସ୍ୟା ଦେଖାଦେଉଛି। ଖାଦ୍ୟରେ ଅନିୟମିତତା ମଧ୍ୟ ଏହାର ଏକ କାରଣ ହୋଇପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଷ୍ଠକାଠିନ୍ୟ ହେଲେ କଠିନ ମଳତ୍ୟାଗ ହୋଇଥାଏ । ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ । ଏହା ଜଟିଳ ହେଲେ ଅର୍ଶ ଓ ମଳାଶୟ ଫିସର୍ ହୋଇଥାଏ ।
କୋଷ୍ଠକାଠିନ୍ୟ ସମସ୍ୟା କଣ?: କୋଷ୍ଠକାଠିନ୍ୟ ଦ୍ବାରା ବୃହତ ଅନ୍ତନଳୀରେ ଷ୍ଟୁଲରେ ଅଧିକ ଜଳ ରହିଥାଏ। ଆମେ ଖାଉଥିବା ଖାଦ୍ୟ ହଜମ ହେବା ସମୟରେ ଅନ୍ତନଳୀ ଧୀରେ ଧୀରେ ପୋଷକ ତତ୍ତ୍ୱ ଗ୍ରହଣ କରେ। ଆଂଶିକ ହଜମ ହୋଇଥିବା ଖାଦ୍ୟ କ୍ଷୁଦ୍ର ଅନ୍ତନଳୀରୁ ବଡ ଅନ୍ତନଳୀକୁ ଯାଇ ମଳ ସୃଷ୍ଟି କରେ। ବୃହତ ଅନ୍ତନଳୀ ଏଥିରେ ଥିବା ଜଳକୁ ଶୋଷିତ କରିଥାଏ ଏବଂ ଏହାକୁ କଠିନ କରିଥାଏ। କୋଷ୍ଠକାଠିନ୍ୟ ରୋଗରେ ପୀଡିତ ବ୍ୟକ୍ତିମାନଙ୍କର ହଜମ ମଧ୍ୟ ଠିକ ଭାବେ ହୋଇନଥାଏ।
କୋଷ୍ଠକାଠିନ୍ୟର ଅନେକ କାରଣ ଥାଇପାରେ। ଯେପରିକି ଜୀବନଶୈଳୀରେ ପରିବର୍ତ୍ତନ, ଔଷଧ ଏହଂ ଅନାନ୍ୟ ରୋଗ ମଧ୍ୟ କାରଣ ହୋଇପାରେ।
* କମ ଫାଇବରଯୁକ୍ତ ଖାଦ୍ୟ ଖାଇବା
* ଅଧିକ ପାଣି ନପିଇବା
* ଶାରୀରିକ ବ୍ୟାୟାମ କମ କରିବା
* ଅଧିକ ସମୟ ଯାତ୍ରା, ଠିକ ସମୟରେ ଖାଦ୍ୟ ନଖାଇବା ଏବଂ ଶୋଇବା ସମୟ ଠିକ ନରହିବା
* ମାନସିକ ଅଶାନ୍ତି
* ଯନ୍ତ୍ରଣାରୁ ମୁକ୍ତି ପାଇଁ ଔଷଧ, ଛାତି ଯନ୍ତ୍ରଣା ଏବଂ ଆଲର୍ଜି ପାଇଁ ଖାଉଥିବା ଔଷଧ ମଧ୍ୟ ଏହାର କାରଣ।
* ଥାଇରଏଡ ସମସ୍ୟା, ଡାଇବେଟିସ, କୋଲନ କ୍ୟାନ୍ସର, କୋଲନ ସିଷ୍ଟ ଯୋଗୁଁ ମଧ୍ୟ କାଷ୍ଠକାଠିନ୍ୟ ହୋଇଥାଏ।
ଏହା ମଧ୍ୟ ପଢନ୍ତୁ: ଏହି ସବୁ କାରଣରୁ ହୋଇଥାଏ କୋଷ୍ଠକାଠିନ୍ୟ, ଜାଣନ୍ତୁ କେମିତି କରିବେ ଦୂର
କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାର ଉପାୟ:
- ବୃଦ୍ଧାବସ୍ଥାରେ ଏହା ସାଧାରଣ ସମସ୍ୟା ଅଟେ। କିନ୍ତୁ ସତର୍କତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।
- ଏହି ରୋଗ ପାଇଁ ପ୍ରଥମତଃ ଅତ୍ୟଧିକ ପାଣି ପିଇବାର ଆବଶ୍ୟକତା ରହିଛି। ଦିନରୁ 8ରୁ 10 ଗ୍ଲାସ ପାଣି ପିଇବା ଉଚିତ। ଯଦି ଝାଡା କଠିନ ହେଉଛି ତାହେଲେ ପାଣିର ମାତ୍ରାକୁ ବୃଦ୍ଧି କରିବା ଉଚିତ। ଯଦି କିଡନୀ ଷ୍ଟୋନ ହୋଇଥାଏ ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ପାଣି ପିଇବା ଉଚିତ।
- କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇ ତରଳ ଝାଡା କରାଇବାରେ ଫାଇବର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଫାଇବର ଯୁକ୍ତ ଖାଦ୍ୟ ଯେପରିକି ଫଳ, ପନିପରିବା ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
- ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଉଚିତ। ଏହା ଦ୍ବାରା ଗହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ ଏବଂ କୋଷ୍ଠକାଠି୍ୟ ସମସ୍ୟା ମଧ୍ୟ ହୋଇନଥାଏ। ବ୍ୟାୟାମରେ ଆପଣ ପ୍ରତିଦିନ ଅଧଘଣ୍ଟା ଚାଲିପାରିବେ, ସାଇକଲ ଚଲାଇପାରିବେ କିମ୍ବା ସ୍ୱିଇମିଂ କରିପାରିବେ।
- ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି ପ୍ରତ୍ୟେକ ଦିନ ସମାନ ସମୟରେ ଟଏଲେଟ ଯାଆନ୍ତୁ। ଝାଡା ଲାଗିଲେ ହିଁ ଟଏଲେଟରେ ବସିବା ଦରକାର ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
- ପ୍ରାୟତଃ ବୃଦ୍ଧାମାନେ ନିଜକୁ ଏକୁଟିଆ ଭାବନ୍ତି। ଚିନ୍ତା ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ, ବ୍ୟାୟାମ କିମ୍ବା ଗିତ ମଧ୍ୟ ଶୁଣିପାରିବେ।
ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ଖବର। କୋଷ୍ଠକାଠିନ୍ୟ ସମସ୍ୟା ରହିଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ