ETV Bharat / sukhibhava

ମାଂସାହାରୀ ଠାରୁ ଶାକାହାରୀଙ୍କ ମଧ୍ୟରେ ହିପ ଫ୍ରାକ୍ଚର ଆଶଙ୍କା 50% ଅଧିକ: ରିସର୍ଚ୍ଚ

ଶାକାହାରୀ ଖାଦ୍ୟ ଖାଉଥିବା ପୁରୁଷ ଏବଂ ମହିଳାଙ୍କୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଶାକାହାରୀ ଲୋକଙ୍କ ମଧ୍ୟରେ ହିପ ଫ୍ରାକ୍ଚର ହେବାର ଆଶଙ୍କା ମାଂସାହାରୀ ଲୋକଙ୍କ ତୁଳନାରେ 50 ପ୍ରତିଶତ ଅଧିକ ହୋଇଥାଏ । ଅଧିକ ପଢନ୍ତୁ

author img

By

Published : Aug 7, 2023, 10:30 AM IST

ଶାକାହାରୀଙ୍କ ହିପ ଫ୍ରାକ୍ଚର ଆଶଙ୍କା 50 ପ୍ରତିଶତ ଅଧିକ

ହାଇଦ୍ରାବାଦ: ଆପଣ ଶାକାହାରୀ କି ? ଯଦି ହଁ ହୋଇଯାଆନ୍ତୁ ସାବଧାନ! ଶାକାହାରୀ ଖାଦ୍ୟ ପ୍ରାୟତଃ ମାଂସାସୀ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ ଏବଂ ଏଥି ମଧୁମେହ, ମୋଟାପଣ, ହୃଦରୋଗ ଏବଂ କେତେକ କର୍କଟ ରୋଗର ଆଶଙ୍କା କମ୍ ଥାଏ । କିନ୍ତୁ ଶାକାହାରୀ ଖାଦ୍ୟ ଖାଉଥିବା ଲୋକଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି । ଏହି ଅଧ୍ୟୟନରେ ଦାବି କରାଯାଇଛି ଯେ, ଶାକାହାରୀ ଲୋକଙ୍କ ମଧ୍ୟରେ ହିପ ଫ୍ରାକ୍ଚର ହେବାର ଆଶଙ୍କା ମାଂସାହାରୀ ଲୋକଙ୍କ ତୁଳନାରେ 50 ପ୍ରତିଶତ ଅଧିକ ହୋଇଥାଏ । ଅଧ୍ୟୟନରେ କୁହାଯାଇଛି ଯେ ଯେଉଁ ମହିଳାମାନେ ନିୟମିତ ଭାବେ ଶାକାହାରୀ ଖାଦ୍ୟ ଖାଆନ୍ତି, ସେମାନଙ୍କ ପାଖରେ ହିପ୍ ଫ୍ରାକ୍ଚର ହେବାର ଆଶଙ୍କା ଅଧିକ ରହିଥାଏ । ଏନେଇ ଲିଡସ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଉଭୟ ପୁରୁଷ ଏବଂ ମହିଳାଙ୍କ ସମେତ 4,13,914 ଲୋକଙ୍କ ତଥ୍ୟକୁ ନେଇ ଯାଞ୍ଚ କରାଯାଇଥିଲା ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ମାଂସ ଖାଉଥିବା ପୁରୁଷଙ୍କ ଅପେକ୍ଷା ଶାକାହାରୀ ପୁରୁଷମାନଙ୍କର ହିପ ଫ୍ରାକ୍ଚର ହେବାର ଆଶଙ୍କା ଅଧିକ ଥାଏ । 2006 ରୁ 2010 ମଧ୍ୟରେ ଅନୁସନ୍ଧାନରେ ଜଡିତ ଲୋକଙ୍କ ଉପରେ ଗବେଷଣା କରାଯାଇଥିଲା । ଏହି ଅନୁସନ୍ଧାନରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଖାଦ୍ୟ ବିଷୟରେ ସୂଚନା ଦେଇଥିଲେ । ଏହି ଲୋକମାନଙ୍କର ତଥ୍ୟ ସେମାନଙ୍କର ଡାକ୍ତରଖାନା ରେକର୍ଡ ସହିତ ସଂଯୁକ୍ତ ଥିଲା । 2021 ମସିହାରେ ରେକର୍ଡ ହୋଇଥିବା ତଥ୍ୟରେ ଦେଖାଯାଇଥିଲା ଯେ, ହିପ ଫ୍ରାକ୍ଚର ରୋଗୀଙ୍କ ଅଭିଯୋଗ ଅଧିକା ରହିଥିଲା । 4,13,914 ଅଂଶଗ୍ରହଣକାରୀଙ୍କ ମଧ୍ୟରୁ 3503 ଜଣଙ୍କ ମଧ୍ୟରେ ହିପ ଫ୍ରାକ୍ଚର ମାମଲା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ବୃଦ୍ଧାବସ୍ଥାରେ Vegetarian ମହିଳାମାନଙ୍କ ଅଧିକଥାଏ ହିପ୍ ଫ୍ରାକ୍ଚର ସମ୍ଭାବନା

ଶାକାହାରୀଙ୍କ ନିକଟରେ ହିପ ଫ୍ରାକ୍ଚର ଆଶଙ୍କା 50 ପ୍ରତିଶତ ଅଧିକ: ହିପ ଫ୍ରାକ୍ଚରର ବିପଦ କମ କରିଥିଲା । କିନ୍ତୁ ଶାକାହାରୀ ଏବଂ ମାଂସାହାରୀଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଇଥିଲା । ଅନୁସନ୍ଧାନକାରୀଙ୍କ କହିବା ଅନୁଯାୟୀ, ଶାକାହାରୀମାନଙ୍କ ମଧ୍ୟରେ ହିପ ଫ୍ରାକ୍ଚର ହେବାର ଆଶଙ୍କା ମାଂସହାରୀଙ୍କ ଅପେକ୍ଷା 50 ପ୍ରତିଶତ ଅଧିକ ଥିଲା । ଯେଉଁମାନେ ସମୟ ସମୟରେ କିମ୍ବା ନିୟମିତ ଭାବରେ ମାଂସ ଖାଆନ୍ତି ସେମାନଙ୍କ ପାଇଁ ମଧ୍ୟ ସମାନ ବିପଦ ରହିଥିବା ରିପୋର୍ଟରେ କୁହାଯାଇଛି । ସ୍କୁଲ ଅଫ୍ ଫୁଡ୍ ସାଇନ୍ସ ଆଣ୍ଡ ନ୍ୟୁଟ୍ରେସନର ରିସର୍ଚ୍ଚର ଜେମ୍ସ ଓ୍ବେଷ୍ଟର୍ କହିଛନ୍ତି, "ବୟସ୍କ ବ୍ୟକ୍ତିଙ୍କଠାରେ ହିପ୍ ଫ୍ରାକ୍ଚର୍ ବଢିବାରେ ଲାଗିଛି । ଏହା ଏକ ବିରଳ ସ୍ୱାସ୍ଥ୍ୟ ସମସ୍ୟା, ଯାହା ଜୀବନଶୈଳୀକୁ ପ୍ରଭାବିତ କରିଥାଏ ।

ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ: ଏହି ଅଧ୍ୟୟନ ପ୍ରମାଣିତ କରିଛି ଯେ ଶାକାହାରୀମାନେ ମାଂସାହାରୀଙ୍କ ତୁଳନାରେ ହିପ୍ ଫ୍ରାକ୍ଚର ହେବାର ଆଶଙ୍କା ଅଧିକ ଥାଏ । ଯେହେତୁ ଆପଣ ମାଛ, ମାଂସ ଖାଉନାହାନ୍ତି ତେଣୁ ପୋଷକ ତତ୍ତ୍ୱ ଉପରେ ଅଧିକ ଧ୍ୟାନ ଦିଆଯିବା ଉଚିତ ବୋଲି କୁହାଯାଇଛି । ପ୍ରୋଟିନଯୁକ୍ତ ଖାଦ୍ୟ ହିପକୁ ସୁରକ୍ଷା ପ୍ରଦାନ କରିବା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

କହିରଖୁଛୁ କି, ଗତ ଅଗଷ୍ଟ ମାସରେ ଶାକାହାରୀ ଖାଦ୍ୟକୁ ନେଇ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ମାଂସଜାତୀୟ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ ଅପେକ୍ଷା ନିରାମିଶ ଖାଉଥିବା ମହିଳାମାନଙ୍କ ଠାରେ ହିପ ଫ୍ରାକ୍ଚର ସମସ୍ୟା ଅଧିକ ଦେଖାଯାଏ ବୋଲି କୁହାଯାଇଥିଲା । ବାର୍ଦ୍ଧକ୍ୟ ସମୟରେ ମହିଳାମାନେ ଏହି ସମସ୍ୟାରେ ଅଧିକ ସମ୍ମୁଖୀନ ହେଉଥିବା ଅନୁସନ୍ଧାନରୁ ସ୍ପଷ୍ଟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.