ETV Bharat / sukhibhava

ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପସନ୍ଦ ନିକୋଟିନ ପ୍ରଡକ୍ଟ

ସାଧାରଣ ଲୋକଙ୍କ ଅପେକ୍ଷା ଔଷଧୀୟ ଗଞ୍ଜେଇ Medicinal Cannabis ଗ୍ରହଣ କରୁଥିବା ବ୍ଯକ୍ତି ଅଧିକ ନିକୋଟିନ ପ୍ରଡକ୍ଟ Nicotine Products ବ୍ୟବହାର କରିଥାନ୍ତି । ଆମେରିକୀୟ ଜର୍ଣ୍ଣାଲ ଅଫ୍ ଆଡିକସନ୍ସ American Journal on Addictionsରେ ପ୍ରକାଶିତ ଏକ ଅଧ୍ୟୟନରୁ ସ୍ପଷ୍ଟ । ଧିକ ପଢନ୍ତୁ

ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତି ନିକୋଟିନ ପ୍ରଡକ୍ଟ ବ୍ୟବହାରରେ ଅଧିକ ପ୍ରବୃତ୍ତ, Study

author img

By

Published : Aug 29, 2022, 5:13 PM IST

ୱାଶିଂଟନ: ମେଡିସିନାଲ କାନାବିସ୍ ବା ଔଷଧୀୟ ଗଞ୍ଜେଇ(medicinal cannabis) ସେବନ କରୁଥିବା ବ୍ୟକ୍ତି ନିକୋଟିନ ପ୍ରଡକ୍ଟ(nicotine products) ବ୍ୟବହାରରେ ଅଧିକ ପବୃତ୍ତ । ଏକ ଅଧ୍ୟନରୁ ଜଣାପଡିଛି ଯେ, ସାଧାରଣ ଲୋକଙ୍କ ଅପେକ୍ଷା ଔଷଧୀୟ ଗଞ୍ଜେଇ ଗ୍ରହଣ କରୁଥିବା ବ୍ୟକ୍ତି ଅଧିକ ନିକୋଟିନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ତେବେ ନିକୋଟିନ ହେଉଛି ଏକ କେମିକାଲ, ଯାହା ତମାଖୁରେ ଅଧିକ ଥାଏ ଏବଂ ଏହା ଧୂମ୍ରପାନ ପାଇଁ ଅଧିକ ପ୍ରବର୍ତ୍ତାଇଥାଏ ।

ଆମେରିକୀୟ ଜର୍ଣ୍ଣାଲ ଅଫ୍ ଆଡିକସନ୍ସ(American Journal on Addictions)ରେ ପ୍ରକାଶିତ ଏହି ଅଧ୍ୟୟନର ପ୍ରଥମରେ ମେଡିକାଲ୍ ମରିଜୁନା ବା ଗଞ୍ଜେଇ ଡିସପେନସାରି ରୋଗୀଙ୍କ ମଧ୍ୟରେ ନିକୋଟିନ୍ ବ୍ୟବହାର ପରୀକ୍ଷା କରାଯାଇଥିଲା । ଏକାସାଙ୍ଗରେ କାନାବିସ୍ ଏବଂ ନିକୋଟିନ୍ ବ୍ୟବହାର ଏକ ଚିନ୍ତାର ବିଷୟ, କିନ୍ତୁ ରିକ୍ରିଏସନାଲ କାନାବିସ(recreational cannabis) ଏବଂ ନିକୋଟିନ୍ ବ୍ୟବହାର ଫଳପ୍ରଦ ସାବ୍ୟସ୍ଥ ହୋଇଥିବାବେଳେ ଡାକ୍ତରୀ ମେଡିକାଲ କାନାବିସ ବ୍ୟବହାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ନିକୋଟିନ କମ୍ ବ୍ୟବହାର ହେଉଥିବା ରୁଟ୍‌ଜେର୍ସ ଏର୍ନେଷ୍ଟ ମାରିଓର ସ୍କୁଲ୍ ଅଫ୍ ଫାର୍ମାସିର କ୍ଲିନିକାଲ ପ୍ରଫେସର ମେରି ବ୍ରିଜମ୍ୟାନ(Mary Bridgeman, a clinical professor at Rutgers Ernest Mario School of Pharmacy) କହିଛନ୍ତି ।

ଅନୁସନ୍ଧାନକାରୀମାନେ 18 ରୁ 89 ବର୍ଷ ବୟସର 697 ରୋଗୀଙ୍କୁ ସେମାନଙ୍କର ନିକୋଟିନ୍ ଏବଂ କାନାବିସ ବ୍ୟବହାର ଉପରେ ଏକ ମେଡିକାଲ୍ ମରିଜୁନା ଡିସପେନସାରୀରେ ସେମାନେ କିପରି ନିଜକୁ କାନାବିସ(ଧୂମପାନ,ବାଷ୍ପ) ବ୍ୟବହାର ପାଇଁ ଆତ୍ମ-ପ୍ରଶାସିତ(Self-Administered) ଏବଂ ଚିକିତ୍ସା ଅବସ୍ଥା, ଯାହା ସେମାନଙ୍କୁ ଥେରାପ୍ୟୁଟିକ(ଚିକିତ୍ସ୍ୟକୀୟ) କାନାବିସ ବ୍ୟବହାର ପାଇଁ ଯୋଗ୍ୟ କରିଥିଲା ସେ ଉପରେ ଅନୁସନ୍ଧାନ କରିଥିଲେ ।

ଏହି ଅନୁସନ୍ଧାନରୁ ସେମାନେ ଜାଣିବାକୁ ପାଇଲେ ଯେ, ପାଖାପାଖି 40 ପ୍ରତିଶତ ମେଡିକାଲ୍ ମରିଜୁନା ବ୍ୟବହାରକାରୀ ମଧ୍ୟ ନିକୋଟିନ୍ ବ୍ୟବହାର କରନ୍ତି - ଯାହା ଧୂମପାନ କରୁଥିବା ଆମେରିକାର ବୟସ୍କଙ୍କ ତୁଳନାରେ 14 ପ୍ରତିଶତ ଅଧିକ । ଥେରାପିଟିଭ୍ କାନାବିସ୍ ବ୍ୟବହାରକାରୀ ଯେଉଁମାନେ ଇଲେକ୍ଟ୍ରୋନିକ୍ ସିଗାରେଟ୍ ମଧ୍ୟ ବ୍ୟବହାର କରିଥିଲେ କିମ୍ବା ନିକୋଟିନ୍ ବ୍ୟବହାର କରିନଥିଲେ ସେମାନେ କେବଳ ସିଗାରେଟ୍ ଟାଣୁଥିବା ଲୋକଙ୍କ ଅପେକ୍ଷା ଚାରିଗୁଣା ଅଧିକା କାନାବିସ୍ ନେଉଥିଲେ ।

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, 75% ବ୍ୟକ୍ତି ବାଷ୍ପ ବା Vap ପରିବର୍ତ୍ତେ ଧୂମପାନ କରିଥାନ୍ତି ଏବଂ ପ୍ରାୟ 80% ସିଗାରେଟ ଟାଣୁଥିବା ବ୍ୟକ୍ତି ଆସନ୍ତା ଛଅ ମାସ ମଧ୍ୟରେ ଅଭ୍ୟାସକୁ ବଦଳାଇବାକୁ ଯୋଜନା କରୁଛନ୍ତି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଯେତେବେଳେ ଦହନଶୀଳ ଦ୍ରବ୍ୟ(combustible products) ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ହେତୁ ମେଡିକାଲ କାନାବିସ୍ ଡିସପେନସାରୀ କାନାବିସ୍ ଧୂମପାନ କରିବା ପରିବର୍ତ୍ତେ ବାଷ୍ପ ନେବାକୁ ସୁପାରିଶ କଲେ ମଧ୍ୟ ସିଗାରେଟ୍ ଟାଣୁଥିବା ରୋଗୀଙ୍କୁ ଏହା ପ୍ରଭାବିତ କରିପାରିବ ନାହିଁ ବୋଲି ଅଧ୍ୟୟନର Co-Author ତଥା ରୌଟଗର୍ସ ରବର୍ଟ ଉଡ୍ ଜନସନ ମେଡିକାଲ ସ୍କୁଲର ମାନସିକ ରୋଗ ବିଭାଗର ପ୍ରଫେସର ମାର୍କ ଷ୍ଟେନବର୍ଗ କହିଛନ୍ତି ।

ମେଡିକାଲ କାନାବିସ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ନିକୋଟିନ୍ ବ୍ୟବହାର ହାର ଅଧିକ ରହିଛି, ଏହାର ଅର୍ଥ ସିଗାରେଟ ଟାଣୁଥିବା ବ୍ୟକ୍ତି ସେଥିରୁ ନିବୃତ୍ତ ରହିବା ପାଇଁ କାନାବିସ୍ ବା ଗଞ୍ଜେଇ ସେବନ କରୁଥିବା ଷ୍ଟେନବର୍ଗ କହିଛନ୍ତି । ଏହି କୌଶଳ ଦ୍ବାରା ମେଡିକାଲ କାନାବିସ୍ ବ୍ୟବହାରକାରୀ ବାଷ୍ପ ବା Vap ନେବାର ସମ୍ଭାବନା ବୃଦ୍ଧି ହୋଇପାରେ, ଯାହା ଧୂମପାନ ଅପେକ୍ଷା କମ୍ କ୍ଷତିକାରକ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.