ETV Bharat / sukhibhava

କିଡନୀରେ ଛୋଟ ଷ୍ଟୋନ୍‌ ଭବିଷ୍ୟତରେ ଆଣିପାରେ ବଡ ବିପଦ - ହେଲ୍‌ଥ ଟିପ୍ସ

କିଡନୀରେ ହୋଇଥିବା ଛୋଟ ଷ୍ଟୋନକୁ ଅଣଦେଖା କରନ୍ତୁ ନାହିଁ । ଭବିଷ୍ୟତରେ ସୃଷ୍ଟି କରିପାରେ ବଡ ବିପଦ । ଅଧିକ ପଢନ୍ତୁ

କିଡନୀରେ ସୃଷ୍ଟି ହୋଇଥିବା ଛୋଟ ପଥରକୁ କରନ୍ତୁନି ଅଣଦେଖା, ଆଣିପାରେ ବିପଦ

author img

By

Published : Aug 12, 2022, 4:26 PM IST

ୱାଶିଂଟନ: ସର୍ଜରୀ ସମୟରେ ରହି ଯାଇଥିବା ଛୋଟିଆ ପଥର ଭବିଷ୍ଯତରେ ସୃଷ୍ଟି କରିପାରେ ବଡ ସମସ୍ୟା । ସାଧାରଣତଃ କିଡନୀ ଅପରେସନ ସମୟରେ ୬ ମିମିରୁ ଛୋଟ ପଥରକୁ ବିଶେଷ ଧ୍ୟାନ ଦିଆଯାଇନଥାଏ । ମାତ୍ର ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଛୋଟିଆ ପଥର ଭବିଷ୍ଯତରେ ବଡ ବିପଦ ସୃଷ୍ଟିକରିପାରେ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନ୍(New England Journal of Medicine) ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇଛି ।

ସାଧାରଣତଃ କିଡନୀରେ ସୃଷ୍ଟି ହୋଇଥିବା ୬ ମିଲିମିଟରରୁ କମ୍ ପଥରକୁ ଅପରେସନ ସମୟରେ ଧ୍ୟାନ ଦିଆଯାଇନଥାଏ । ଏହି ପଥରଗୁଡିକୁ ଅପରେସନ ସମୟରେ ମଧ୍ୟ ଶରୀରରେ ରହିଯାଇଥାଏ । ମାତ୍ର ଏହା ଶରୀର ପ୍ରତି ମାରାତ୍ମକ ହୋଇପାରେ ବୋଲି ଷ୍ଟଡିରୁ ଜଣାପଡିଛି । ଏହି ପଥର ଦ୍ବାରା ଶରୀର ମଧ୍ୟରେ ଅନ୍ୟ ପଥର ସୃଷ୍ଟି ହେବାର ଆଶଙ୍କା ରହିଛି । ଯଦି ଦ୍ବିତୀୟ ଷ୍ଟୋନ୍ ୟୁରେଟର ମଧ୍ୟକୁ ପ୍ରବେଶ କରେ ତେବେ ତାହା କମ୍ ସମୟ ମଧ୍ୟରେ ଖୁବଶୀଘ୍ର ବୃଦ୍ଧି ପାଇଥାଏ ଏବଂ ହାନୀକାରକ ହୋଇଥାଏ । ୱାଶିଂଟନ୍ ସ୍କୁଲ୍ ଅଫ୍ ମେଡିସିନ୍ ବିଶ୍ୱବିଦ୍ୟାଳୟର ୟୁରୋଲୋଜିଷ୍ଟ ଡ. ମାଥ୍ୟୁ ସୋରେନ୍ସେନ୍ ଏପରି କହିଛନ୍ତି ।

ସେ କହିଛନ୍ତି, “ଅଧ୍ୟୟନ ପୂର୍ବରୁ, ଏହି ପଥରଗୁଡିକର କିଛି ଚିକିତ୍ସା କରାଯିବା ଉଚିତ କି ନୁହେଁ ତାହା ଉପରେ କ୍ଲିନିକାଲ୍ ଦୃଷ୍ଟିକୋଣ ମିଶ୍ରିତ ହୋଇଥିଲା । ଅଧିକାଂଶ ଚିକିତ୍ସାଳୟ ପଥରର ଆକାରକୁ ଆଧାର କରି ନିଷ୍ପତ୍ତି ନେଇପାରିବେ । ଯଦି ତାହା ବିପଦପୂର୍ଣ୍ଣ ନଥାଏ ତେବେ ଛୋଟ ଷ୍ଟୋନ ଉପରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକ ନାହିଁ ।''

କିନ୍ତୁ ପରବର୍ତ୍ତୀ ସମୟରେ ଅନୁସନ୍ଧାନରୁ ଜଣାଯାଇଛି ଯେ, ରହି ଯାଇଥିବା ଏହିସବୁ ଛୋଟ ପଥର ଦ୍ବିତୀୟ ପଥର ସୃଷ୍ଟି କରୁଛି । ୮୨ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ପଥର ସୃଷ୍ଟି ହେଉଛି । ତେଣୁ ସର୍ଜରୀ ସମୟରେ ଷ୍ଟୋନକୁ ସମ୍ପୂର୍ଣ୍ଣ ବାହାର କରିଦେବା ଉଚିତ୍ ବୋଲି ବିଶେଷଜ୍ଞ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.