ETV Bharat / sukhibhava

Fitness Tips: ବ୍ୟାୟାମ ସହ ଆପଣାନ୍ତୁ ଏହି ଡ୍ରାଏ ଫ୍ରୁଟ୍ସ, ବଜାୟ ରହିବ ସୁସ୍ବାସ୍ଥ୍ୟ - Fitness Tips

ଫିଟ୍ ରହିବା ପାଇଁ ବ୍ୟାୟାମ ଓ ଡାଏଟ୍ ପ୍ଲାନ୍ ଆବଶ୍ୟକ ନିଶ୍ଚୟ । ମାତ୍ର ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଆମ ଡାଏଟ୍‌ରେ କେଉଁ ଖାଦ୍ୟ ରହିବା ଆବଶ୍ୟକ । ନିକଟରେ ଅନୁସନ୍ଧାନକାରୀମାନେ ଏପରି ଏକ ଡ୍ରାଏ ଫ୍ରୁଟ୍ସର ଅନୁସନ୍ଧାନ କରିଛନ୍ତି, ଯାହା ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ(Study reveals benefits of eating this dry fruits, people who work out daily) । ଅଧିକ ପଢନ୍ତୁ

Exercise trening
Exercise trening
author img

By

Published : Jan 10, 2023, 10:46 AM IST

ୱାଶିଂଟନ: ଫିଟ୍ ରହିବା ଏବଂ ଶାରୀରିକ ସୁନ୍ଦରତା ବଜାୟ ରଖିବା ପାଇଁ ବର୍ତ୍ତମାନର ଯୁବପିଢି ଶତ ଚେଷ୍ଟିତ । ଏଥିପାଇଁ କିଏ ଜିମ୍ ଯାଉଛି ତ ଆଉ କିଏ ଆଣୁଛନ୍ତି ଖାଦ୍ୟରେ କଟକଣା । ମାତ୍ର ଆମେ ଖାଦ୍ୟ ଖାଇବା ଛାଡିଦେଲେ ତାହା ଶରୀରରେ ନାନା ସମସ୍ୟା ସୃଷ୍ଟି କରିଥାଏ ଏକଥା ଭୁଲିଯିବା ଆଦୌ ଉଚିତ୍ ନୁହେଁ । ତେଣୁ କେଉଁ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇବା ସହ ଓଜନକୁ ନିୟନ୍ତ୍ରଣରେ ରଖେ ସେବାବଦରେ ଜାଣିବା ନିହାତି ଆବଶ୍ୟକ । ଏନେଇ ଏକ ନୂତନ ଅନୁସନ୍ଧାନ କରିଛନ୍ତି ଆମେରିକାର ବୈଜ୍ଞାନିକ ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ବା ଓଜନ ହ୍ରାସ ପାଇଁ ଉଦ୍ୟମ କରନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଆଲମୋଣ୍ଡ(Almond) ବେଶ୍ ଲାଭଦାୟକ । ଅର୍ଥାତ୍ ଓଜନ ନିୟନ୍ତ୍ରଣ ପାଇଁ ଆଲମୋଣ୍ଡ ବେଶ୍ ଉପକାରୀ । ଫ୍ରୋଣ୍ଟିଅର୍ସ ଇନ୍ ନ୍ୟୁଟ୍ରିସନ୍ ପତ୍ରିକାରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି । ଏହି ଅଧ୍ୟୟନ ଅନୁଯାୟୀ, ଅନୁସନ୍ଧାନରେ ଭାଗ ନେଇଥିବା ଉଭୟ ପୁରୁଷ ଓ ମହିଳା ଅଂଶଗ୍ରହଣକାରୀ, ଯେଉଁମାନେ ଗୋଟିଏ ମାସ ପାଇଁ ପ୍ରତିଦିନ 57g ଆଲମୋଣ୍ଡ ଖାଉଥିଲେ, ସେମାନଙ୍କ ରକ୍ତରେ ତୁରନ୍ତ ଅଧିକ ପରିମାଣର ଲାଭଦାୟକ ଚର୍ବି 12,13-ଡାଇହାଇଡ୍ରୋକ୍ସି-9Z-ଓକ୍ଟାଡିସେନୋଏକ୍ ଏସିଡ୍ ସୃଷ୍ଟି ହୋଇଥିଲା ।

Almond
Almond

ଏହି ମଲେକୁଲ୍, ତଥାକଥିତ ଅକ୍ସିଲିପିନ୍(oxidized fat) ବ୍ରାଉନ୍ ଫ୍ୟାଟ୍ ଟିସୁ ଦ୍ୱାରା ଲିନୋଲିକ୍ ଏସିଡରୁ ସିନ୍ଥେଟାଇଜ୍ ହୁଏ ଏବଂ ମେଟାବୋଲିକ୍ ସ୍ୱାସ୍ଥ୍ୟ ଏବଂ ଶକ୍ତି ନିୟନ୍ତ୍ରଣ ଉପରେ ଏହାର ଉପକାରୀ ପ୍ରଭାବ ପଡିଥାଏ ବୋଲି ଜଣାପଡିଲା । ଉତ୍ତର କାରୋଲିନା ରିସର୍ଚ୍ଚ କ୍ୟାମ୍ପସରେ ଆପାଲାଚିଆନ୍ ଷ୍ଟେଟ୍ ୟୁନିଭରସିଟି ହ୍ୟୁମାନ୍ ପର୍ଫମାନ୍ସ ଲାବରୋଟୋରୀର ପ୍ରଫେସର ତଥା ନିର୍ଦ୍ଦେଶକ ଡ. ଡେଭିଡ ସି ନିମାନ କହିଛନ୍ତି ଯେ, ଅଧ୍ୟୟନରୁ ଏହା ଜାଣିବାକୁ ପାଇଲୁ, ଯେଉଁମାନେ ନିୟମିତ 57 ଗ୍ରାମ ଆଲମୋଣ୍ଡ ସେବନ କରନ୍ତି ସେମାନଙ୍କର ଶକ୍ତି ସ୍ତର ବୃଦ୍ଧି ପାଇଥିଲା । ସେମାନଙ୍କଠାରେ ମଧ୍ୟ ଚର୍ବି କମ୍ ବୃଦ୍ଧି ହୋଇଥିଲା, ଗୋଡ ଓ ଶରୀରର ପଛ ଭାଗ ଅଂଶ ଦୃଢ ହୋଇଥିଲା ଏବଂ ମାଂସପେଶୀ ଦୁର୍ବଳ ସମସ୍ୟା ମଧ୍ୟ ନଥିଲା ।

Exercise
Exercise

ଏହି କ୍ଲିନିକାଲ୍ ପରୀକ୍ଷଣରେ 30 ରୁ 65 ବର୍ଷ ବୟସ ମଧ୍ୟରେ 38 ପୁରୁଷ ଏବଂ 26 ମହିଳାଙ୍କୁ ନେଇ କରାଯାଇ ଥିଲା, ଯେଉଁମାନେକି ନିୟମିତ ଓଜନ ପ୍ରଶିକ୍ଷଣରେ ନିୟୋଜିତ ନ ଥିଲେ । ଅନୁସନ୍ଧାନକାରୀମାନଙ୍କର ଚାରି ସପ୍ତାହର ଖାଦ୍ୟପେୟ ସପ୍ଲିମେଣ୍ଟେସନ୍ ପୂର୍ବରୁ ଏବଂ ପରେ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା କରାଯାଇ ଥିଲା । କାର୍ଯ୍ୟଦକ୍ଷତା ମାପଗୁଡିକରେ 30 ସେକେଣ୍ଡ ୱିଙ୍ଗେଟ୍ ଆନାରୋବିକ୍ ପରୀକ୍ଷା, 50 ମିଟର ସଟଲ୍ ରନ୍ ପରୀକ୍ଷା ଏବଂ ଭର୍ଟିକାଲ୍ ଜମ୍ପ, ବେଞ୍ଚ ପ୍ରେସ୍ ଏବଂ ଲେଗ୍-ବ୍ୟାକ୍ ଶକ୍ତି ବ୍ୟାୟାମ ଆଦି ଅନୁସନ୍ଧାନ ସମୟରେ କରିବାକୁ କୁହାଯାଇଥିଲା । ଅନୁସନ୍ଧାନରୁ ଏହା ଜଣାପଡିଲା ଯେ, ଦୈନିକ ଆଲମୋଣ୍ଡ ସେବନ ମେଟାବୋଲିଜିମ୍‌ରେ ପରିବର୍ତ୍ତନ ଆଣିଥାଏ, ବ୍ୟାୟାମରୁ ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରକୁ ଶୀଘ୍ର ସୁସ୍ଥ ହେବାକୁ ସକ୍ଷମ କରିଥାଏ ।

Almond
Almond

ଜଣେ ଅନୁସନ୍ଧାନକାରୀ କହିଛନ୍ତି, "ଆମେ ଏହି ସିନ୍ଧାନ୍ତରେ ଉପନିତ ହେଲୁ, ଆଲମୋଣ୍ଡ ଏକ ନିଆରା ଓ ଜଟିଳ ପୁଷ୍ଟିକର ଏବଂ ପଲିଫେନୋଲ ମିଶ୍ରଣ ଯୋଗାଇଥାଏ, ଯାହା ଚାପଗ୍ରସ୍ତ ବ୍ୟାୟାମରୁ ମେଟାବୋଲିକ୍ ପୁନରୁଦ୍ଧାରକୁ ସମର୍ଥନ କରିପାରେ । ଆଲମୋଣ୍ଡରେ ପ୍ରଚୁର ପରିମାଣର ପ୍ରୋଟିନ୍, ସୁସ୍ଥ ପ୍ରକାରର ଚର୍ବି, ଭିଟାମିନ୍-ଇ, ମିନେରାଲ୍ସ ଏବଂ ଫାଇବର ଥାଏ । ଏଥିରେ ପଲିଫେନୋଲ ମଧ୍ୟ ଥାଏ, ଯାହା ବୃହତ୍ ଅନ୍ତନଳୀରେ ଶେଷ ହୁଏ ଏବଂ ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ବୋଲି ନିମାନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.