ETV Bharat / sukhibhava

Dementia Problem : ଅତ୍ୟଧିକ ଲୁଣ ଖାଇବା ଦ୍ବାରା ହୋଇଥାଏ ଡିମେନ୍ସିଆ

author img

By

Published : May 30, 2023, 1:04 PM IST

ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବା ଦ୍ବାରା ଡିମେନ୍ସିଆ ରୋଗ ହୋଇଥାଏ । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିବାରେ ଲାଗିଛି । ଅଧିକ ପଢନ୍ତୁ

Dementia Problem
Dementia Problem

ହାଇଦ୍ରାବାଦ: ଦେଶ ତଥା ବିଶ୍ବରେ ଲୋକମାନେ ଜାଣିଶୁଣି କିମ୍ବା ଅଜାଣତରେ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଥାନ୍ତି । ଅନେକ ଲୋକ ଖାଇବା ସମୟରେ ବହୁତ ଅତିରିକ୍ତ ଲୁଣ ଖାଇଥାନ୍ତି । ଶରୀର ପାଇଁ ଲୁଣର ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇଥାନ୍ତି । ଏହି କାରଣରୁ ଉଚ୍ଚ ରକ୍ତଚାପ ବ୍ୟତୀତ ଅନେକ ଲୋକ ଧୀରେଧୀରେ ଗୁରୁତର ରୋଗର ଶିକାର ହୋଇଥାନ୍ତି । ସେହି ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ଡିମେନ୍ସିଆ । ଏହି କାରଣରୁ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ଅନେକ କ୍ଷତି ହୋଇଥାଏ । ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ଚିନ୍ତା କରିବା, ମନେରଖିବା କ୍ଷମତା କମିଯାଇଥାଏ । ତେବେ ଜାପାନୀଙ୍କ କ୍ଷେତ୍ରରେ ଡିମେନ୍ସିଆ ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଡିମେନ୍ସିଆ ହେତୁ ଅନେକାଂଶରେ ରୋଗୀ ପାଗଳାମିର ଶିକାର ହୋଇପାରନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି ।

ଡାକ୍ତରୀ ବିଜ୍ଞାନରେ ଡିମେନ୍ସିଆକୁ ଏକ ରୋଗ ଭାବରେ ବିବେଚନା କରାଯାଏ ନାହିଁ। ବର୍ତ୍ତମାନ ମସ୍ତିଷ୍କ ଉପରେ ଏହାର ପ୍ରଭାବ ହ୍ରାସ କରିବା ପାଇଁ କୌଣସି ଚିକିତ୍ସା ମଧ୍ୟ ନାହିଁ। ଅନ୍ୟପଟେ ଏହି ରୋଗର ନିରାକରଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ମଧ୍ୟ ବାହାରି ପାରିନାହିଁ। ବିଶ୍ବରେ ଜନସଂଖ୍ୟା ବୃଦ୍ଧି ସହିତ ଡିମେନ୍ସିଆ ନିରାକରଣ ଏବଂ ଚିକିତ୍ସା ପାଇଁ ଔଷଧର ଆବଶ୍ୟକତା ରହିଛି ।

ପ୍ରତିଦିନ 5ଗ୍ରାମରୁ କମ ଲୁଣ ଖାଇବା ଆବଶ୍ୟକ: ହୁ

ଡାକ୍ତରୀ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଡିମେନ୍ସିଆ ସମସ୍ୟା ହେବାର ମୁଖ୍ୟ କାରଣ ହେଉଛି ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବା । ଅଧିକ ଲୁଣ (HS) ଗ୍ରହଣ କରିବା ଦ୍ବାରା ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ । ପ୍ରତିକୂଳ ସ୍ୱାସ୍ଥ୍ୟ ପରିଣାମକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦିନକୁ 5ଗ୍ରାମରୁ କମ୍ ଲୁଣ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛି । କାର୍ଡିଓଭସ୍କୁଲାର ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଅଧିକ ଲୁଣିଆ ଖାଦ୍ୟ ଶରୀରର ଏକ ଚାପ ହରମୋନର ସ୍ତରକୁ 75% ବୃଦ୍ଧି କରିଥାଏ । ଏହାସହ ହୃଦୟ, ରକ୍ତବାହୀ ଏବଂ କିଡନୀରେ କ୍ଷତି ପହଞ୍ଚିଥାଏ । ଜାପାନର ସହଯୋଗୀ ଅନୁସନ୍ଧାନକାରୀଙ୍କ ଏକ ଦଳ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ଏନେଇ ବ୍ରିଟିଶ ଜର୍ଣ୍ଣାଲ ଅଫ୍ ଫାର୍ମାକୋଲୋଜିରେ ପ୍ରକାଶିତ ହୋଇଛି ।

ଫୁଜିତା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗର ସ୍ବାସ୍ଥ୍ୟ ବିଜ୍ଞାନର ଲେଖକ ହିସାୟୋସି କୁବୋତାଙ୍କ କହିବା ଅନୁସାରେ, ଉଚ୍ଚ ରକ୍ତଚାପ, ଜ୍ଞାନଗତ ଅସୁବିଧା ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟଧିକ ଲୁଣ ଗ୍ରହଣ ଏକ ବିପଦ କାରଣ ଅଟେ । ତଥାପି, ପରିଧିୟ ଏବଂ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ମଧ୍ୟରେ ପାରସ୍ପରିକ କ୍ରିୟା ଉପରେ ଧ୍ୟାନ ଦେଉଥିବା ଅଧ୍ୟୟନଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅନୁସନ୍ଧାନ କରାଯାଇ ନାହିଁ ।

ଡିମେନ୍ସିଆର ଲକ୍ଷଣ:

  • ଡିପ୍ରେସନର ଶିକାର ହେବା
  • ସବୁବେଳେ ଚିନ୍ତା ଲାଗି ରହିବା
  • ବ୍ୟବହାର ବଦଳିଯିବା
  • ପାଗଳ ଭଳି ବ୍ୟବହାର କରିବା
  • ବାରମ୍ବାର ଗୋଟିଏ ଭୁଲ୍ କରିବା
  • ହଠାତ ରାଗିଯିବା
  • ବିରକ୍ତି ହେବା
  • ଧ୍ୟାନଶକ୍ତି ହରାଇବା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.