ETV Bharat / sukhibhava

ବ୍ଲଡ୍ ମାର୍କର୍ସରୁ ଜାଣିହେବ ଗର୍ଭାବସ୍ଥାରେ ମହିଳାଙ୍କ ଡିପ୍ରେସନ - ଗର୍ଭାବସ୍ଥାରେ ଡିପ୍ରେସନ

ଗର୍ଭାବସ୍ଥାରେ ଉଦାସୀନ ରହୁଥିବା ମହିଳାଙ୍କ ଉପରେ ନୂତନ ଅନୁସନ୍ଧାନ । ବ୍ଲଡ୍ ମାର୍କର୍ସରୁ ଜଣାପଡିବ ମାନିସକ ଚାପରେ ରହୁଥିବା ମହିଳା(Blood markers can predict depression in pregnancy) । ଅଧିକ ପଢନ୍ତୁ

ନୂତନ ଅନୁସନ୍ଧାନ: ଗର୍ଭବତୀ ମହିଳା ଡିପ୍ରେସନରେ ଥିଲେ ବ୍ଲଡ୍ ମାର୍କର୍ସରୁ ଜଣାପଡିବ

author img

By

Published : Nov 13, 2022, 9:54 AM IST

ୱାଶିଂଟନ୍: ରକ୍ତରେ ପ୍ରଦାହର ଲକ୍ଷଣ ଗର୍ଭାବସ୍ଥାରେ ଡିପ୍ରେସନକୁ ଆକଳନ କିମ୍ବା ଚିହ୍ନଟ କରିପାରେ । ଏକ ନୂତନ ଅଧ୍ୟୟନରୁ ଏହା ଜଣାପଡିଛି ଯେ, ବ୍ଲଡ୍ ମାର୍କର୍ସ ଗର୍ଭବତୀ ମହିଳା ଡିପ୍ରେସନରେ ଅଛନ୍ତି କି ନାହିଁ ଆକଳନ କରିପାରିବ(Blood markers can predict depression in pregnancy) । ତେବେ ପ୍ରଦାହର ଅର୍ଥ ଶରୀରର ଶ୍ବେତ ରକ୍ତ କୋଷରୁ ରାସାୟନିକ ପଦାର୍ଥ ରକ୍ତ କିମ୍ବା ଟିସୁରେ ପ୍ରବେଶ କରେ, ଏହା ଶରୀରକୁ ଅପକାରୀ ଜୀବାଣୁ-ଭୂତାଣୁଙ୍କଠାରୁ ରକ୍ଷା କରିଥାଏ ।

ଏହି ଅନୁସନ୍ଧାନକାରୀ ଟିମ୍ ରକ୍ତରେ ମିଳୁଥିବା 15 ଟି ଜୈବିକ ମାର୍କର(15 biological markers) ସେଟ୍ ଚିହ୍ନଟ କରିଛନ୍ତି, ଯାହା ଜଣେ ଗର୍ଭବତୀ ମହିଳା ଯଦି ଉଦାସୀନତା(Depression) ଅନୁଭବ କରୁଛନ୍ତି ତେବେ ତାହା 83% ସଠିକତା ଭାବେ ଆକଳନ କରିପାରିବ । ଏହି ଅନୁସନ୍ଧାନ ଗର୍ଭାବସ୍ଥାରେ ଉଦାସୀନ ବା ମାନସିକ ଚାପରେ ରହୁଥିବା ମହିଳାମାନଙ୍କୁ ଚିହ୍ନଟ କରିବା ପାଇଁ ଡାକ୍ତରମାନଙ୍କୁ ଏକ ଆବଶ୍ୟକୀୟ ଉପକରଣ ଯୋଗାଇପାରେ, ଯାହାଫଳରେ ସେହି ମହିଳାଙ୍କ ସଠିକ୍ ଚିକିତ୍ସା କରାଯାଇ ପାରିବ ।

ଗର୍ଭାବସ୍ଥାରେ କିମ୍ବା ପରେ ପାଞ୍ଚ ଜଣ ମାଆଙ୍କ ମଧ୍ୟରୁ ଜଣେ ଗୁରୁତର ଅବସାଦ ଅନୁଭବ କରନ୍ତି ଏବଂ ଆନୁମାନିକ 14% ଆତ୍ମହତ୍ୟା ଚିନ୍ତା କରନ୍ତି ବୋଲି ଜଣାପଡିଛି । ତେବେ ଗର୍ଭାବସ୍ଥାରେ ମହିଳାମାନେ ଅଧିକ ଡିପ୍ରେସନରେ ରହୁଥିବାରୁ ଏହି ପ୍ରଦାହ ଲକ୍ଷଣ ଚିହ୍ନଟରେ ମୁଖ୍ୟ ଭୂମିକା ନିଭାଇବ । ଡିପ୍ରେସନ୍ କେବଳ ମସ୍ତିଷ୍କରେ ଘଟେ, ମାତ୍ର ଏହାର ଆଙ୍ଗୁଠି ଛାପ ଆମ ରକ୍ତ ସମେତ ଶରୀରର ସବୁଆଡେ ରହିଥାଏ ବୋଲି VAI ପ୍ରଫେସର ତଥା ଅଧ୍ୟୟନର ସହ-ବରିଷ୍ଠ ଲେଖକ ଲେନା ବ୍ରନ୍ଦିନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଗର୍ଭଧାରଣ ସମ୍ବନ୍ଧୀୟ ଉଦାସୀନତା ଏବଂ ଏହାର ଗମ୍ଭୀରତା ପୂର୍ବାନୁମାନ କରିବାର କ୍ଷମତା ମାଆ ଏବଂ ସେମାନଙ୍କର ଶିଶୁମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏକ ଗେମଚେଞ୍ଜର ହେବ । ଆମର ଅନୁସନ୍ଧାନ ଏହି ଲକ୍ଷ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.