ETV Bharat / sukhibhava

2050 ସୁଦ୍ଧା ଷ୍ଟ୍ରୋକ ଜନିତ ମୃତ୍ୟୁ ସଂଖ୍ୟା 1 କୋଟି ଅତିକ୍ରମ କରିପାରେ: ରିସର୍ଚ୍ଚ

author img

By ETV Bharat Odisha Team

Published : Oct 11, 2023, 6:09 PM IST

ଷ୍ଟ୍ରୋକକୁ ନେଇ ଅବହେଳା ବା ସଚେତନତା ନହେଲେ 2050 ସୁଦ୍ଧା ମୃତ୍ୟୁ ସଂଖ୍ୟା 1 କୋଟି ଅତିକ୍ରମ କରିବ । ରିପୋର୍ଟରେ ଖୁଲାସା । ଅଧିକ ପଢନ୍ତୁ

Stroke
Stroke

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଏବଂ କାର୍ଯ୍ୟରେ ଚାପ ଯୋଗୁଁ ବିଶ୍ବରେ ଷ୍ଟ୍ରୋକ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ବୃଦ୍ଧି ଭିତରେ ଯଦି ସମୟ ଥାଉ ଥାଇ ସାବଧାନତା ବା ସଚେତନତା ଅବଲମ୍ବନ କରାଯାଏ ନାହିଁ ତେବେ 2050 ସୁଦ୍ଧା ମୃତ୍ୟୁ ସଂଖ୍ୟା 1 କୋଟିରେ ପହଞ୍ଚିବ ବୋଲି ନିକଟ ଅଧ୍ୟୟନରେ କୁହାଯାଇଛି ।

ପ୍ରତିବର୍ଷ ଷ୍ଟ୍ରୋକ ଯୋଗୁଁ 90 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରନ୍ତି । ଯଦି ଏହି ପରିପ୍ରେକ୍ଷୀରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ 2050 ସୁଦ୍ଧା ଷ୍ଟ୍ରୋକରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ ଏବଂ ଏହି ସଂଖ୍ୟା 1 କୋଟି ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

2050 ସୁଦ୍ଧା ଦ୍ବିଗୁଣିତ ହେବ ଷ୍ଟ୍ରୋକରେ ମୃତ୍ୟୁ ସଂଖ୍ୟା: ମେଡିକାଲ୍ ଜର୍ନାଲ୍ ଦ ଲାନସେଟ୍ ନ୍ୟୁରୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ଷ୍ଟ୍ରୋକକୁ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ପାରିବ ଏବଂ ସଠିକ ସମୟରେ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଇପାରିବ । କିନ୍ତୁ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଯୁକ୍ତ ଦେଶରେ ଏହି ରୋଗ ଅଧିକ ବ୍ୟାପୁଥିବା ନେଇ କୁହାଯାଇଛି । ବିଶ୍ବ ଷ୍ଟ୍ରୋକ ସଂଗଠନ ଏବଂ ଲାନସେଟ୍ ନ୍ୟୁରୋଲୋଜି ଆୟୋଗର ସହଯୋଗରେ ଷ୍ଟ୍ରୋକକୁ ନେଇ 4ଟି ଅଧ୍ୟୟନ କରାଯାଇଥିଲା । ତେବେ ରିପୋର୍ଟରେ କୁହାଯାଇଛି ଯେ, 2020 ମସିହା ସୁଦ୍ଧା ସାରା ବିଶ୍ବରେ ପ୍ରାୟ 66 ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ତେବେ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ସଚେତନତା ନରହିଲେ 2050 ସୁଦ୍ଧା ମୃତ୍ୟୁ ସଂଖ୍ୟା1 କୋଟିକୁ ବୃଦ୍ଧା ପାଇପାରେ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରିପୋର୍ଟରେ ଖୁଲାସା, ଶାକାହାରୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ ଆଶଙ୍କା ଅଧିକ

30 ବର୍ଷ ମଧ୍ୟରେ ବିଶ୍ବରେ ଷ୍ଟ୍ରୋକ ଜନିତ ମୃତ୍ୟୁ ସଂଖ୍ୟା ଦ୍ବିଗୁଣିତ ହୋଇଛି: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ବିଶ୍ବରେ ଷ୍ଟ୍ରୋକ ଅନୁପାତକୁ ଆକଳନ କରାଯାଏ ତେବେ ଗତ 30 ବର୍ଷ ମଧ୍ୟରେ ଷ୍ଟ୍ରୋକ ଜନିତ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଆକଳନ କରାଯାଇଛି ଯେ 2050 ସୁଦ୍ଧା ଭାରତ ସମେତ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶରେ ଷ୍ଟ୍ରୋକ୍ ହେତୁ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ। ଏହି ପରିପ୍ରେକ୍ଷୀରେ ଗବେଷଣା କରିଥିବା ଗବେଷକମାନେ ମନିଟରିଂ, ପ୍ରତିରୋଧ, ଚିକିତ୍ସା ଉପରେ ଧ୍ୟାନ ଦେବା ପାଇଁ ପୃଥିବୀର ସମସ୍ତ ଦେଶକୁ ନିବେଦନ କରିଛନ୍ତି । ଯାହାଦ୍ୱାରା ଏହି ଆକଳନକୁ ରୋକାଯାଇ ପାରିବ ବୋଲି କୁହାଯାଇଛି। ଅନ୍ୟପଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲ କହିଛନ୍ତି, " ଅଣ ସଂକ୍ରାମକ ରୋଗକୁ ମୁକାବିଲା କରିବା ପାଇଁ ଭାରତ ନିଜର କାର୍ଯ୍ୟ ଜାରି ରଖିଛି। "

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.