ETV Bharat / sukhibhava

Stress Awareness Month: ଚାପ ଏକ ରୋଗ ନହେଲେ ବି ନେଇଯାଏ ଜୀବନ !

author img

By

Published : Mar 31, 2023, 7:25 PM IST

Updated : Apr 1, 2023, 6:53 AM IST

ବ୍ୟକ୍ତିଗତ ହେଉ ଅବା ବୃତ୍ତିଗତ ସମସ୍ୟା କାରଣରୁ ଅଧିକାଂଶ ଲୋକେ ଚାପରେ ରହୁଛନ୍ତି । ଏହି ସମସ୍ୟା ସ୍ବାସ୍ଥ୍ୟ ସହ ଜୀବନକୁ ମଧ୍ୟ ନଷ୍ଟ କରିଦେଉଛି । କ୍ଷଣିକ ଉତ୍ତେଜନାର ଶିକାର ହୋଇ ଜୀବନ ହାରିବାକୁ ମଧ୍ୟ ପଛାଉନାହାନ୍ତି । ଏହି ବିପଦକୁ ରୋକିବା ପାଇଁ ପ୍ରତିବର୍ଷ ଅପ୍ରେଲ ମାସକୁ ଚାପ ସଚେତନତା ମାସ ରୂପେ ପାଳନ କରାଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଚାପ ଏକ ମହାମାରୀ ଭଳି ହୋଇଗଲାଣି ! ଏମିତି କେହି ନଥିବେ, ଯିଏ ଚାପର ସମ୍ମୁଖୀନ ହେଉନଥିବେ । ବ୍ୟକ୍ତିଗତ ହେଉ ଅବା ବୃତ୍ତିଗତ ସମସ୍ୟା କାରଣରୁ ଅଧିକାଂଶ ଲୋକେ ଚାପରେ ରହୁଛନ୍ତି । ଏହି ସମସ୍ୟା ସ୍ବାସ୍ଥ୍ୟ ସହ ଜୀବନକୁ ମଧ୍ୟ ନଷ୍ଟ କରିଦେଉଛି । କାରଣ ଚାପ ଏଭଳି ଚାପ ପକାଉଛି ଜଣେ ବ୍ୟକ୍ତି ଚରମ ନିଷ୍ପତ୍ତି ନେବାକୁ ମଧ୍ୟ ପଛାଉନାହିଁ । ଯଦି ପରିସଂଖ୍ୟାନକୁ ଦେଖିବା ଆମ ରାଜ୍ୟ ଓଡିଶାରେ ଗତ କିଛିବର୍ଷ ହେବ ଉଦ୍‌ବେଗଜନକ ଭାବେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି ।

ଚାପ ଏକ ରୋଗ ନହେଲେ ବି ନେଇଯାଏ ଜୀବନ
ଚାପ ଏକ ରୋଗ ନହେଲେ ବି ନେଇଯାଏ ଜୀବନ

କେବଳ ଆମ ରାଜ୍ୟ କାହିଁକି, ସମଗ୍ର ପୃଥିବୀବାସୀଙ୍କ ଚାପ ପରିମାଣ ବଢିଯାଇଛି । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏପ୍ରିଲ ମାସକୁ ଚାପ ସଚେତନତା ମାସ ଭାବେ ପାଳନ କରାଯାଉଛି । ଚାପ ହ୍ରାସ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ ରହିଛି ।

ଚାପକୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ଭାବରେ ବିବେଚନା କରାଯାଏ । ପ୍ରାୟ ପ୍ରତ୍ୟେକ ବୟସର ଲୋକମାନେ ବିଭିନ୍ନ କାରଣରୁ ଏକ ପ୍ରକାର ଚାପର ସମ୍ମୁଖୀନ ହେଉଛନ୍ତି । ଯଦିଓ ଚାପ ଏକ ସାଧାରଣ ଅନୁଭବ, କିନ୍ତୁ ଧୀରେ ଧୀରେ ଏହା ଏକ ସମସ୍ୟା ହୋଇଯାଏ, ତେବେ ଏହାର ପ୍ରଭାବ ଆମ ଆଚରଣ ତଥା ଶାରୀରିକ କିମ୍ବା ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡେ । ସାଧାରଣ ଜୀବନଯାପନ ମଧ୍ୟ ବାଧାପ୍ରାପ୍ତ ହୁଏ ।

ଚାପ ସଚେତନତା ମାସର ଉଦ୍ଦେଶ୍ୟ ଏବଂ ଇତିହାସ: ଚାପ ଏପରି ଏକ ଅନୁଭବ, ଯାହାକୁ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନ କାଳରେ କେବେ ନା କେବେ ଅନୁଭବ କରିଥିବେ । ବିଶ୍ବର ଲକ୍ଷଲକ୍ଷ ଲୋକ ଏହାର ନକରାତ୍ମକ ପ୍ରଭାବର ଶିକାର ହୁଅନ୍ତି । ଚିନ୍ତାଜନକ ବିଷୟ ହେଉଛି ଯେ, ପ୍ରବଳ ଚାପର ସମ୍ମୁଖୀନ ହେଉଥିଲେ ମଧ୍ୟ ଅନେକ ଲୋକ ଡାକ୍ତରୀ ପରାମର୍ଶ କରାଇବାକୁ ଦ୍ବିଧା ପ୍ରକାଶ କରନ୍ତି ।

ଚାପ କେବଳ ଏକ ଅସ୍ୱାଭାବିକ ଅନୁଭବ ନୁହେଁ, ବରଂ ଏହା ଚିନ୍ତା, ଉଦାସୀନତା, ହରମନ୍ ସମସ୍ୟା, ଶୋଇବାରେ ଅସୁବିଧା, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଚାପର ପରିଚାଳନାର ଆବଶ୍ୟକତା ନିହାତି ରୂପରେ ରହିଛି । 1992ରେ ପ୍ରଥମ ଥର ପାଇଁ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ମନ୍‌ଥ ପାଳନ କରାଯାଇଥିଲା, ଯାହା ପରେ ପ୍ରତିବର୍ଷ ଏପ୍ରିଲ ମାସରେ ଏହି ଅଭିଯାନ କରାଯାଉଛି । ଏହି ଅବସରରେ ଅନେକ ସଚେତନତା କାର୍ଯ୍ୟକ୍ରମ, ସେମିନାର, ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମିଳିତ ତଥା ପୃଥକ ଭାବରେ ସରକାରୀ ତଥା ବେସରକାରୀ ସଂଗଠନ, ସାଇକ୍ରେଟିସ ଏବଂ ସାଇକୋଲୋଜିଷ୍ଟଙ୍କ ଦ୍ବାରା ଆୟୋଜିତ ହୋଇଥାଏ ।

ଉଲ୍ଲେଖନୀୟ ବିଷୟ ହେଉଛି, ଚାପ ସଚେତନତା ମାସ ଆରମ୍ଭ ପୂର୍ବରୁ, 1974 ମସିହାରେ କର୍ମକ୍ଷେତ୍ରରେ ଚାପକୁ ଦୂର କରିବା ପାଇଁ ଏକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା । ପରେ 1989 ମସିହାରେ, ଏହି ସଂସ୍ଥାର ନାମକୁ ଅନ୍ତର୍ଜାତୀୟ ଚାପ ପରିଚାଳନା ସଂଘରେ ପରିବର୍ତ୍ତନ କରାଯାଇଥିଲା । ଯେଉଁଥିରେ ପ୍ରତିବର୍ଷ ଚାପ ଏବଂ ଆନୁଷଙ୍ଗିକ ପ୍ରସଙ୍ଗରେ ଅନେକ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

କଣ କୁହେ ପରିସଂଖ୍ୟାନ: ଚିକିତ୍ସକମାନେ ସ୍ବୀକାର କରନ୍ତି ଯେ, ଚାପର କୌଣସି ସଂଜ୍ଞା ନାହିଁ, ଏହା କୌଣସି କାରଣରୁ ହୋଇପାରେ । ପାରିବାରିକ ସମସ୍ୟା, କର୍ମକ୍ଷେତ୍ରରେ ଚାପ, ପାରସ୍ପରିକ ମତଭେଦ, ଆର୍ଥିକ କିମ୍ବା ଶାରୀରିକ ସମସ୍ୟା, ଯେକୌଣସି କାରଣ ଚାପ ସୃଷ୍ଟି କରିପାରେ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତର 10,000 ଲୋକଙ୍କ ଜୀବନ କାଳ ମଧ୍ୟରୁ ପ୍ରାୟ 2,443 ବର୍ଷ ମାନସିକ ସମସ୍ୟା, ବିଶେଷକରି ଚାପର ମୁକାବିଲା ପାଇଁ ଅତିବାହିତ ହେଉଛି । ଏଥି ସହିତ, କୋଭିଡ୍ ପରେ ଅନେକ କାରଣ ହେତୁ ସାଧାରଣ ଲୋକଙ୍କ ମଧ୍ୟରେ ଚାପ ମାମଲା କ୍ରମାଗତ ବୃଦ୍ଧି ପାଉଛି ।

NCRB(ନ୍ୟାସନାଲ୍ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ) ରିପୋର୍ଟ ଅନୁଯାୟୀ, 2021 ମସିହାରେ 13,792 ଲୋକ ମାନସିକ ରୋଗ କାରଣରୁ ଜୀବନ ହାରିଛନ୍ତି, ଯାହା ଆତ୍ମହତ୍ୟା ଜନିତ ମୃତ୍ୟୁର ତୃତୀୟ ବୃହତ୍ତମ କାରଣ ଥିଲା । ଜୀବନ ହାରିଥିବା ଏହି ମୋଟ ଲୋକଙ୍କ ମଧ୍ୟରୁ 6,134 ମାମଲା 18 ରୁ 45 ବର୍ଷ ମଧ୍ୟରେ ଯୁବକ ଥିଲେ, ଯେଉଁମାନେ କି ଏକ ପ୍ରକାର ମାନସିକ ଚାପ କିମ୍ବା ଏହା ହେତୁ ଉପୁଜୁଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଅନ୍ୟପକ୍ଷରେ, ପରାମର୍ଶଦାତା ଏଜେନ୍ସି ଡେଲୋଏଟ୍ ଅନୁଯାୟୀ, ମାନସିକ ସମସ୍ୟାର ଶିକାର ହେଉଥିବା ବିଶ୍ୱର 15% ନାଗରିକ ହେଉଛନ୍ତି ଭାରତୀୟ ।

2021 ଏବଂ 2022 ମଧ୍ୟଭାଗରେ, ସମାନ ଏଜେନ୍ସି କାର୍ଯ୍ୟକ୍ଷେତ୍ର ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଭାରତରେ ପ୍ରାୟ ଚାରି ହଜାର କର୍ମଚାରୀଙ୍କ ଉପରେ ସର୍ଭେ କରିଥିଲା । ଯାହା ଅନୁଯାୟୀ ଅନେକ ଲୋକ କର୍ମକ୍ଷେତ୍ରରେ ଚାପର ସମ୍ମୁଖୀନ ହୁଅନ୍ତି, କିନ୍ତୁ ଏହା ଚିନ୍ତାର ବିଷୟ ଯେ ସେମାନେ ଚାପର ସମ୍ମୁଖୀନ ହେଉଛନ୍ତି ବୋଲି ବୁଝିବା ସତ୍ତ୍ବେ ଚିକିତ୍ସା ପାଇଁ ଚେଷ୍ଟା କରନ୍ତି ନାହିଁ । କାରଣ ଆଜିର ସମୟରେ ଲୋକଙ୍କର ମଧ୍ୟ ଧାରଣା ରହିଛି ଯେ, ସାହାଯ୍ୟ କିମ୍ବା ମାନସିକ ରୋଗର ଚିକିତ୍ସା କେବଳ ଅଧିକ ଗୁରୁତର ମାନସିକ ରୋଗରେ ପୀଡିତ କିମ୍ବା ମାନସିକ ସନ୍ତୁଳନ ଖରାପ ହୋଇଯାଇଥିବା ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ । ଡାକ୍ତରଙ୍କୁ ପରାମର୍ଶ କରାଇଲେ ଲୋକେ ହସିବେ ଭାବି କିଛି ଲୋକ ଚିକିତ୍ସା ପ୍ରତି ଆଗ୍ରହ ପ୍ରକାଶ କରନ୍ତିନି ।

ଏପରି ପରିସ୍ଥିତିରେ, ଚାପ ସଚେତନତା ମାସ ଲୋକଙ୍କୁ କେବଳ ଚାପ ଏବଂ ଏହାର ପରିଚାଳନା ସହ ଜଡିତ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ଦେଇନଥାଏ, ବରଂ ଦ୍ୱିଧାବୋଧରୁ ମୁକ୍ତି ପାଇବାକୁ ପ୍ରୋତ୍ସାହିତ କରିଥାଏ । ଚାପ ସଚେତନତା ମାସ ପାଳନ କରିବାର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାପର କାରଣ ଏବଂ ଲକ୍ଷଣ ବୁଝିବା ଏବଂ ଏହାର ପ୍ରତିକୂଳ ପ୍ରଭାବ ଉପରେ ଧ୍ୟାନ ଦେବା । ତେଣୁ ଚାପରେ ପୀଡିତ ବ୍ୟକ୍ତି ତଥା ସେମାନଙ୍କ ଆଖପାଖରେ ରହୁଥିବା ବ୍ୟକ୍ତି ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି କୌଣସି ଉଦାସୀନ ବ୍ୟକ୍ତିଙ୍କୁ ଭେଟୁଛନ୍ତି, ତେବେ ତାଙ୍କ ମନରୁ ସମସ୍ତ ଚାପକୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ । ସଚେତନ ରହିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ ।

Last Updated : Apr 1, 2023, 6:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.