ETV Bharat / sukhibhava

ସ୍ପାଇନାଲ ଷ୍ଟ୍ରୋକ କ'ଣ ? ଗମ୍ଭୀର ହୋଇଥାଏ ଏହାର ଲକ୍ଷଣ

author img

By

Published : Jun 27, 2023, 9:01 AM IST

ପ୍ରାୟତଃ ସମସ୍ତେ ବ୍ରେନ ଷ୍ଟ୍ରୋକ ବିଷୟରେ ଅବଗତ ରହିଥାଆନ୍ତି କିନ୍ତୁ ସ୍ପାଇନାଲ ଷ୍ଟ୍ରୋକ ବିଷୟରେ ବିଷୟରେ ଲୋକେ ଅବଗତ ନଥାନ୍ତି । ତେବେ ଜାଣନ୍ତୁ କଣ ଏହି ସ୍ପାଇନାଲ ଷ୍ଟ୍ରୋକ ଏବଂ ଏହାର ଲକ୍ଷଣ

spinal stroke cause symptoms and prevention

ହାଇଦ୍ରାବାଦ: ଗତ ଏକ କିମ୍ବା ଦୁଇ ଦଶନ୍ଧି ମଧ୍ୟରେ ବ୍ରେନ ଷ୍ଟ୍ରୋକ୍ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । କେବଳ ଆମେରିକାରେ ବ୍ରେନ ଷ୍ଟ୍ରୋକ୍ ଯୋଗୁଁ ପ୍ରତିବର୍ଷ 1.40 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ତେବେ ସମସ୍ତେ ମସ୍ତିଷ୍କାଘାତ ବା ବ୍ରେନ ଷ୍ଟ୍ରୋକ ବିଷୟରେ ଜାଣିଥିବେ ହେଲେ, ସ୍ପାଇନାଲ(ମେରୁଦଣ୍ଡ) ଷ୍ଟ୍ରୋକ୍ ବିଷୟରେ ବହୁତ ଅଳ୍ପ ଲୋକ ଜାଣିଥିବେ । ବର୍ତ୍ତମାନ ବ୍ରେନ ଷ୍ଟ୍ରୋକ ଭଳି ସ୍ପାଇନାଲ ଷ୍ଟ୍ରୋକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ମସ୍ତିଷ୍କାଘାତ ପରି ମାରାତ୍ମକ ନୁହେଁ, କିନ୍ତୁ ଏହା ମନୁଷ୍ୟକୁ ଅନେକ କଷ୍ଟ ଯନ୍ତ୍ରଣା ଦେଇଥାଏ ।

ମସ୍ତିଷ୍କକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହେତୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଅନ୍ୟପଟେ ମେରୁଦଣ୍ଡ ବା ସ୍ପାଇନାଲ ଷ୍ଟ୍ରୋକରେ ମଧ୍ୟ ସମାନ ସମସ୍ୟା ଆରମ୍ଭ ହୁଏ । ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ମେରୁଦଣ୍ଡକୁ କ୍ରମାଗତ ରକ୍ତ ଯୋଗାଣ ଆବଶ୍ୟକ । ଏହା ଆପଣଙ୍କ ଶରୀରର ଅନ୍ୟ ଅଂଶକୁ ସ୍ନାୟୁ ଇମ୍ପୁଲ୍ସ ପଠାଇବାରେ ସାହାଯ୍ୟ କରେ । ଯଦି ଏହି ପ୍ରକ୍ରିୟା ଠିକ ଚାଲିବ ତାହାହେଲେ ମନୁଷ୍ୟ ହାତଗୋଡ ଚଳପ୍ରଚଳ କରିପାରିବା ସହ ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । ସ୍ପାଇନାଲ ଷ୍ଟ୍ରୋକ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ।

ସ୍ନାଇନାଲ ଷ୍ଟ୍ରୋକ: ଯଦି ମେରୁଦଣ୍ଡକୁ ରକ୍ତ ପ୍ରବାହ ପ୍ରଭାବିତ ହୁଏ କିମ୍ବା କୌଣସି କାରଣରୁ ଏହା ଅବରୋଧ କରେ, ତେବେ ଏହା ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ମିଳିନଥାଏ । ଏହି ସମସ୍ୟାକୁ ମେରୁଦଣ୍ଡ ଷ୍ଟ୍ରୋକ ବା ସ୍ପାଇନ କାର୍ଡ ଇନଫାର୍କସନ କୁହାଯାଇଥାଏ ।

ମେରୁଦଣ୍ଡକୁ ପୋଷକ ତତ୍ତ୍ବ ଏବଂ ଅମ୍ଳଜାନ ଯୁକ୍ତ ରକ୍ତ ଯୋଗାଣ ବନ୍ଦ ହୋଇଯାଇଥାଏ । ସାଧାରଣତଃ ରକ୍ତ ଜମାଟ ବାନ୍ଧିବା (ଇସକୋମେକ୍ ସ୍ପାଇନାଲ ଷ୍ଟ୍ରୋକ) କିମ୍ବା ରକ୍ତସ୍ରାବ (ହେମୋରିଜିକ୍ ସ୍ଲାଇନାଲ ଷ୍ଟ୍ରୋକ), ଯାହା ମେରୁଦଣ୍ଡର ଟିସୁ ଏବଂ କୋଷଗୁଡ଼ିକର କ୍ଷତି ଘଟାଇପାରେ । କହିବାକୁ ଗଲେ ସ୍ପାଇନାଲ ଷ୍ଟ୍ରୋକ ସମସ୍ୟାରେ ସମ୍ମୁଖୀନ ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ ଦେଖାଯାଇଥାଏ ।

ସ୍ପାଇନ ଷ୍ଟ୍ରୋକର ଲକ୍ଷଣ: ଷ୍ଟ୍ରୋକର କିଛି ମିନିଟ୍ କିମ୍ବା ଘଣ୍ଟା ମଧ୍ୟରେ ଆପଣ ଲକ୍ଷଣଗୁଡିକ ଲକ୍ଷ୍ୟ କରିପାରନ୍ତି ଏବଂ ସମୟ ଗଡିବା ସହିତ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ । ଆପଣଙ୍କର ମେରୁଦଣ୍ଡର କେଉଁ ଅଂଶ ପ୍ରଭାବିତ ହୁଏ ତାହା ଉପରେ ନିର୍ଭର କରି ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ ।

  • ଚଲାବୁଲା କରିବାରେ ଅସୁବିଧା
  • ଅଙ୍ଗର ଅସ୍ଥିରତା
  • ବ୍ଲାଡର ଉପରେ ନିୟନ୍ତ୍ରଣ ନରହିବା
  • ପକ୍ଷାଘାତ
  • ନିଶ୍ୱାସ ନେବାରେ ଅସୁବିଧା

ଏହିସବୁ ଅସୁବିଧା ଯଦି ଦେଖାଯାଏ ଗୁରୁତର ଅବସ୍ଥାରେ ମେରୁଦଣ୍ଡର ଆଘାତ ମଧ୍ୟ ମୃତ୍ୟୁର କାରଣ ହୋଇପାରେ ।

କେଉଁ କାରଣରୁ ହୋଇପାରେ ସମସ୍ୟା: ଅଧିକାଂଶ କ୍ଷେତ୍ରରେ ରକ୍ତବାହୀର ଆକାର ପରିବର୍ତ୍ତନ ହେତୁ ସ୍ପାଇନାଲ ଷ୍ଟ୍ରୋକର ସମସ୍ୟା ହୋଇଥାଏ । ରକ୍ତବାହୀର ଆକାର ବୃଦ୍ଧି ପାଇବା କାରଣରୁ ରକ୍ତପ୍ରବାହ ଠିକ ଭାବେ ହୋଇପାରିନଥାଏ । ସାଧାରଣତଃ ବୟସ ବଢିବା ସହ ଏହି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ । କିଛି ନିର୍ଦ୍ଦିଷ୍ଟ ଅବସ୍ଥା ଅଛି ଯାହା ବିପଦକୁ ବଢାଇପାରେ, ଯେପରିକି ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ସମସ୍ୟା, ହୃଦରୋଗ, ମୋଟାପଣ, ମଧୁମେହ, ଅତ୍ୟଧିକ ଧୂମପାନ କିମ୍ବା ମଦ୍ୟପାନ ।

ସ୍ପାଇନ ଷ୍ଟ୍ରୋକର ଚିକିତ୍ସା: ସ୍ପାଇନାଲ ଷ୍ଟ୍ରୋକ୍ ସମସ୍ୟାରେ, ଏହାର ଚିକିତ୍ସା ପାଇଁ ପ୍ରଥମେ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରୁଥିବା କାରଣ ଖୋଜିବାକୁ ଚେଷ୍ଟା କରାଯାଏ । ଏହା ଉପରେ ନିର୍ଭର କରି ଔଷଧ ଏବଂ ଗୁରୁତର ଅବସ୍ଥାରେ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇପାରେ । ସ୍ପାଇନାଲ ଷ୍ଟ୍ରୋକ ବହୁତ କ୍ୱଚିତ୍ ଦେଖାଯାଇଥାଏ କିନ୍ତୁ ଗମ୍ଭୀର ହୋଇପାରେ । କେତେକ କ୍ଷେତ୍ରରେ ଏହା ଜୀବନଶୈଳୀକୁ ପ୍ରଭାବିତ କରି ପକ୍ଷାଘାତର କାରଣ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.