ETV Bharat / sukhibhava

Cancer ମୃତ୍ୟୁର ମୁଖ୍ୟ କାରଣ ଧୂମ୍ରପାନ, ମଦ୍ୟପାନ ଓ ମେଦ ବହୁଳତା - କ୍ୟାନ୍ସର ନିରାକରଣ ଉପାୟ

ବର୍ଷ ୨୦୧୯ରେ ସର୍ବାଧିକ ୪.୪୫ ନିୟୁତ କର୍କଟ ରୋଗୀଙ୍କ ମୃତ୍ୟୁ ଧୂମ୍ରପାନ, ମଦ୍ୟପାନ ଏବଂ ମେଦ ବହୁଳତା କାରଣରୁ ଘଟିଛି ।

ଧୂମପାନ, ମଦ୍ୟପାନ ଏବଂ ମେଦ ବହୁଳତା Cancer ମୁଖ୍ୟ କାରଣ

author img

By

Published : Aug 19, 2022, 11:56 AM IST

ୱାଶିଂଟନ୍: ଧୂମ୍ରପାନ, ମଦ୍ୟପାନ, ହାଇ ବଡି ମାସ୍ ଇଣ୍ଡେକ୍ସ(BMI) ବା ମେଦ ବହୁଳତା ବୃଦ୍ଧି ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ କାରଣ ପାଇଁ ୨୦୧୯ରେ ବିଶ୍ବସ୍ତରରେ ପ୍ରାୟ ୪.୪୫ ନିୟୁତ କର୍କଟ ରୋଗୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଲେନସେଟ୍ ପତ୍ରିକାରେ(Lancet journal) ପ୍ରକାଶିତ ତଥ୍ୟରେ ଏହା ସ୍ପଷ୍ଟ ହୋଇଛି । ଆଞ୍ଚଳିକ, ଜାତୀୟ ତଥା ବିଶ୍ବସ୍ତରରେ କର୍କଟ ରୋଗରୁ ମୃତ୍ୟୁ, ଅସୁସ୍ଥତାକୁ ହ୍ରାସ ଏବଂ ଏହାର ପ୍ରମୁଖ ବିପଦ କାରଣଗୁଡିକ ଚିହ୍ନଟ କରିବାରେ ଏହି ଅନୁସନ୍ଧାନ ସାହାଯ୍ୟ କରିବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଏହି ଅଧ୍ୟୟନ ଦର୍ଶାଏ ଯେ, କର୍କଟ ରୋଗ ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ଚ୍ୟାଲେଞ୍ଜ ହୋଇ ରହିଛି, ଯାହା ସାରା ବିଶ୍ୱରେ ବୃଦ୍ଧି ପାଉଛି ବୋଲି ଆମେରିକାର ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏସନ୍‌ର (IHME) ନିର୍ଦ୍ଦେଶକ ଖ୍ରୀଷ୍ଟୋଫର୍ ମୁରେ କହିଛନ୍ତି । ଧୂମ୍ରପାନ ବିଶ୍ବସ୍ତରରେ କ୍ୟାନ୍‌ସର ସୃଷ୍ଟି କରିବାରେ ଏକ ମୁଖ୍ୟ କାରଣ ହୋଇ ରହିବା ସହ ଅନ୍ୟାନ୍ୟ କାରଣ ମଧ୍ଯ ରହିଛି ବୋଲି ମୁରେ କହିଛନ୍ତି । ଅଧ୍ୟୟନ ଅସୁନାରେ ୨୦୧୯ ମସିହାରେ ୨୩ ପ୍ରକାରର କ୍ୟାନ୍ସର କାରଣରୁ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ୨୦୧୦ ରୁ ୨୦୧୯ ମଧ୍ୟରେ କର୍କଟ ରୋଗର ପରିବର୍ତ୍ତନକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା । କର୍କଟରେ ମୃତ୍ୟୁହାର ଏବଂ disability-adjusted life-years(DALYs) ଉପରେ ଆଧାରିତ ଥିଲା, ସର୍ବାଧିକ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ଅଧିକାଂଶ ଅକ୍ଷମ ହୋଇ ଯାଇଥିଲେ ।

ଅନୁସନ୍ଧାନକାରୀ କହିଛନ୍ତି ଯେ, "୪.୪୫ ନିୟୁତ କର୍କଟ ମୃତ୍ୟୁ ସହ ୨୦୧୯ରେ କର୍କଟ ମୃତ୍ୟୁହାର ୪୪.୪ ପ୍ରତିଶତ ଥିଲା । ତମାଖୁ ସେବନ, ମଦ୍ୟପାନ, ଅସୁରକ୍ଷିତ ଯୌନ ସମ୍ପର୍କ ଏବଂ ଖାଦ୍ୟପେୟରେ ଅନିୟମିତତା ବିଶ୍ବବ୍ୟାପୀ କର୍କଟ ରୋଗର ଅଧିକାଂଶ କାରଣ ପାଇଁ ଦାୟୀ ଥିଲା, ଯାହା ୨୦୧୯ରେ ୩.୭ ନିୟୁତ ମୃତ୍ୟୁ ଏବଂ ୮୭.୮ ନିୟୁତ DALYs ଅନ୍ତର୍ଭୂକ୍ତ ଥିଲା । ଅଧ୍ୟୟନରୁ ଆହୁରି ମଧ୍ଯ ଜଣାପଡିଛି ଯେ ୨.୮୮ ମିଲିୟନ ମୃତ୍ୟୁ ମଧ୍ୟରୁ ୫୦.୬ ପ୍ରତିଶତ ପୁରୁଷଙ୍କର କ୍ୟାନ୍ସରରେ ମୃତ୍ୟୁ ଘଟିଥିବାବେଳେ ମହିଳାଙ୍କ ୧.୫୮ ମିଲିୟନ ମୃତ୍ୟୁ ହାରରେ ୩୬.୩ ପ୍ରତିଶତ କ୍ୟାନ୍‌ସର କାରଣ ଥିଲା ।

ଉଭୟ ପୁରୁଷ ଏବଂ ମହିଳାଙ୍କ lung(ଫୁସଫୁସ), acheal, bronchus(ଶ୍ବାସକ୍ରିୟାରେ ସାହାଯ୍ୟ କରୁଥିବା ଏୟାରୱେ) କ୍ୟାନ୍ସର କାରଣରୁ ମୃତ୍ୟୁ ଘୁଟିଛି । ସେହିପରି କୋଲନ୍ ଏବଂ ରେକ୍ଟମ୍ କର୍କଟ (୧୩.୩ ପ୍ରତିଶତ), ଓସୋଫେଜାଲ୍ କର୍କଟ (୯.୭ ପ୍ରତିଶତ) ଏବଂ ପୁରୁଷମାନଙ୍କ ପାକସ୍ଥଳୀ କର୍କଟ (୬.୬ ପ୍ରତିଶତ) ଏବଂ ଗର୍ଭାଶୟ କର୍କଟ (୧୭.୯ ପ୍ରତିଶତ), କୋଲନ୍ ଏବଂ ରେକ୍ଟମ୍ କର୍କଟ (୧୫.୮ ପ୍ରତିଶତ) ) ଏବଂ ସ୍ତନ କର୍କଟ (୧୧ ପ୍ରତିଶତ) ମହିଳାମାନଙ୍କଠାରେ ଦେଖା ଦେଉଛି ।" ମୁଖ୍ୟତଃ ଅସୁରକ୍ଷିତ ଯୌନସମ୍ପର୍କ କାରଣରୁ କର୍କଟ ହେଉଥିବା ଅନୁସନ୍ଧାନକାରୀ କହିଛନ୍ତି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ ୨୦୧୦ ରୁ ୨୦୧୯ ମଧ୍ୟରେ ବିଶ୍ବବ୍ୟାପୀ କ୍ୟାନ୍‌ସର ମୃତ୍ୟୁ ୨୦.୪ ପ୍ରତିଶତ ବୃଦ୍ଧି ପାଇ ୩.୭ ନିୟୁତରୁ ୪.୪୫ ମିଲିୟନକୁ ବୃଦ୍ଧି ପାଇଛି । କର୍କଟ ରୋଗ ହେତୁ ଅସୁସ୍ଥତା ସମାନ ଅବଧିରେ ୧୬.୮ ପ୍ରତିଶତ ବୃଦ୍ଧି ପାଇ ୮୯.୯ ମିଲିୟନରୁ ୧୦୫ ନିୟୁତ DALYsକୁ ବୃଦ୍ଧି ପାଇଛି । କର୍କଟ ମୃତ୍ୟୁ ଏବଂ ଅସୁସ୍ଥ ସ୍ୱାସ୍ଥ୍ୟରେ ମେଟାବୋଲିକ୍ ବିପଦ ସର୍ବାଧିକ ପ୍ରତିଶତ ବୃଦ୍ଧି ପାଇଥିଲା, ମୃତ୍ୟୁ ୩୪.୭ ପ୍ରତିଶତ ଏବଂ DALYs ୩.୩ ପ୍ରତିଶତ ବୃଦ୍ଧି ପାଇଥିଲା । IHMEର ସହକାରୀ ପ୍ରଫେସର ଲିସା ଫୋର୍ସ(Lisa Force) କହିଛନ୍ତି ଯେ, "ଜନସଂଖ୍ୟା ସ୍ତରରେ କର୍କଟ ରୋଗର କାରଣଗୁଡିକ ବାବଦରେ ଜାଣିବା ପାଇଁ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କର୍କଟ ନିୟନ୍ତ୍ରଣ ରଣନୀତିର ଏକ ଅଂଶ ହେବା ଉଚିତ ଯାହା ଶୀଘ୍ର ନିରାକରଣ ଏବଂ ପ୍ରଭାବଶାଳୀ ଚିକିତ୍ସାରେ ସାହାଯ୍ୟ କରିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.