ETV Bharat / sukhibhava

ଏହି ସବୁ ଖାଦ୍ୟର ସହୟୋଗରେ ଦୂର ହୁଏ ବୃଦ୍ଧାବସ୍ଥା !

author img

By

Published : Jan 12, 2023, 8:53 PM IST

ପ୍ରତିଟି ବ୍ୟକ୍ତି ସର୍ବଦା ଯୁବା ଦିଶିବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ ଆପଣାଇଥାନ୍ତି । ମାତ୍ର ଏହି ଅବସ୍ଥା ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ନିଶ୍ଚୟ ଦିନେ ଘଟିବ । ତଥାପି ଦୀର୍ଘଦିନ ପର୍ଯ୍ୟନ୍ତ ଯୁବା ଦିଶିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଖାଦ୍ୟ

Couple buying vegitavles at store
Couple buying vegitavles at store

ହାଇଦ୍ରାବାଦ: ବାର୍ଦ୍ଧକ୍ୟ ଏକ ପ୍ରାକୃତିକ ପ୍ରକ୍ରିୟା, ଯାହାକୁ ନା କେବେ ନିୟନ୍ତ୍ରଣ କରାଯାଇପାରିବ ନା ଏଡାଇ ଦିଆଯାଇ ପାରିବ । କିନ୍ତୁ ବୟସ ପୂର୍ବରୁ ଏହି ଅବସ୍ଥାକୁ ରୋକିବାର କ୍ଷମତା ଆପଣଙ୍କ ପାଖରେ ନିଶ୍ଚୟ ଅଛି । ଅର୍ଥାତ୍ ଯଦି ତ୍ବଚାରେ ବୃଦ୍ଧାବସ୍ଥା ପୂର୍ବରୁ ବାର୍ଦ୍ଧକ୍ୟ ମାଡିବସେ ତେବେ ଏହାକୁ ରୋକାଯାଇ ପାରିବ । ଏହାର ମୁଖ୍ୟ ଉପାୟ ହେଉଛି, ଖାଦ୍ୟରେ ପରିବର୍ତ୍ତନ । ଏପରି କେତେକ ଖାଦ୍ୟ ଅଛି, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ ଶରୀରକୁ ଆଣ୍ଟି-ଏଜିଂରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

କୋବି: ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ, ଯାହା ଚର୍ମ କୋଷଗୁଡ଼ିକୁ ନଷ୍ଟ ହେବାକୁ ରୋକିଥାଏ ଏବଂ ଆମକୁ ସୂର୍ଯ୍ୟର କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ । ବନ୍ଧା କୋବିରୁ ଅଧିକ ଲାଭ ପାଇବା ପାଇଁ ଏହାକୁ କଞ୍ଚା, କିମ୍ବା ହାଲୁକା ରନ୍ଧା ଯାଇଥିଲେ ଲାଭଦାୟକ ।

ଗାଜର: ବିଟା କାରୋଟିନ୍ ଏବଂ କମଳା ରଙ୍ଗର ପିଗମେଣ୍ଟରେ ପ୍ୟାକ୍ ହୋଇଥିବା ଗାଜର ରକ୍ତରେ କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ । ଦିନକୁ ଗୋଟିଏ କପ୍ ଗାଜର ଜୁସ୍ ପିଇବା ଦ୍ବାରା ଦୃଷ୍ଟିଶକ୍ତିରେ ଉନ୍ନତି ଆସେ ଏବଂ ଧୂମପାନକାରୀଙ୍କ ମଧ୍ୟରେ ଫୁସଫୁସ କର୍କଟ ହେବାର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

ଅଙ୍ଗୁର: ରିସଭେରାଟ୍ରୋଲ୍ ଏବଂ ଭିଟାମିନ୍-ସିରେ ଭରପୂର ଥିବା ଅଙ୍ଗୁରରେ ଆଣ୍ଟି-ଏଜିଙ୍ଗ୍ ଗୁଣ ଥାଏ । ଏହା ଚର୍ମ କୋଷଗୁଡ଼ିକର ଅବକ୍ଷୟକୁ ରୋକିଥାଏ । ଦୈନିକ ଏକ ଗ୍ଲାସ୍ ପର୍ପଲ୍ ଅଙ୍ଗୁର ଜୁସ୍ ପିଇବା ଦ୍ବାରା ଧମନୀରେ ରକ୍ତ ଜମାଟ ବାନ୍ଧି ନଥାଏ ।

କମଳା: ଆଣ୍ଟିଅକ୍ସିଡାଣ୍ଟର ଏକ ସମୃଦ୍ଧ ଉତ୍ସ, ଯାହା କର୍କଟ ଏବଂ କମ୍ କୋଲେଷ୍ଟ୍ରଲ ଏବଂ ରକ୍ତଚାପ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରେ ।

ପିଆଜ: ଏହା ମଧ୍ୟ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ, ଯାହା ଧମନୀରେ ଜମାଟ ବାନ୍ଧିବା ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ବଢାଇଥାଏ ।

ପାଳଙ୍ଗ: ଏଥିରେ ଭିଟାମିନ୍-କେରେ ଭରପୂର ଥାଏ । ପାଳଙ୍ଗ ଆପଣଙ୍କ ରକ୍ତବାହୀକୁ ମଜଭୁତ କରି ହୃଦ୍‌ରୋଗ ଏବଂ ଫୁସଫୁସ କର୍କଟ ହେବାର ଆଶଙ୍କାକୁ କମ କରିଥାଏ । ଏଥିରେ ପାଣିର ମାତ୍ରା ଅଧିକ ଥିବାରୁ ଏହା ଚର୍ମ କୁଞ୍ଚନ ଏବଂ ମୋତିଆବିନ୍ଦୁ ଆରମ୍ଭକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ ।

ଟମାଟୋ: ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଲିକୋପିନ୍‌ର ଉପସ୍ଥିତି ହେତୁ ଟମାଟୋ ଏସୋଫ୍ୟାଗସ୍, ପେଟ ଏବଂ କୋଲନ୍‌ରେ କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରେ । ସବୁଠୁ ଭଲ କଥା ହେଉଛି ଭିଟାମିନ୍ କେ, ଟମାଟୋକୁ ରୋଷେଇ କରିବା ପରେ ମଧ୍ୟ ଲିକୋପିନ୍ ନଷ୍ଟ ହୋଇନଥାଏ । ତେଣୁ ସମସ୍ତ ପ୍ରକାରର ଟମାଟୋ, ରସ ଏବଂ ସସ୍ ଯୁବାବସ୍ଥାକୁ ବଜାୟ ରଖିବାରେ ସହାୟକ ହେବ । ଏହା ସହିତ ଟମାଟୋ ଚୋପା ମାନବ ଚର୍ମ ଉପରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପ୍ରଭାବ ପକାଇଥାଏ, ଫଳର ବୃଦ୍ଧାବସ୍ଥା ମନ୍ଥର ହୋଇଥାଏ ।

Disclaimer: ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.