ETV Bharat / sukhibhava

କ୍ୟାନସର: ଜଟିଳ ରୋଗର ସରଳ କଥା - ଅଙ୍ଗପ୍ରତ୍ୟଙ୍ଗ

ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ଅତ୍ୟାଧୁନିକତା ସତ୍ତ୍ବେ ସମସ୍ତଙ୍କୁ ଆରୋଗ୍ୟ କଲା ଭଳି ଚିକିତ୍ସା ପଦ୍ଧତି ଏଯାଏଁ ବାହାରିନାହିଁ । କ୍ୟାନସର କଣ ,ତାହା ବୁଝିବାକୁ ହେଲେ, ଆମକୁ ପ୍ରଥମେ ସେଲ୍ ଓ ଏହା କିପରି କାମ କରେ, ତାହା ପ୍ରଥମେ ଜାଣିବାକୁ ପଡିବ । ଅଧିକ ପଢନ୍ତୁ...

କ୍ୟାନସର ରୋଗ
କ୍ୟାନସର ରୋଗ
author img

By

Published : Jan 22, 2021, 7:49 PM IST

କ୍ୟାନସର ହେଉଛି ଜଟିଳତମ ରୋଗ ମଧ୍ୟରେ ଅନ୍ୟତମ । ତେଣୁ ଲେଖକ ସିଦ୍ଧାର୍ଥ ମୁଖାର୍ଜୀ ଯଥାର୍ଥରେ ଏହି ରୋଗକୁ ‘ଏମ୍ପରର ଅଫ ମାଲାଡିଜ’ ବା ରୋଗର ସମ୍ରାଟ ବୋଲି ଅଭିହିତ କରିଛନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନସରରେ ପ୍ରାଣ ହରାଇଛନ୍ତି । ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳରେ ଅତ୍ୟାଧୁନିକତା ସତ୍ତ୍ବେ ସମସ୍ତଙ୍କୁ ଆରୋଗ୍ୟ କଲା ଭଳି ଚିକିତ୍ସା ପଦ୍ଧତି ଏଯାଏଁ ବାହାରିନାହିଁ ।

କ୍ୟାନସର କଣ ,ତାହା ବୁଝିବାକୁ ହେଲେ, ଆମକୁ ପ୍ରଥମେ ସେଲ୍ ଓ ଏହା କିପରି କାମ କରେ, ତାହା ପ୍ରଥମେ ଜାଣିବାକୁ ପଡିବ । ସେଲ ବା କୋଷ ହେଉଛି ଆମ ଶରୀରେ କ୍ଷୁଦ୍ରତମ ଶାଖା । ଏହା ପ୍ରାଚୀରର ଇଟା ଭଳି । ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗ ନିର୍ମାଣ ପାଇଁ ବିଭିନ୍ନ ଉପାୟରେ ସଙ୍ଗଠିତ ହୋଇଥାଏ କୋଷ । ଜିନ୍ ଅନୁସାରେ କୋଷ ଭିନ୍ନ ଭିନ୍ନ ଭାବେ କାମ କରିଥାଏ ।ପରିପକ୍ବ ଲୋହିତ ରକ୍ତ କୋଷକୁ ଛାଡିଦେଲେ ଆମ ଶରୀରର ପ୍ରତ୍ୟେକ କୋଷରେ ୨୦ ହଜାରରୁ ୨୫ ହଜାର ଜିନ ରହିଥାଏ, ଯାହା କି ଡିଏନଏର ଫଙ୍କସନାଲ୍ ଷ୍ଟ୍ରେଚ୍ । ପ୍ରତି ଜିନର କୋଡ ବା ନିର୍ଦ୍ଦେଶ ଥାଏ । ଏହା ଏନଜାଇମ, ରିସେପ୍ଟର, ଲିଗାଣ୍ଡ ଭଳି ଜଟିଳ ପ୍ରୋଟିନ ସିଷ୍ଟମକୁ ନିର୍ଦ୍ଦେଶ ଦେଇଥାଏ । ଏଗୁଡିକ କୋଷକୁ ଯେକୌଣସି ଫଙ୍କସନାଲ ପ୍ରପର୍ଟି ଯୋଗାଇଥାନ୍ତି । କିନ୍ତୁ କେବଳ ପ୍ରୋଟିନ ପାଖରେ କଥା ସରି ନଥାଏ । ଏସବୁ ପ୍ରୋଟିନର କାର୍ଯ୍ୟକ୍ଷମତା ମେଟାବଲିକ ପ୍ରକ୍ରିୟା ଓ ଏକାଧିକ ମେଟାବଲାଇଟିସି ସିନ୍ଥେସିସକୁ ଜନ୍ମ ଦିଏ । ପ୍ରୋଟିନ ସହ ଏହି ମେଟାବଲାଇଟିସ ଓ ଅନ୍ୟ ବାୟୋମୋଲିକ୍ୟୁଲସ ସେଲ୍ କାର୍ଯ୍ୟକାରିତାରେ ସହାୟକ ହୁଏ ।

ଏହାଛଡା ଏକ ସ୍ବାଭାବିକ ସେଲ୍ ଅନେକ ଥର ଭାଗ ଭାଗ ହୋଇପାରେ । ଯେତେବେଳେ ଗୋଟିଏ ସେଲ ଅବସାଦଗ୍ରସ୍ତ ପରିବେଶ ବା ସଙ୍କେତ ପାଏ, ଏହା ଜଟିଳ ପ୍ରୋଟିନ ସିଗନାଲିଂ ଓ ମେଟାବଲାଇଟସ୍ ସହାୟତାରେ ମୁକାବିଲା କରିବାକୁ ଚେଷ୍ଟା କରେ । କିନ୍ତୁ ଅବସାଦ ସ୍ତର କିଛି ନିର୍ଦ୍ଦିଷ୍ଟ ରେଖା ଅତିକ୍ରମ କଲେ ସେଲ୍ ବା କୋଷ ଆପୋପଟୋସିସ (ପ୍ରୋଗ୍ରାମ୍‌ଡ ଡେଥ୍ ) ପାଇଁ ନିଷ୍ପତ୍ତି ନେଇଥାଏ । ନହେଲେ ତ୍ରୁଟି ସଂଶୋଧନ କରିବା ପାଇଁ ଏହା ସେଲୁଲାର ଡିଭିଜନକୁ ରୋକିପାରେ ।

ଯେକୌଣସି ସିଷ୍ଟମ ଭଳି ସେଲୁଲାର ସିଷ୍ଟମ ମଧ୍ୟ ତ୍ରୁଟିରୁ ମୁକ୍ତ ନୁହେଁ ଓ ଏହା ବି ସାମାନ୍ୟ ପରିବର୍ତ୍ତନର ସମ୍ବେଦୀ ହୋଇଥାଏ । କ୍ୟାନସର ଦୃଷ୍ଟିକୋଣରୁ ଆମେ ଯଦି ସେଲ ଗୁଡିକର ଅସ୍ବଭାବିକ କାର୍ଯ୍ୟକ୍ଷମତା ସଂପର୍କରେ କହିବା,ତାହା ହେଲେ ଏହା ଜେନେଟିକାଲ ବା ଅନୁବଂଶୀୟ । ଯେ କୈାଣସି ପ୍ରପର୍ଟି ବା ଜୀବନ୍ତ ସିଷ୍ଟମର କାର୍ଯ୍ୟ ପରିବେଶ ଓ ଜିନ୍ ମଧ୍ୟରେ ହେଉଥିବା ପାରସ୍ପରିକ କ୍ରିୟା ଯୋଗୁଁ ସୃଷ୍ଟି ହୋଇଥାଏ । ତେଣୁ ଜିନ୍ (ମ୍ୟୁଟେସନ )ରେ ପରିବର୍ତ୍ତନ ବିଭିନ୍ନ ପରିବେଶଗତ କାରଣ ଯଥା ଧୂମପାନ, ମଦ, ତମାଖୁ ଓ କୀଟନାଶକ ଦ୍ବାରା ହୋଇଥାଏ । ଆମେ ଜାଣୁ ଯେ, ଗୋଟିଏ ସେଲ ନିର୍ଦ୍ଦିଷ୍ଟ କିଛି ସମୟ ପର୍ଯ୍ୟନ୍ତ ବିଭାଜିତ ହୋଇପାରିବ । କ୍ୟାନସର କୋଷିକା ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବିଭାଜିତ ହୋଇ ମାସ୍ ଅଫ୍ ସେଲ୍ସ ସୃଷ୍ଟି କରିଥାଏ, ଯାହାକୁ ସାଧାରଣ ଅର୍ଥରେ ଟ୍ୟୁମର କୁହାଯାଏ ।

ତେଣୁ ଜିନ ସ୍ତରରେ ଆମର ସ୍ବଭାବିକ ସେଲ୍ ବା କୋଷରେ କୌଣସି ତ୍ରୁଟି ହିଁ କ୍ୟାନସର । ଆମେ ଜାଣୁ ଯେ, ପ୍ରତ୍ୟେକ ସେଲ୍‌ରେ ୨୦ ହଜାରରୁ ୨୫ ହଜାର ଜିନ ଥାଏ । କ୍ୟାନସରରେ ଶହ ଶହ ଜିନର ସ୍ବରୂପ ବଦଳିଯାଏ । ବିଭିନ୍ନ ପ୍ରକାର କ୍ୟାନସର ରହିଛି ଓ ତାହା ଭିନ୍ନ ଭିନ୍ନ କାରଣରୁ ମଧ୍ୟ ହୋଇଥାଏ । ଉଦାହରଣ ସ୍ବରୂପ, ସ୍ନାୟୁ କ୍ୟାନସର ଧୂମପାନ କଲେ ହୋଇଥାଏ । କିନ୍ତୁ ଲିଭର କ୍ୟାନସରର କାରଣ ପଛରେ ଥାଏ ମଦ୍ୟପାନ ।

ଅନେକ ସମୟରେ ସାଧାରଣ ପ୍ରଶ୍ନ ପଚରାଯାଇଥାଏ ଯେ, କାହିଁକି କୌଣସି ଥେରାପି ନାହିଁ । ପ୍ରକୃତ କଥା ହେଲା କ୍ୟାନସର ପାଇଁ ଥେରାପି ତ ଅନେକ ରହିଛି , କିନ୍ତୁ ସବୁ ଔଷଧ (କେମୋଥେରାପି ) ୧୦୦ ପ୍ରତିଶତ ପ୍ରଭାବଶାଳୀ ହୋଇନାହିଁ । ସେଗୁଡିକ ଭିନ୍ନ ଭିନ୍ନ ରୋଗୀଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଭାବେ କାମ କରେ । ଅନୁବଂଶୀୟ ଭାବେ ଆମେ ପରସ୍ପରଠାରୁ କେଉଁ ସ୍ତରରେ ହେଲେ ଅଲଗା ହୋଇଥାଉ । (ଯାହାଫଳରେ କି ଆମେ ଅଦ୍ବିତୀୟ ) । ଏହି କାରଣରୁ ହିଁ ଏକା କ୍ୟାନସର ସତ୍ତ୍ବେ ଔଷଧର ପ୍ରଭାବ କାହା ପାଇଁ କେମିତି ରହେ ।

ତେବେ,ଏଥିପାଇଁ ଆମର ଜୀବନଶୈଳୀ, ଆହାର , ବ୍ୟାୟାମ ଓ ଡାଇବେଟିସ ବା ଏଡ୍‌ସ ଭଳି ଭିନ୍ନ ଭିନ୍ନ କାରଣ ଦାୟୀ । ଆଉ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଯେ, କେଉଁ ପର୍ଯ୍ୟାୟରେ ଏକ ନିର୍ଦ୍ଦିଷ୍ଟ କ୍ୟାନସର ରହେ । ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ବିଷୟରେ ଆମେ ଶୁଣିଥାଉ । ଏସବୁ ପର୍ଯ୍ୟାୟ କ’ଣ ଓ କାହିଁକି ଆଡଭାନସଡ ବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଥିବା କ୍ୟାନସରର ଚିକିତ୍ସା କଷ୍ଟସାଧ୍ୟ ହୋଇଥାଏ ?

ଆମେ ଜାଣୁ ଯେ, କ୍ୟାନସର ସେଲ୍ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବିଭାଜିତ ହୋବାର ସାମର୍ଥ୍ୟ ରଖି ଟ୍ୟୁମର ମାସ୍ ବିକଶିତ କରିପାରେ । ଏହି ଟ୍ୟୁମର ଏକ ନିର୍ଦ୍ଦିଷ୍ଟ ଜାଗା ବା ଅଙ୍ଗରେ ବିକଶିତ ହୁଏ । ଯେତେବେଳେ ଏହାର ଆକାର କ୍ଷୁଦ୍ର ଥାଏ ଓ ସେହି ନିର୍ଦ୍ଦିଷ୍ଟ ଜାଗା ବା ଅଙ୍ଗରେ ବଢେ, ତାହା ହେଲେ ଏହାକୁ କ୍ୟାନସରର ପ୍ରଥମ ପର୍ଯ୍ୟାୟ ବୋଲି କୁହାଯାଏ । ଟ୍ୟୁମର ଆକାର ବଢିଲେ ଏହା ନିକଟସ୍ଥ ଅନ୍ୟ ଜାଗା ଯେପରିକି ଲିମ୍ଫ୍ ନୋଡ୍ସ ଓ ଟିସୁକୁ ବିସ୍ତାର ହୁଏ ।ଏହି ସ୍ଥିତିକୁ ଆମେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ବୋଲି କହିଥାଉ ।

କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ କ୍ୟାନସର ସେଲ୍ ଶରୀରର ଭିନ୍ନ ଭିନ୍ନ ଜାଗାକୁ ଅଧିକାର କରିବା ଆରମ୍ଭ କରିଦିଏ । ଉଦାହରଣ ସ୍ବରୂପ, ବ୍ରେଷ୍ଟ କ୍ୟାନସର ବ୍ରେନକୁ ବିସ୍ତାର ହୁଏ । ସାଧାରଣ ଜ୍ଞାନ ଦୃଷ୍ଟିରୁ ଆମେ ବୁଝିପାରିବା ଯେ, ଯାହା ଗୋଟିଏ ଜାଗାରେ ସାମାନ୍ୟ ପରିମାଣରେ ଗଚ୍ଛି ହୁଏ, ତାହା ସହଜରେ ହଟାଇ ଦିଆଯାଇପାରିବ । କିନ୍ତୁ ଯାହା ଶରୀରର ଅନ୍ୟ ଜାଗାକୁ ବହୁ ପରିମାଣରେ ବ୍ୟାପିଯାଏ, ତାହାକୁ ହଟାଇବା କଷ୍ଟ । ଏ ଦୃଷ୍ଟିରୁ ଆଡଭାନ୍ସଡ ପର୍ଯ୍ୟାୟରେ ଥିବା କ୍ୟାନସରର ଚିକିତ୍ସା ବେଶ୍ ଦୁର୍ବିସହ । ରାଡିଏସନ, ଔଷଧ, ସର୍ଜରୀ ଆଦି କ୍ୟାନସର ଥେରାପିର ଅନ୍ତର୍ଭୁକ୍ତ ।

ଜଣେ ଚିକିତ୍ସକଙ୍କ ଦୃଷ୍ଟିକୋଣରୁ ଯଦି ଆମେ ବିଚାର କରିବା, ତାହା ହେଲେ କ୍ୟାନସର ହେଲଥକେୟାର ପ୍ରଫେସନାଲମାନଙ୍କୁ ହତଚକିତ କରିଆସିଛି । ଏହି ରୋଗ ଇଣ୍ଡିଭିଜୁଆଲିଷ୍ଟିକ ମୋଡ୍ ଅଫ୍ ଟ୍ରିଟମେଣ୍ଟର ଦୁର୍ବଳତାକୁ ପଦାରେ ପକାଇଛି । ଏଥିସହ ଅଧିକ ଗବେଷଣା କରିବାକୁ ବାଧ୍ୟ କରିଛି । ଦିନ ଥିଲା , କ୍ୟାନସର ରୋଗୀକୁ ଜଣେ ନିର୍ଦ୍ଦିଷ୍ଟ ସ୍ପେଶାଲିଷ୍ଟ ହିଁ ଚିକିତ୍ସା କରୁଥିଲେ। ଏବେ କିନ୍ତୁ ସେ ଦିନ ଆଉ ନାହିଁ ।

ଏବେ ଏକାଧିକ ସ୍ପେଶାଲିଷ୍ଟଙ୍କ ଆବଶ୍ୟକତା ପଡୁଛି । ଦେଶର କ୍ୟାନସର ରୋଗୀଙ୍କୁ ଆଜିକାଲି ଏକ ମଲଟି ଡିସପ୍ଲିନାରୀ ପ୍ୟାନେଲର ପରାମର୍ଶ ନେବାକୁ ପଡୁଛି । ଏହି ପ୍ୟାନେଲରେ ଜଣେ ସାଧାରଣ ଡାକ୍ତର, ସର୍ଜନ, କେମୋ –ଥେରାପିଷ୍ଟ, ରେଡିଓଥେରାପିଷ୍ଟ ଥାଆନ୍ତି । ଏବେ ଆହୁରି ବି ଉନ୍ନତ ଚିକିତ୍ସା ଶୈଳୀ ବାହାରିଲାଣି । ପ୍ରିସିସନ ଆଣ୍ଡ୍ ପର୍ସନାଲାଇଜଡ୍ ମେଡିସିନ-ପିପିଏମ ଓ ନନ୍‌-ଇଣ୍ଟରଭେନସନାଲ ଥେରାପି ଅଗ୍ରଗତି କରିଛି । ପିପିଏମ, କ୍ୟାନସରରୁ ସଂପୂର୍ଣ୍ଣ ଆଶ୍ବସ୍ତି ଦେଇଥାଏ । କିନ୍ତୁ ଏହାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଥାଏ ।

ଏ ପ୍ରକାର ଚିକିତ୍ସାରେ ରୋଗୀର ଜେନେଟିକ ଭିତ୍ତିକ ହୋଇଥାଏ । ଏହାଛଡା ରୋଗୀର ପୂର୍ବ ରୋଗ ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇଥାଏ । ଅତ୍ୟାଧୁନିକ ଟେକ୍ନୋଲୋଜିର ବି ସହାୟତା ନିଆଯାଉଛି । ପ୍ରୋଟନ ଲେଜର ଥେରାପି ଏବେ କ୍ୟାନସର କିଲିଂ ମେସିନରେ ପରିଣତହୋଇଛି । ଏହି ଥେରାପି ସଂପୃକ୍ତ ଟ୍ୟୁମର ସେଲକୁ ହିଁ ଟାର୍ଗେଟ କରି ଧ୍ବଂସ କରିଥାଏ । ଏଭଳି ଅତ୍ୟାଧୁନିକ ରାଡିଏସନ ଥେରାପିର ଅର୍ଥ ହେଲା ଯେ, କ୍ୟାନସର ଚିକିତ୍ସା ପାଇଁ ମସ୍ତିଷ୍କ, ଆଖି ଭଳି ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗର ଅସ୍ତ୍ରୋପଚାର ଏବେ ଅତୀତ ହୋଇଯିବ ।

ତେବେ, କଥା ଏତିକିରେ ସରେ ନାହିଁ । କ୍ୟାନସରରୁ ଆରୋଗ୍ୟ ହୋଇଥିବା ଯେକୌଣସି ଲୋକ କହିବ ଯେ, ଏହି ରୋଗ ସହ ସଂଗ୍ରାମ ବେଳେ ମାନସିକ ଭାବେ ଜଣେ ଦୃଢ ରହିବା ଜରୁରୀ । ମୃତ୍ୟୁର ଭୟ, ଚିକିତ୍ସାର ପ୍ରଭାବ ନେଇ ଆଶଙ୍କା, କଳଙ୍କ, ଚିକିତ୍ସା ଖର୍ଚ୍ଚ ଓ ପରିବାର ଉପରେ ବୋଝ ଭଳି ଭାବନା ରୋଗୀକୁ ଆହୁରି ଦୁର୍ବଳ କରିପକାଏ ।

ଏଭଳି ଚିନ୍ତା ଦୂର ହେବା ଆବଶ୍ୟକ । ଏଥିପାଇଁ ଭେଲ୍ୟୁ ଏଡେଡ୍ କେୟାର ମଡେଲ୍ ଅଫ ଟ୍ରିଟମେଣ୍ଟର ଆବଶ୍ୟକତା ରହିଛି । କାଉନସେଲର, ଟ୍ରେନର, ଫିଜିଓ ଥେରାପିଷ୍ଟ, ନ୍ୟୁଟ୍ରନିଷ୍ଟଙ୍କୁ ନେଇ ଏକ କେୟାରଗିଭର ପ୍ୟାନେଲ କ୍ୟାନସର ରୋଗୀର ସହାୟକ ହୋଇପାରିବ । ଏଭଳି ଆଭିମୁଖ୍ୟ ଦ୍ବାରା ରୋଗୀର ଭୟ ଓ ଆଶଙ୍କା ଦୂର କରିହେବ । ବୀମା ପ୍ରଦାନକାରୀଙ୍କ ପାଇଁ ମଧ୍ୟ ଏହା ଲାଭକାରୀ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.