ହାଇଦ୍ରାବାଦ: ଆଜିର ସମୟରେ ପ୍ରାୟ ଅଧିକାଂଶ ଲୋକ ମାଉଥଓ୍ବାସ ବ୍ୟବହାର କରୁଛନ୍ତି । ଏହାରି ଭିତରେ ମାଉଥଓ୍ବାସକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରତିଦିନ ବା ଅତ୍ୟଧିକ ମାଉଥଓ୍ବାସର ବ୍ୟବହାର ଦ୍ବାରା ଓରାଲ କ୍ୟାନ୍ସର ବା ମୁଖ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ମାଉଥଓ୍ବାସ ପରିବର୍ତ୍ତେ ପାଟିକୁ ସତେଜ ରଖିବା ପାଇଁ ଯଦି ଘରୋଇ ଜିନିଷ ଏବଂ ହର୍ବାଲର ବ୍ୟବହାର କରାଯାଏ ତେବେ ଏହା ଅନେକ କ୍ଷେତ୍ରରେ ଫଳଦାୟୀ ବୋଲି କୁହାଯାଇଛି ।
ରିସର୍ଚ୍ଚରେ ଏହା କୁହାଯାଇଛି: ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ମାଉଥଓ୍ବାସରେ ଇଥାନଲ ନାମକ ଏକ ପଦାର୍ଥ ରହିଥାଏ । ଯାହା ପାଟିର ଜୀବାଣୁ ସହିତ ମିଶି ତୁରନ୍ତ ଏସିଟେଲ୍ଡିହାଇଡରେ ପରିଣତ ହୋଇଥାଏ । ଯାହାକି ମୁଖ କର୍କଟର ପ୍ରମୁଖ କାରଣ ହୋଇଥାଏ । ତେଣୁ ପ୍ରତିଦିନ ମାଉଥଓ୍ବାସର ବ୍ୟବହାର ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି । ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଏସିଟେଲ୍ଡିହାଇଡ ଏକ ବିଷାକ୍ତ ପଦାର୍ଥ ଅଟେ । ଯଦି ମସ୍ତିଷ୍କରେ ଏହି ପଦାର୍ଥର ସ୍ତର ବୃଦ୍ଧି ପାଏ ତେବେ ଏହା ଆସେଟାଲଡିହାଇଡ୍ର ସ୍ତରକୁ ବୃଦ୍ଧି କରିବା ଆରମ୍ଭ କରିଥାଏ ।
ଆଲକହଲ ମାଉଥଓ୍ବାସ: ଆଲକହଲ ମାଉଥଓ୍ବାସ ପାଟିରେ ରହିଥିବା ଭଲ ବ୍ୟାକ୍ଟେରିଆକୁ ମଧ୍ୟ ମାରି ଦେଇଥାଏ । ଯାହା ନାଇଟ୍ରୋଜେନକୁ ନାଇଟ୍ରିକ ଅକ୍ସାଇଡରେ ପରିଣତ କରିଥାଏ । ଏହା ହୃଦୟ ପାଇଁ ଉତ୍ତମ ବୋଲି କୁହାଯାଇଛି । ତେବେ ମାଉଥଓ୍ବାସରୁ କ୍ୟାନ୍ସର ନେଇ ପ୍ରଶ୍ନ ଉଠିବା ପରେ ଅନେକ ତର୍କ ଜାରି ରହିଛି । ଏହାରି ଭିତରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଘରୋଇ ଉପାୟରେ ମାଉଥଓ୍ବାସ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Oral Cancer: ତମାଖୁ ଦ୍ବାରା କିପରି ହୁଏ ମୁଖ କର୍କଟ, ଏମିତି କହିଲେ ଏକ୍ସପର୍ଟ
ଲୁଣାପାଣିରେ କୁଳି: ଲୁଣ ପାଣି ମାଢିରେ ହେଉଥିବା ଜ୍ବଳନକୁ ଶାନ୍ତ କରିବା ସହିତ ଫୁଲାକୁ କମ କରିବାରେ ସାହାଯ୍ୟ କରିଥାଏ । ଏହାସହ ବ୍ୟାକ୍ଟେରିଆ ସଂକ୍ରମଣ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ଏକ ଗ୍ଲାସ ଗରମ ପାଣିରେ ଅଧା ଚାମଚ ଲୁଣ ମିଶାଇ କୁଳି କରିବା ଦ୍ବାରା ପାଟି ସମସ୍ୟା ହୋଇନଥାଏ ।
ବେକିଂସୋଡା: ପାଣିରେ ବେକିଂସୋଡା ମିଶାଯାଇ ଅନେକ ପାଟି ଧୋଇଥାଆନ୍ତି । ଏହା ପାଟିରେ ବ୍ୟକ୍ଟିର ବ୍ୟାକ୍ଟେରିଆ, ଏସିଡ ହଟାଇବା ସହିତ ଶ୍ବାସ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରିଥା ଏ।
ହାଇଡ୍ରୋଡେନ ପେରୋକ୍ସାଇଡ: ଜୀବାଣୁ ମାରିବା ଏବଂ ଦାନ୍ତକୁ ଧଳା କରିବା ପାଇଁ ହାଇଡ୍ରୋଡେନ ପେରୋକ୍ସାଇଡ ସାହାଯ୍ୟକାରୀ ଅଟେ। ଏହାକୁ ପାଟି ଧୋଇବାରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି। କିନ୍ତୁ ଏହି ପାଣି ପେଟ ଭିତରକୁ ଗଲେ ଏହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ବୋଲି କୁହାଯାଇଛି । ତେଣୁ ସାବଧାନତା ଜରୁରୀ ଅଟେ।
ନଡିଆ ତେଲ: ପାଟିରେ ଏକ ବଡ ଚାମଚ ନଡିଆ ତେଲ ପକାଇ 15ରୁ 20 ମିନିଟ ପର୍ଯ୍ୟନ୍ତ ଘଷନ୍ତୁ । ଏହା ଦ୍ବାରା ପାଟିରେ ରହିଥିବା ବ୍ୟାକ୍ଟେରିଆ ଦୂର ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ