ETV Bharat / sukhibhava

ସିଗାରେଟ ଧୂଆଁ ମଧ୍ୟ ବିଗାଡିପାରେ ସ୍ବାସ୍ଥ୍ୟାବସ୍ଥା, ଏଭଳି କହିଲେ ଏକ୍ସପର୍ଟ

author img

By ETV Bharat Odisha Team

Published : Dec 18, 2023, 11:24 AM IST

Smoking Effect on Heart Health: ଧୂମ୍ରପାନ ସହିତ ଏହା ଧୂଆଁ ମଧ୍ୟ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହା ଦ୍ବାରା ରକ୍ତ ନଳୀରେ ଥିବା କୋଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ । ଅଧିକ ପଢ଼ନ୍ତୁ

Smoking Effect on Heart Health
Smoking Effect on Heart Health

ହାଇଦ୍ରାବାଦ: ହୃଦଘାତ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅତି କମ ବୟସରେ ଯୁବପିଢ଼ି ହୃଦଘାତର ଶିକାର ହେଉଛନ୍ତି । ଖାଦ୍ୟାଭ୍ୟାସରେ ଅନିୟମିତତା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହି ସଂଖ୍ୟା ବୃଦ୍ଧି ହେଉଥିବା ନେଇ ସ୍ବାସ୍ଥ୍ଯ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ଅନ୍ୟପଟେ ଧୂମ୍ରପାନ ଏହାର ଏକ ମୂଳ କାରଣ ବୋଲି ମଧ୍ୟ କୁହାଯାଇଛି । ଆଜିକା ସମୟରେ ବିଶେଷ କରି ଯୁବପିଢ଼ି ଧୂମ୍ରପାନକୁ ଆପଣାଉଛନ୍ତି । ଯାହା ଫଳରେ ଅଳ୍ପ ବୟସରେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡୁଛି । ଧୂମ୍ରପାନ କେବଳ ଫୁସଫୁସ ପାଇଁ ନୁହେଁ ବରଂ ସମଗ୍ର ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି କୁହାଯାଇଛି । ଏହା ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ହାର୍ଟ ଉପରେ ଧୂମ୍ରପାନର ପ୍ରଭାବ: ଧୂମପାନ ହେଉଛି ହୃଦ୍ ରୋଗର ସବୁଠାରୁ ବଡ଼ ବା ମୂଳ କାରଣ । ହୃଦଘାତ ଯୋଗୁଁ ହୋଇଥିବା ପ୍ରତି 4ଜଣଙ୍କ ମୃତ୍ୟୁ ମଧ୍ୟରୁ ଜଣକର ମୃତ୍ୟୁ ଧୂମ୍ରପାନ ଯୋଗୁଁ ହୋଇଥାଏ । ଧୂମପାନ ଶରୀରରେ ଟ୍ରାଇଗ୍ଲିସେରାଇଡକୁ ବୃଦ୍ଧି କରିଥାଏ । ଏହି କାରଣରୁ ଶରୀରରେ ଭଲ କୋଲେଷ୍ଟ୍ରଲର ପରିମାଣ ମଧ୍ୟ କମିଯାଏ । ଏହା ରକ୍ତକୁ ଷ୍ଟିକ୍ କରିଥାଏ, ଯେଉଁ କାରଣରୁ ରକ୍ତ ଜମାଟ ବାନ୍ଧିଥାଏ । ଏହା ରକ୍ତକୁ ହାର୍ଟ ଏବଂ ମସ୍ତିଷ୍କ ନିକଟରେ ପହଞ୍ଚାଇବାରେ ରୋକିଥାଏ । ଧୂମ୍ରପାନ ଅଭ୍ୟାସ ନଥିବା ବ୍ୟକ୍ତିଙ୍କ ତୁଳନାରେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କର ଅମ୍ଳଜାନ ଯୋଗାଣ କମ ଥାଏ । ଯାହା ହୃଦୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଧୂମ୍ରପାନର ପାର୍ଶ୍ବ ପ୍ରତିକ୍ରିୟା: ଧୂମପାନ କରିବା ଦ୍ୱାରା ରକ୍ତ ନଳୀରେ ଥିବା କୋଷଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ । ଏହି କାରଣରୁ ରକ୍ତଭଣ୍ଡାରରେ ପ୍ଲେକ୍ ସୃଷ୍ଟି ହୁଏ । ଫଳରେ ରକ୍ତନଳୀଗୁଡିକ ସଙ୍କୁଚିତ ହେବା ସହିତ ରକ୍ତ ପ୍ରବାହର ଗତି ମଧ୍ୟ ମନ୍ଥର ହୋଇଥାଏ । ଯଦି ସଠିକ ସମୟରେ ବା ସଠିକ ପରିମାଣରେ ରକ୍ତ ହାର୍ଟରେ ପହଞ୍ଚେ ନାହିଁ ତାହାଲେ ହୃଦଘାତ ଏବଂ ଷ୍ଟ୍ରୋକ ହୋବାର ସମ୍ଭାବନା ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: ରିସର୍ଚ୍ଚରେ ଖୁଲାସା, ଫୁସଫୁସ ବ୍ୟତୀତ ଏହି ଅଙ୍ଗ ଉପରେ ପ୍ରଭାବ ପକାଏ ଧୂମ୍ରପାନ

ସିଗାରେଟ ଧୂଆଁର ବିପଦ: ସମସ୍ତଙ୍କ ମନରେ ଗୋଟିଏ ଭାବନା ରହିଥାଏ ଯେ, କେବଳ ଧୂମ୍ରପାନ କରିବା ଦ୍ବାରା ହିଁ ଏହାର କୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ । କିନ୍ତୁ ସିଗାରେଟ ସହିତ ଏହାର ଧୂଆଁ ମଧ୍ୟ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହା ହାର୍ଟ ପାଇଁ କ୍ଷତିକାରକ ବୋଲି କହିଛନ୍ତି । ତେବେ ସିଗାରେଟ ଧୂଆଁକୁ ନିଶ୍ବାସରେ ନେବା ଦ୍ବାରା କୋରୋନାରୀ ହୃଦରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଯଦି ସିଗାରେଟ ଧୂଆଁ ଫୁସଫୁସରେ ପହଞ୍ଚେ ତାହାଲେ ହୃଦଘାତର ଆଶଙ୍କା 25ରୁ 30 ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି କୁହାଯାଇଛି । ଏହା ସହିତ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ସିଗାରେଟ ଧୂଆଁ ଦ୍ବାରା ହାର୍ଟ, ରକ୍ତ ଏବଂ ଆଭ୍ୟନ୍ତରୀଣ ପ୍ରଣାଳୀର କାର୍ଯ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି କାରଣରୁ ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।

ଧୂମ୍ରପାନ ଯୋଗୁଁ କେଉଁ ରୋଗର ଆଶଙ୍କା ଅଧିକ ଥାଏ:

  • ସିଗାରେଟ କିମ୍ବା ସିଗାରେଟ ଧୂଆଁ ଯୋଗୁଁ ଫୁସଫୁସ କ୍ୟାନ୍ସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ।
  • ଧୂମ୍ରପାନ ଯୋଗୁଁ ସିଓପିଡି(କ୍ରନିକ ଅବଷ୍ଟ୍ରକ୍ଟିଭ୍‌ ପଲ୍‌ମୁନାରି ଡିଜିଜ୍), ଆସ୍ଥମା, ବନ୍ଧ୍ୟାକରଣ, ମଧୁମେହ, ମୋତିଆବିନ୍ଦୁ ଭଳି ସମସ୍ୟାର ଆଶଙ୍କା ବୃଦ୍ଧି ପାଇଥାଏ।
  • ସିଗାରେଟ ବା ଧୂଆଁ ଯୋଗୁଁ ଗର୍ଭାଶୟ, ପାନକ୍ରିଆଟିକ, କୋଲନ, ପେଟ ଏବଂ ଲିଭର ଭଳି କ୍ୟାନ୍ସରର ଆଶଙ୍କା ବୃଦ୍ଧି ପାଇଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.