ୱାଶିଂଟନ୍: ପ୍ରୋଷ୍ଟେଟ୍ କ୍ୟାନ୍ସର(Prostate Cancer) ଭୟାବହତା ଆକଳନ ପାଇଁ ନୂତନ ଏପିଜେନେଟିକ ବାୟୋମାର୍କର୍ସ(Epigenetic Biomarkers) ଉଦ୍ଭାବନ କଲେ ବୈଜ୍ଞାନିକ । ଏହି ଜ୍ଞାନକୌଶଳ ମାଧ୍ୟମରେ ପ୍ରୋଷ୍ଟେଟ୍ କ୍ୟାନ୍ସର କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ କେତେ ଭୟାବହ ହେବ ତା'ର ପୂର୍ବାନୁମାନ କରାଯାଇପାରିବ । ଗାର୍ଭାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(Garvan Institute of Medical Research)ର ବୈଜ୍ଞାନିକମାନେ ଏହି ଏପିଜେନେଟିକ୍ ବାୟୋମାର୍କର୍ସ ଆବିଷ୍କାର କରିଛନ୍ତି । ଏହି ନୂତନ ଅଧ୍ୟୟନ କ୍ଲିନିକାଲ୍ ଏବଂ ଟ୍ରାନ୍ସଲେସନାଲ୍ ମେଡିସିନ୍ ପତ୍ରିକାରେ ପ୍ରକାଶ ପାଇଛି ।
ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା କେତେ ପ୍ରଭାବିତ ହୋଇପାରେ ତା'ର ପୂର୍ବାନୁମାନ ପାଇଁ ପାରମ୍ପାରିକ ଚିକିତ୍ସା ଉପକରଣଗୁଡ଼ିକ ସହିତ ବାୟୋମାର୍କର୍ ବ୍ୟବହାର କରାଯାଇପାରିବ । ଏହାଦ୍ବାରା ରୋଗୀଙ୍କୁ ସଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳପାରିବ । ତେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ, ଯାହାକୁ ବିଶ୍ବସ୍ତରରେ ଦ୍ବିତୀୟ ମାରାତ୍ମକ କ୍ୟାନ୍ସର ଭାବେ ବିବେଚନା କରାଯାଏ । ଡାକ୍ତରୀ ସୂଚନା ମୁତାବକ ଟ୍ବିମର ଧିରେ ଧିରେ ପ୍ରୋଟେଷ୍ଟ କ୍ୟାନ୍ସରରେ ପରିଣତ ହୋଇଥାଏ ।
ସବୁଠୁ ବଡ କଥା ହେଉଛି କି ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହୋଇପାରେ ନାହିଁ । ଏହି ଏପିଜେନେଟିକ ବାୟୋମାର୍କର୍ସ ଦ୍ବାରା ଠିକ୍ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ବୋଲି ଗାର୍ଭାନର ଏପିଜେନେଟିକ୍ ରିସର୍ଚ୍ଚ ଲ୍ୟାବ୍ର ମୁଖ୍ୟ ତଥା ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ପ୍ରଫେସର ସୁଜନ କ୍ଲାର୍କ କହିଛନ୍ତି । ତେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ନିରାକରଣ ପରେ, ପ୍ରାୟ 50 ପ୍ରତିଶତ ପୁରୁଷ ଜୀବନ କାଳରେ ମେଟାଷ୍ଟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ । ସାଧାରଣତଃ ମେଟାଷ୍ଟାସିସ୍ ବୃଦ୍ଧି ପାଇଁ 15 କିମ୍ବା ତଦୂର୍ଦ୍ଧ୍ବ ବର୍ଷ ଲାଗିଥାଏ, କିନ୍ତୁ ଅଳ୍ପ ସଂଖ୍ୟକ ପୁରୁଷ ରୋଗ ନିର୍ଣ୍ଣୟର ବହୁ ପୂର୍ବରୁ ସାଂଘାତିକ, ମେଟାଷ୍ଟାଟିକ୍ କର୍କଟରେ ପୀଡିତ ହୋଇସାରିଥାନ୍ତି । ତେବେ ପ୍ରୋଷ୍ଟେଟ କ୍ୟାନ୍ସର ପୂର୍ବାନୁମାନ କରିବାରେ ଏହା ହେଉଛି ଦୀର୍ଘକାଳୀନ ଏବଂ ବିସ୍ତୃତ ମଲିକୁଲାର ଅଧ୍ୟୟନ ।
ରୋଗର ଧୀର ପ୍ରଗତି ଲକ୍ଷଣ ଚିହ୍ନଟ କରିବା କ୍ଷେତ୍ରରେ କଷ୍ଟକର ହୋଇଥାଏ । ଗତ 20 ବର୍ଷ ଧରି ଗାର୍ଭାନ୍ ଏବଂ ସେଣ୍ଟ୍ ଭିନ୍ସେଣ୍ଟ୍ ହସ୍ପିଟାଲ(Garvan and St Vincent's Hospital,)ରେ ପରିଚାଳିତ ବାୟୋପସିସ୍ ବ୍ୟାଙ୍କ୍(Biopsies ଏକ ରୋଗର ସ୍ଥିତି, କାରଣ, କିମ୍ବା ପରିମାଣ ଜାଣିବା ପାଇଁ ଜୀବନ୍ତ ଶରୀରରୁ ବାହାର କରାଯାଇଥିବା ଟିସୁର ପରୀକ୍ଷା) ଅନୁସନ୍ଧାନକାରୀଙ୍କୁ 1990 ଏବଂ 2000 ଦଶକରେ ପ୍ରୋଷ୍ଟେଟ୍ କ୍ୟାନ୍ସର ନିର୍ଣ୍ଣୟ ପାଇଁ 185 ଜଣଙ୍କ ନମୁନା ଉପରେ ରିସର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ । ଏହି ଟିମ୍ ରୋଗରେ ଆକ୍ରାନ୍ତ ପରଠୁ 15 ବର୍ଷରୁ ଅଧିକ ସମୟ ଜୀବିତ ଥିବା ପୁରୁଷ ଏବଂ ପ୍ରାଣ ହରାଇଥିବା ପୁରୁଷଙ୍କ ସଂଖ୍ୟା ଉପରେ ଅନୁସନ୍ଧାନ କରିଥିଲେ ।
ଅନୁସନ୍ଧାନକାରୀମାନେ ଆକ୍ରାନ୍ତଙ୍କ ଜିନୋମକୁ ଦେଖିଲେ ଏବଂ ପ୍ରୋଷ୍ଟେଟ କ୍ୟାନ୍ସରର ନିର୍ଦ୍ଦିଷ୍ଟ 1420 ଟି ରିଜିଅନ୍(ସ୍ଥାନ) ଚିହ୍ନଟ କଲେ, ଯେଉଁଠାରେ ସେମାନେ ଏପିଜେନେଟିକ୍ ପରିବର୍ତ୍ତନ ଦେଖିବାକୁ ପାଇଥିଲେ ଏବଂ ଏହା DNA ଉପରେ ପର୍ଯ୍ୟବେଶିତ ଥିଲା, ଯାହା DNA ମିଥାଇଲେସନ୍ ଭାବରେ ଜଣାଶୁଣା । ମିଥାଇଲେସନ୍ ପ୍ରକ୍ରିୟା ଏହାର DNA କ୍ରମକୁ ପରିବର୍ତ୍ତନ ନକରି ଏକ ଜିନ୍ର କାର୍ଯ୍ୟକଳାପକୁ ପରିବର୍ତ୍ତନ(up or down) କରିଥାଏ । ସେହି ରିଜିଅନ୍ ମଧ୍ୟରୁ 18 ଟି ଜିନ୍ ଅଧିକ ଅଧ୍ୟୟନ କରାଯାଇଥିଲା, ଗୋଟିଏ ମୁଖ୍ୟ ବାୟୋମାର୍କର୍ ଭାବରେ CACNA2D4 ଜିନ୍ ଭାବରେ ଚିହ୍ନଟ ହୋଇଥିଲା, ଯାହା କ୍ୟାଲସିୟମ୍ ଚ୍ୟାନେଲ୍ ନିୟନ୍ତ୍ରଣ ସହିତ ଜଡିତ ।
ଏହି ଜିନ୍ ବାବଦରେ ବହୁତ କମ୍ ସୂଚନା ରହିଛି, ତେଣୁ ମିଥାଇଲେସନ୍ ପ୍ରକ୍ରିୟା କିପରି ଜିନ୍ର କାର୍ଯ୍ୟକଳାପକୁ ଦମନ କରିପାରିବ ତାହା ଆମକୁ ପ୍ରକୃତରେ ବୁଝିବାକୁ ପଡିବ ବୋଲି ଅଧ୍ୟୟନର ପ୍ରଥମ ଲେଖକ ଡ. ରୁଥ ପିଡସଲି କହିଛନ୍ତି । ଏହି ନୂତନ ଅନୁସନ୍ଧାନ ଅଧିକ ବ୍ୟକ୍ତିଗତ କର୍କଟ(personalised cancer) ଚିକିତ୍ସା ପାଇଁ ସହାୟକ ହେବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।