ETV Bharat / sukhibhava

ପାଟି ରୋଗକୁ କରନ୍ତୁନି ଅଣଦେଖା, ମାରାତ୍ମକ ଓରାଲ୍ ବ୍ୟାକ୍ଟରିଆ ଚିହ୍ନଟ କଲେ ବୈଜ୍ଞାନିକ

ପାଟି ରୋଗ ସାଧାରଣ ହେଲେ ବି ଏହା ମାରାତ୍ମକ ହୋଇପାରେ । କାରଣ ପାଟି ରୋଗରେ ଥିବା ବ୍ୟାକ୍ଟେରିଆ ଅନ୍ୟାନ୍ୟ ଜଟିଳ ରୋଗର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି(Scientists discover harmful oral bacteria that cause other diseases) । ଅଧିକ ପଢନ୍ତୁ

author img

By

Published : Nov 27, 2022, 7:51 AM IST

ପାଟି ରୋଗକୁ କରନ୍ତୁନି ଅଣଦେଖା ! ମାରାତ୍ମକ ଓରାଲ୍ ବ୍ୟାକ୍ଟରିଆ ଚିହ୍ନଟ କଲେ ବୈଜ୍ଞାନିକ

ଲଣ୍ଡନ: ଘାତକ ଓରାଲ୍ ବ୍ୟାକ୍ଟେରିଆ ଚିହ୍ନଟ କଲେ ବୈଜ୍ଞାନିକ, ଯାହା ଗଭୀର ରୋଗ ସମସ୍ୟା ସୃଷ୍ଟି କରିପାରେ(Scientists discover harmful oral bacteria that cause other diseases) । ଏକ ଅନୁସନ୍ଧାନକାରୀ ଟିମ୍ ସାଧାରଣତ ଗୁରୁତର ପାଟି ରୋଗ ସଂକ୍ରମଣରେ ଦେଖାଯାଉଥିବା ଜୀବାଣୁ ଚିହ୍ନଟ କରିଛନ୍ତି, ଯାହାର ଏକ ପାଚନ ଜୀବାଣୁ ଏବଂ ଅନ୍ୟାନ୍ୟ ରୋଗ ମଧ୍ୟରେ ସମ୍ପର୍କ ଥିବା ଜଣାପଡିଛି । ଅଧ୍ୟୟନରୁ ଜଣାପଡିଛି ଯେ, ସବୁଠାରୁ ସାଧାରଣ ଜୀବାଣୁ ହେଉଛି ଫର୍ମିକ୍ୟୁଟ୍ସ, ବ୍ୟାକ୍ଟେରୋଡିଟସ୍, ପ୍ରୋଟୋବ୍ୟାକ୍ଟେରିଆ ଏବଂ ଆକ୍ଟିନୋବ୍ୟାକ୍ଟେରିଆ ହୋଇଥିବାବେଳେ ସାଧାରଣ ପ୍ରଜାତି ଗୁଡିକ (ଜେନେରା) ଷ୍ଟ୍ରେପଟୋକୋକସ୍ ଏସପିପି ଏବଂ ଷ୍ଟ୍ରାପ୍ଟିଲୋକସ୍ ଏସପିପି ।

ପୂର୍ବ ଅଧ୍ୟୟନ ଗୁଡ଼ିକ ପାଟି ସ୍ୱାସ୍ଥ୍ୟ ଏବଂ ସାଧାରଣ ରୋଗ ଯେପରିକି କର୍କଟ, ହୃଦ ରୋଗ, ମଧୁମେହ ଏବଂ ଆଲ୍‌ଜାଇମର ରୋଗ ମଧ୍ୟରେ ସମ୍ବନ୍ଧ ଥିବା ଜାଣିବାକୁ ପାଇଥିଲା । ସ୍ବିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀମାନେ 2010 ରୁ 2020 ମଧ୍ୟରେ ଗୁରୁତର ପାଟି ସଂକ୍ରମଣ ରୋଗୀଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନା ବିଶ୍ଳେଷଣ କରିଥିଲେ ଏବଂ ସାଧାରଣ ଜୀବାଣୁ ତାଲିକା ପ୍ରସ୍ତୁତ କରିଥିଲେ । ଯେଉଁଥିରେ କ୍ଷତିକାରକ ଓରାଲ୍ ବ୍ୟାକ୍ଟେରିଆ(ପାଟି ଜୀବାଣୁ) ଚିହ୍ନଟ ହୋଇଛି ।

ଷ୍ଟକହୋମ କାଉଣ୍ଟି(Stockholm County)ରେ ଦଶ ବର୍ଷ ମଧ୍ୟରେ ସଂଗୃହିତ ନମୁନାରୁ ଜୀବାଣୁ ସଂକ୍ରମଣର ମାଇକ୍ରୋବାୟଲ୍ ପ୍ରଥମ ଥର ପାଇଁ ରିପୋର୍ଟ କରୁଛୁ ବୋଲି କରୋଲିନସ୍କା ପ୍ରତିଷ୍ଠାନର ଦନ୍ତ ଚିକିତ୍ସା ବିଭାଗର ପ୍ରଫେସର ସାଲବର୍ଗ ଚେନ୍ କହିଛନ୍ତି । ମାଇକ୍ରୋବାୟୋଲୋଜି ସ୍ପେକ୍ଟ୍ରମ୍ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ସେମାନେ କହିଛନ୍ତି ଯେ, ଫଳାଫଳରୁ ଜଣାପଡିଛି ଯେ, ସିଷ୍ଟମିକ୍ ରୋଗ ସହ ଲିଙ୍କ୍ ଥିବା ଅନେକ ଜୀବାଣୁ ସଂକ୍ରମଣ କ୍ରମାଗତ ଭାବରେ ରହିଛି ଏବଂ ଗତ ଦଶନ୍ଧି ମଧ୍ୟରେ ଷ୍ଟକହୋମରେ ମଧ୍ୟ ଏହା ବୃଦ୍ଧି ପାଇଛି ।

ଆମର ଫଳାଫଳ ମୌଖିକ ସଂକ୍ରମଣରେ କ୍ଷତିକାରକ ମାଇକ୍ରୋଅର୍ଗାନ୍ସର ବିବିଧତା ଏବଂ ବିସ୍ତାର ବିଷୟରେ ନୂତନ ଜ୍ଞାନ ପ୍ରଦାନ କରେ ବୋଲି ଚେନ୍ କହିଛନ୍ତି । ଅନୁସନ୍ଧାନକାରୀମାନେ ବ୍ୟାଖ୍ୟା କରିଛନ୍ତି ଯେ, ଯଦି ଏକ ନିର୍ଦ୍ଦିଷ୍ଟ ଜୀବାଣୁ ପାଟିକୁ ସଂକ୍ରମିତ କରନ୍ତି ଏବଂ କ୍ଷତି କରନ୍ତି, ତେବେ ଏହା ଶରୀରର ଅନ୍ୟ କୌଣସି ଟିସୁ ପାଇଁ କ୍ଷତିକାରକ ହୋଇପାରେ, କାରଣ ଏହା ସଂକ୍ରମଣ ବିସ୍ତାର କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.