ETV Bharat / sukhibhava

'ଦେଶରେ ବଢୁଥିବା ହୃଦଘାତ ପାଇଁ ଟିକା ନୁହେଁ କୋରୋନା ଦାୟୀ' - କୋରୋନା

ଦେଶରେ ବୃଦ୍ଧି ପାଉଥିବା ହୃଦଘାତ ଜନିତ ମୃତ୍ୟୁ ପାଇଁ କୋଭିଡ୍ ଟିକା ଅଭିଯୋଗକୁ ଖଣ୍ଡନ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଥିପାଇଁ କୋରୋନା ଟିକା ନୁହେଁ, କୋରୋନା ଦାୟୀ । ଅଧିକ ପଢନ୍ତୁ

risk of heart attack
risk of heart attack
author img

By

Published : Apr 10, 2023, 11:03 AM IST

ନୂଆଦିଲ୍ଲୀ: ବିଗତ କିଛିଦିନ ହେବ, ବିଶେଷ କରି 2022ରୁ ଦେଶରେ ହୃଦ୍‌ଘାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି । 'ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍' ଅନୁଯାୟୀ, ଭାରତରେ ପ୍ରାୟ ଏକ ଚତୁର୍ଥାଂଶ(24.8 ପ୍ରତିଶତ) ମୃତ୍ୟୁ ହୃଦ୍‌ରୋଗ କାରଣରୁ ହୋଇଥାଏ । କାର୍ଯ୍ୟରତ ସମୟରେ ଅନେକ ଲୋକ ଏହି ଗମ୍ଭୀର ରୋଗର ଶିକାର ହୋଇ ପ୍ରାଣ ହରାଉଛନ୍ତି । ସବୁଠୁ ବଡ କଥା ହେଉଛି କି, କାର୍ଯ୍ୟରତ ସମୟରେ ଅର୍ଥାତ୍ ନାଚୁଥିବା, ଗାଉଥିବା, ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ଏବଂ ଖେଳାଳିମାନେ ମଧ୍ୟ ଖେଳୁଥିବା ସମୟରେ କିପରି ହୃଦ୍‌ଘାତର ଶିକାର ହୋଇ ପ୍ରାଣ ହରାଉଛନ୍ତି ତା'ର ଭିଡିଓ ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଥିଲା । ତେବେ ଏହାର କାରଣ କୋଭିଡ୍ ଟିକା ବୋଲି କେତେକ ଦାବି କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦେଶରେ ହୃଦ୍‌ଘାତ ଜନିତ ମୃତ୍ୟୁସଂଖ୍ୟା ବଢିଛି ସତ, ହେଲେ ଏଥିପାଇଁ କୋରୋନା ଟିକା ନୁହେଁ ବରଂ ନିଜେ କୋରୋନା ଦାୟୀ । ଅଶୋକା ବିଶ୍ୱବିଦ୍ୟାଳୟର ତ୍ରିବେଦୀ ସ୍କୁଲ ଅଫ୍ ବାୟୋ ସାଇନ୍ସର ଡିନ୍ ଡକ୍ଟର ଅନୁରାଗ ଅଗ୍ରୱାଲ IANSକୁ କହିଛନ୍ତି ଯେ, "ହୃଦ୍‌ଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର କୋଭିଡ୍ ଥିବାରୁ ଏହା ଅନୁମାନ କରାଯାଉଛି ।" ସେହିପରି ଜର୍ଜ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ବିବେକାନନ୍ଦ ଝା କହିଛନ୍ତି ଯେ, "କୋଭିଡ ଟିକା ସହିତ ହୃଦ୍‌ଘାତର ସମ୍ପର୍କ ଥିବା ପ୍ରମାଣ ମିଳିନାହିଁ, ବରଂ କୋଭିଡ୍ ରୋଗୀଙ୍କର ହୃଦୟ ଜନିତ ସମସ୍ୟା ବଢିପାରେ ବୋଲି ଜଣାପଡିଛି ।"

ଏହା ମଧ୍ୟ ପଢନ୍ତୁ:- World Homeopathy Day: ଜାଣନ୍ତୁ ବିଶ୍ବ ହୋମିଓପାଥି ଦିବସର ଇତିହାସ ଓ ଉଦ୍ଦେଶ୍ୟ

ଅନେକ ଅଧ୍ୟୟନରୁ ପ୍ରମାଣ ମିଳିଛି ଯେ, ହୃଦଘାତ ବୃଦ୍ଧିରେ କୋଭିଡ ସଂକ୍ରମଣର ଭୂମିକା ରହିଛି । ବ୍ରିଟିଶ ହାର୍ଟ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ ହୃଦୟ ଏବଂ କିଡନୀ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଏହା ସହିତ ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଦାହକୁ ମଧ୍ୟ ବଢାଇଥାଏ । ୟୁରୋପୀୟ ସୋସାଇଟି ଅଫ୍ କାର୍ଡିଓଲୋଜିର ଜର୍ନାଲ୍ କାର୍ଡିଓଭସ୍କୁଲାର୍ ରିସର୍ଚ୍ଚରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି, ସ୍ୱଳ୍ପ ସମୟ ଏବଂ ଦୀର୍ଘ ସମୟ ମଧ୍ୟରେ କୋଭିଡ ହୃଦଘାତ ଏବଂ ମୃତ୍ୟୁ ହେବାର ଆଶଙ୍କା ସହିତ ଜଡିତ । ଚଳିତ ବର୍ଷ ପ୍ରାରମ୍ଭରେ ପ୍ରାୟ 160,000 ଲୋକଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା ।

ଏହି ଅଧ୍ୟୟନରୁ ଜଣାଗଲା ଯେ, କୋଭିଡରେ ସଂକ୍ରମିତ ବ୍ୟକ୍ତି ଅଣସଂକ୍ରମିତ ବ୍ୟକ୍ତିଙ୍କ ତୁଳନାରେ ସଂକ୍ରମଣର ପ୍ରଥମ ତିନି ସପ୍ତାହରେ ମୃତ୍ୟୁ ହେବାର ଆଶଙ୍କା 81 ଗୁଣ ଅଧିକ ଏବଂ ସଂକ୍ରମଣ ପରେ 18 ମାସ ପର୍ଯ୍ୟନ୍ତ ମୃତ୍ୟୁ ହେବାର ସମ୍ଭାବନା 5 ଗୁଣା ଅଧିକ । ଗତ ବର୍ଷ ନେଚର୍ ମେଡିସିନ୍ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, କୋଭିଡ୍‌ର ସାମାନ୍ୟ ରୋଗ ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ଅନ୍ତତଃପକ୍ଷେ ଏକ ବର୍ଷ ପାଇଁ ହୃଦ୍‌ରୋଗର ଆଶଙ୍କା ବଢାଇପାରେ । ସର୍ବଶେଷରେ ଗବେଷକମାନେ ଜାଣିବାକୁ ପାଇଲେ ଯେ, କୋଭିଡରେ ସଂକ୍ରମିତ ନଥିବା ଲୋକଙ୍କ ଅପେକ୍ଷା ସଂକ୍ରମିତ ବ୍ୟକ୍ତିଙ୍କର ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ଅନେକ ରୋଗର ହାର ଯଥେଷ୍ଟ ଅଧିକ ।

ତେବେ କିଛି ଲୋକ କୋଭିଡ ଟିକା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରନ୍ତି । ସେମାନେ ଭାବନ୍ତି ଯେ, ଟୀକାକରଣ କାରଣରୁ ରୋଗ ବିପଦ ବଢୁଛି । ଦେଶରେ ହୃଦ୍‌ଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ସପ୍ତାହ ପୂର୍ବରୁ କହିଛନ୍ତି ଯେ, "ଏନେଇ ଭାରତୀୟ ପରିଷଦ ଅନୁସନ୍ଧାନ ଆରମ୍ଭ କରିଛି । ଆସନ୍ତା ଦୁଇ ମାସ ମଧ୍ୟରେ ହୃଦ୍‌ଘାତ ବୃଦ୍ଧିର ପ୍ରକୃତ କାରଣ ଜଣାପଡିଯିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.