ETV Bharat / sukhibhava

ପ୍ରେଗନାନ୍ସି ଦୂର ପାଇଁ ପୁରୁଷ ବି ଖାଇପାରିବେ ଗର୍ଭନିରୋଧକ ବଟିକା - ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ

ଏଣିକି ଅବାଞ୍ଛିତ ଗର୍ଭଧାରଣ ରୋକିବାରେ ମହିଳାମାନଙ୍କ କଷ୍ଟକୁ ଲାଘବ କରିପାରିବେ ପୁରୁଷ । ପୁରୁଷ ଗର୍ଭନିରୋଧକ ବଟିକା ତିଆରି କରିବାରେ ସଫଳ ବୈଜ୍ଞାନିକ ! ଅଧିକ ପଢନ୍ତୁ

contraceptive-pill-for-men
contraceptive-pill-for-men
author img

By

Published : Feb 16, 2023, 1:50 PM IST

Updated : Feb 16, 2023, 3:58 PM IST

ୱାଶିଂଟନ: ଏଣିକି ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ମହିଳାଙ୍କ କଷ୍ଟକୁ ଲାଘବ କରିବାରେ ସହାୟକ ହୋଇପାରିବେ ପୁରୁଷ । ଏଥିପାଇଁ ଆଉ କେବଳ ମହିଳାଙ୍କୁ ମେଡିସିନ୍ ଖାଇବାକୁ ପଡିନପାରେ । କାରଣ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ବଟିକା ପ୍ରସ୍ତୁତ କରୁଛନ୍ତି ବୈଜ୍ଞାନିକ । ମୂଷା ଉପରେ କରାଯାଇଥିବା ଏକ ପରୀକ୍ଷଣରେ ସଫଳ ହୋଇଛନ୍ତି ବୈଜ୍ଞାନିକ । ଯାହା ଦର୍ଶାଉଛି, ଯେ ଆଗକୁ ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ପୁରୁଷମାନେ ଗର୍ଭ ନିରୋଧକ ବଟିକା ଖାଇପାରିବେ ।

ରିପୋର୍ଟ ଅନୁସାରେ, ଆମେରିକାର ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଔଷଧ ବିକଶିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମୂଷାମାନଙ୍କ ଉପରେ ଏହି ପରୀକ୍ଷଣ କରାଯାଇଛି । ଶାରୀରିକ ସମ୍ପର୍କ ସ୍ଥାପନ ପୂର୍ବରୁ ମୂଷାମାନଙ୍କୁ ଏହି ଔଷଧ ଦିଆଯାଇଥିଲା ଏବଂ ପୂର୍ବରୁ, ସେହି ସମୟରେ ଏବଂ ପରେ ଶୁକ୍ରାଣୁର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା । ପରୀକ୍ଷଣରେ ଦେଖାଗଲା ଯେ, ଏହି ଗର୍ଭନିରୋଧକ ବଟିକା ଖାଇବା ଦ୍ବାରା ଶୁକ୍ରାଣୁ ସ୍ଥିର ରହୁଛି । ପରୀକ୍ଷଣ ସମୟରେ, ଏହାର ପ୍ରଭାବ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଥିଲା ଏବଂ 24 ଘଣ୍ଟା ପରେ ପ୍ରଭାବ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା ।

ସବୁଠୁ ବଡ କଥା ହେଉଛି କି ଏହି ଗର୍ଭନିରୋଧକ ଔଷଧ କୌଣସି ହରମୋନ୍‌କୁ ନଷ୍ଟ କରେ ନାହିଁ, ଯାହାଦ୍ୱାରା ପୁରୁଷ ହରମୋନ୍ ଅଭାବର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ । ଏହା ପରିବର୍ତ୍ତେ, ଏହି ଔଷଧ ସୋଲେବଲ୍ ଆଡେନାଇଲ୍ ସାଇକ୍ଲେସ୍(SAC) ନାମକ ଏକ ସେଲୁଲାର୍ ସିଗନାଲ୍ ପ୍ରୋଟିନ୍ ପ୍ରତିରୋଧ କରିଥିଲା, ଯାହା ଶୁକ୍ରାଣୁର ଗତିଶୀଳତା ଏବଂ ପରିପକ୍ୱତା ପାଇଁ ଜରୁରୀ ବୋଲି ରିପୋର୍ଟର ଦର୍ଶାଯାଇଛି । ଫେବୃଆରୀ 14, 2023 ରେ ନେଚର୍ କମ୍ୟୁନିକେସନ ଜର୍ଣ୍ଣାଲରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।

ଅନୁସନ୍ଧାନ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଶ୍ବର ଅବାଞ୍ଛିତ ଗର୍ଭଧାରଣ ହାର ପ୍ରାୟ 50 ପ୍ରତିଶତ ଏବଂ ଏହା ଯୁକ୍ତରାଷ୍ଟ୍ରର ଯୁବକମାନଙ୍କ ମଧ୍ୟରେ ସବୁଠୁ ଅଧିକ । ଜଣେ ବ୍ୟକ୍ତି ଶରୀରରେ ପ୍ରତି ସେକେଣ୍ଡରେ ପ୍ରାୟ 1000 ଶୁକ୍ରାଣୁ ଉତ୍ପାଦନ ହୋଇଥାଏ ଏବଂ ପ୍ରଜନନକୁ ରୋକିବା ପାଇଁ ପୁରୁଷ ଗର୍ଭନିରୋଧକ କୌଶଳ ଲକ୍ଷ ଲକ୍ଷ ଶୁକ୍ରାଣୁକୁ ପ୍ରତିରୋଧ କରିବାରେ ପ୍ରଭାବଶାଳୀ ହେବା ଆବଶ୍ୟକ ଥିଲା । ତେଣୁ ଦୀର୍ଘ ଦିନ ଧରି ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଔଷଧ ତିଆରି କରିବା କଷ୍ଟକର ହୋଇ ପଡିଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଅନୁସନ୍ଧାନକାରୀ ଆଶା କରନ୍ତି ଯେ, ତିନି ବର୍ଷ ମଧ୍ୟରେ ମନୁଷ୍ୟ ଉପରେ ଏହି ଔଷଧର ପ୍ରଥମ ପରୀକ୍ଷଣ କରାଯିବ । ଏହାର ଶେଷ କ୍ଲିନିକାଲ୍ ଟେଷ୍ଟ୍ ଏବଂ ବ୍ୟବହାର ପାଇଁ ପାଖାପାଖି 8 ବର୍ଷ ଲାଗିପାରେ । ଅନୁସନ୍ଧାନର ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଏହି ଔଷଧ ଏକ ଗେମ୍‌-ଚେଞ୍ଜର ଭାବେ କାର୍ଯ୍ୟ କରିବ । କେବଳ ମହିଳାମାନେ ଖାଇବେନି ବୋଲି ନୁହେଁ, ବରଂ ଏହାର ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ସବୁଠୁ ପ୍ରଭାବଶାଳୀ ହେବ । ଏଥିସହ ମହିଳାମାନେ ଗର୍ଭନିରୋଧକ ନେଲେ ଯେଉଁ ଯନ୍ତ୍ରଣା ଅନୁଭୂତ ହୋଇଥାଏ ତାହା ମଧ୍ୟ ଦୂର ହୋଇପାରିବ ।

କହି ରଖୁଛୁ ଯେ, ଅବାଞ୍ଛିତ ଗର୍ଭଧାରଣ ଆଉ ଏକ ମୁଖ୍ୟ ସମସ୍ୟା । ଏଥିପାଇଁ ମହିଳାମାନଙ୍କୁ ଗର୍ଭନିରୋଧକ ମେଡିସିନ୍ ଖାଇବାକୁ ପଡିଥାଏ କିମ୍ବା ଆବୋରସନ୍ ପାଇଁ ଡାକ୍ତରଖାନାରେ ଯାନ୍ତ୍ରିକ କୌଶଳର ସାହାଯ୍ୟ ନିଆଯାଏ । ଅନ୍ୟ ଉପାୟ ଭାବରେ ପୁରୁଷମାନେ କେବଳ କଣ୍ଡୋମ ବ୍ୟବହାର କିମ୍ବା ଭାସେକ୍ଟୋମି କରିପାରୁଥିଲେ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ପୁରୁଷମାନେ ମଧ୍ୟ ମେଡିସିନ୍ ଗ୍ରହଣ କରି ଗର୍ଭନିରୋଧନ କରିପାରିବେ ।

Last Updated : Feb 16, 2023, 3:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.