ETV Bharat / sukhibhava

ଶାରୀରିକ ବ୍ୟାୟାମ ସହ ରହିଛି ମାନସିକ ସ୍ବାସ୍ଥ୍ୟ ଲିଙ୍କ: Research - ଶାରୀରିକ ବ୍ୟାୟାମ

ବିଭିନ୍ନ ପ୍ରକାରର ଶାରୀରିକ ବ୍ୟାୟାମ(exercise) ମସ୍ତିଷ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ(connections between exercise, mental health) । ଅଧିକ ପଢନ୍ତୁ

ଶାରୀରିକ ବ୍ୟାୟାମ ସହ ରହିଛି ମାନସିକ ସ୍ବାସ୍ଥ୍ୟ ଲିଙ୍କ: Research

author img

By

Published : Sep 17, 2022, 7:37 PM IST

ନୂଆଦିଲ୍ଲୀ: ଶାରୀରିକ ବ୍ୟାୟାମ ଜ୍ଞାନ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରେ, କିନ୍ତୁ ବ୍ୟାୟାମର ସମସ୍ତ ପ୍ରକାର ଏବଂ ତୀବ୍ରତା ମସ୍ତିଷ୍କ ଉପରେ ସମାନ ପ୍ରଭାବ ପକାଏ ନାହିଁ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ମାନସିକ ସ୍ବାସ୍ଥ୍ୟ ଏବଂ ବ୍ୟାୟାମ ମଧ୍ଯରେ ଭିନ୍ନ ଭିନ୍ନ(connections between exercise, mental health) ପ୍ରତିକ୍ରିୟା ଦେଖା ଯାଇଥାଏ ।

ଏକ ନୂତନ ଡାର୍ଟମାଉଥ୍ ଅଧ୍ୟୟନ ଅନୁଯାୟୀ, ବ୍ୟାୟାମର ପ୍ରଭାବ ଅଧିକ ସୂକ୍ଷ୍ମ ହୋଇଥାଏ, ଦୀର୍ଘ ସମୟ ଧରି ବ୍ୟାୟାମର ନିର୍ଦ୍ଦିଷ୍ଟ ତୀବ୍ରତା ସ୍ତର ସ୍ମୃତି ଏବଂ ମାନସିକ ସ୍ବାସ୍ଥ୍ୟର ବିଭିନ୍ନ ଦିଗ ସହିତ ଜଡିତ ହୋଇଥାଏ । ଏହି ଅନୁସନ୍ଧାନ ବୈଜ୍ଞାନିକ ରିପୋର୍ଟରେ ପ୍ରକାଶ ପାଇଛି ।

ଅନୁସନ୍ଧାନକାରୀମାନେ ଅଂଶଗ୍ରହଣକାରୀଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ସେମାନଙ୍କର ସ୍ମୃତି କାର୍ଯ୍ୟଦକ୍ଷତା ମଧ୍ୟରେ ସଂଯୋଗ ମଧ୍ୟ ଚିହ୍ନଟ କରିଥିଲେ । ଅଂଶଗ୍ରହଣକାରୀ ମାନସିକ ସ୍ବାସ୍ଥ୍ୟ ବିଷୟରେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଏବଂ ପୂର୍ବ ବର୍ଷରୁ ସେମାନଙ୍କର ଫିଟନେସ୍ ତଥ୍ୟ ବାବଦରେ ସେୟାର କରିବାକୁ କୁହାଯାଇଥିଲା । ଆଶା କରାଯାଉଥିଲା କି, ଅଧିକ ସକ୍ରିୟ ବ୍ୟକ୍ତିବିଶେଷଙ୍କ ବା ଅଧିକ ବ୍ୟାୟାମ କରିଥିବା ବ୍ୟକ୍ତିଙ୍କ ସ୍ମୃତିଶକ୍ତି ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ହେବ, କିନ୍ତୁ ଫଳାଫଳ କିଛି ଭିନ୍ନ ଆସିଥିଲା ।

ଯେଉଁମାନେ କମ୍ ତୀବ୍ରତାରେ ବ୍ୟାୟାମ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କର କିଛିଟା ସ୍ମୃତିଗତ କାର୍ଯ୍ୟ ଭଲ ଥିବାବେଳେ ଯେଉଁମାନେ ଅଧିକ ତୀବ୍ରତାରେ ବ୍ୟାୟାମ କରିଥିଲେ ସେମାନଙ୍କର ଅନ୍ୟାନ୍ୟ ସ୍ମୃତି କାର୍ଯ୍ୟରେ ଭଲ ପ୍ରଦର୍ଶନ ରହିଥିଲା । ଯେଉଁମାନେ ଅଧିକ ତୀବ୍ର ବ୍ୟାୟାମ କରିଥିଲେ ସେମାନେ ମଧ୍ୟ ଅଧିକ ଚାପ ସ୍ତର ବିଷୟରେ ଜଣାଇଥିଲେ, ଯେଉଁମାନେ ନିୟମିତ ଭାବରେ ନିମ୍ନ ତୀବ୍ରତାରେ ବ୍ୟାୟାମ କରୁଥିଲେ ସେମାନେ କମ୍ ଚିନ୍ତା ଏବଂ ଉଦାସୀନତାର ସମ୍ମୁଖୀନ ହେଉଥିଲେ । ତେବେ ବିଭିନ୍ନ ପ୍ରକାରର ଶାରୀରିକ ବ୍ୟାୟାମ କିପରି ମସ୍ତିଷ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ ତା' ଉପରେ ଏହି ଅଧ୍ୟୟନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.