ଏକ ନୂଆ ଗବେଷଣା ଅନୁସାରେ 74 ପ୍ରତିଶତ ମହିଳା ଓ 80 ପ୍ରତିଶତ ପୁରୁଷ ଅଧିକ କାର୍ଯ୍ୟଭାର ଓ ଆବଶ୍ୟକ ବିଶ୍ରାମ ଅଭାବରୁ ମାନସିକ ଚାପରେ ରହିଥାନ୍ତି । ସାରା ବିଶ୍ବରେ ମାନସିକ ଚାପ ଏକ ବଡ ସମସ୍ୟା । ଚାପଜନିତ ଏହି ସମସ୍ୟାରୁ ସମସ୍ତେ ମୁକୁଳିବା ଜରୁରୀ ହୋଇପଡିଛି । ଜୀବନରେ କିଛି ବିଷୟ ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଚାପମୁକ୍ତ ହେବା ପାଇଁ କିଛି ଛୋଟ ଛୋଟ କଥା ପ୍ରତି ବି ସମସ୍ତେ ଧ୍ୟାନ ଦେବାକୁ ହେବ ।
ଷ୍ଟ୍ରେଚିଂ ବା ବ୍ୟାୟାମ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ । ଜଟିଳ ବ୍ୟାୟାମ ନ କରି, ବିଶେଷ ଝାଳ ନ ବୁହାଇ ନିୟମିତ ସାମାନ୍ୟ ଷ୍ଟ୍ରେଚିଂ କଲେ ଏହାର ସୁଫଳ ମିଲିପାରିବ । ଘରେ ଥାଇ ସାମାନ୍ୟ ଷ୍ଟ୍ରେଚିଂ କଲେ ଆପଣଙ୍କ ମିଜାଜରେ ପରିବର୍ତନ ହୋଇପାରିବ ।
ଆସନ୍ତୁ ତିନି ଭିନ୍ନ ଭିନ୍ନ ବ୍ୟାୟାମ ଉପରେ ନଜର ପକାଇବା, ଯାହା କି ଆପଣଙ୍କ ଶକ୍ତି ସ୍ତର ବୃଦ୍ଧି କରିବା ସହ ଚାପମୁକ୍ତିରେ ସହାୟକ ହେବ ।
ଲେଗ୍ସ ଅପ୍ ଦି ୱାଲ୍
କାନ୍ଥ ଉପରକୁ ଗୋଡ ପୋଜ୍କୁ ‘ବୀପରତିକରନି’ କୁହାଯାଏ । ଏ ପ୍ରକାର ଷ୍ଟ୍ରେଚିଂ ପୋଜ୍ ଶରୀରରେ ରକ୍ତା ସଂଚାଳନରେ ସହାୟକ ହୋଇଥାଏ । ଏହାଛଡା, ଦୀର୍ଘ ସମୟ ଧରି ବସି ରହିଲେ ବା ଛିଡା ହେଲା ପରେ ଏ ପ୍ରକାର ପୋଜ୍ ଆପଣଙ୍କ ଶରୀରକୁ ଏକ ସନ୍ତୋଷଜନକ ରିବାଲାନସିଂ କରିଥାଏ ।
କ୍ୟାଟ-କାଓ ପୋଜ୍
ମାର୍ଜାରାୟାସନ ବା କ୍ୟାଟ-କାଓ ପୋଜ୍ ହେଉଛି ଦୁଇଟି ଷ୍ଟ୍ରେଚର ମିଶ୍ରଣ । ଏହା ଦ୍ୱାରା ମେରୁଦଣ୍ଡର ୱାର୍ମଅପ ହୋଇଥାଏ । ଏହି ନିଶ୍ବାସ ସିଂକ୍ରୋନାଇଜ୍ଡ ଗତି ଶରୀର ଓ ମନ ସତେଜ ରହେ । ଏ ପ୍ରକାର ଷ୍ଟ୍ରେଚ୍ ଦ୍ବାରା ଶରୀରରେ ରକ୍ତ ସଂଚାଳନରେ ଉନ୍ନତି ଆସିବା ସହ ପିଠି ଯନ୍ତ୍ରଣା ଓ ଚାପ ହ୍ରାସ ହୁଏ ।
ଚାଇଲଡ ପୋଜ୍
ଅତ୍ୟାଧୁନିକ ବ୍ୟାୟାମରେ ବିଶ୍ବାସ ରଖୁଥିବା ଲୋକେ ବି ଏ ପ୍ରକାର ଷ୍ଟ୍ରେଚିଂର ଗୁରୁତ୍ବ ଜାଣନ୍ତି । ଚାଇଲଡ ପୋଜ୍ ବାଳାସନ ଭାବେ ପରିଚିତ । ଏହା ବ୍ୟଗ୍ରତା ଓ ଚାପ ଦୂର କରିଥାଏ । ଶରୀରର ଅଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସବୁ ସତେଜ ଓ ସକ୍ରିୟ ରଖିଥାଏ । ଭଲ ଭାବେ ଯଦି ଏହି ଆସନ କରାଯାଏ, ତାହା ହେଲେ ପିଠି, କାନ୍ଧ, ବେକ ଯନ୍ତ୍ରଣାରୁ ମୁକ୍ତି ମିଳିବ । ବାଳାସନ ଦ୍ବାରା ଶାରୀରିକ ଓ ମାନସିକ ଆଶ୍ବସ୍ତି ବି ମିଳିଥାଏ । ଆପଣଙ୍କ ମନ ଓ ମସ୍ତିଷ୍କ ପରସ୍ପର ସହ ଜଡିତ । ଆପଣ ଶରୀରରୁ ଯେମିତି ନିୟନ୍ତ୍ରଣ କରିବେ, ସେହିପରି ମସ୍ତିଷ୍କ ଆପଣଙ୍କ ଚିନ୍ତନ ଶକ୍ତିକୁ ପ୍ରଭାବିତ କରେ । ତେଣୁ ଚାପ ମୁକ୍ତ ହେବା ପାଇଁ ଆପଣ ଉପରୋକ୍ତ ଷ୍ଟ୍ରେଚ୍ ବା କିଛି ଲଘୁ ଆସନ ନିୟମିତ କରିବା ଦରକାର ।
ଲେଖକ: ରିଙ୍କି ଆର୍ଯ୍ୟା, ବିମଳ ଯୋଗ ପ୍ରତିଷ୍ଠାତା
(ରିଙ୍କି ଆର୍ଯ୍ୟାଙ୍କ ସହ ଆପଣ ଇମେଲରେ ଯୋଗାଯୋଗ କରିପାରିବେ । ଇମେଲ ହେଲା: Rinkyarya0524@gmail.com)