ETV Bharat / sukhibhava

Relationship Tips: ସମ୍ପର୍କରେ ବିଶ୍ବାସ ବଜାୟ ରଖିବାକୁ ଆପଣାନ୍ତୁ ଏସବୁ ଟିପ୍ସ - କିପରି ସମ୍ପର୍କକୁ ପୁନଃ ଆରମ୍ଭ କରିବେ

ବର୍ତ୍ତମାନ ସମୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି । ବୁଝାମଣା ଅଭାବ କାରଣରୁ ଭାଙ୍ଗି ଯାଉଛି ସୁନାର ସପନ । ଏପରିକି ଅନେକ ସମୟରେ ହତ୍ୟା ଏବଂ ଆତ୍ମହତ୍ୟା ଭଳି କରୁଣ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ସମ୍ପର୍କକୁ ଚିରସ୍ଥାୟୀ ଏବଂ ଯଦିଓ କୌଣସି କାରଣରୁ ସମ୍ପର୍କ ଭାଙ୍ଗିଯାଇଛି ତେବେ କିପରି ସମ୍ପର୍କକୁ ପୁନଃ ଆରମ୍ଭ କରିବେ ସେ ଉପରେ ଜଣେ ସାଇକୋଥେରାପିଷ୍ଟ ଇମିଲି ଏଚ୍ ସାଣ୍ଡର୍ସ(Psychotherapist Emily H Sanders) ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Relationship Tips: ସମ୍ପର୍କରେ ବିଶ୍ବାସ ବଜାୟ ରଖିବାର କେତେକ ଉପାୟ, ଜାଣନ୍ତୁ କଣ କହୁଛନ୍ତି ସାଇକୋଥେରାପିଷ୍ଟ

author img

By

Published : Sep 7, 2022, 11:49 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି । ବୁଝାମଣା ଅଭାବ କାରଣରୁ ଭାଙ୍ଗି ଯାଉଛି ସୁନାର ସପନ । ଏପରିକି ଅନେକ ସମୟରେ ହତ୍ୟା ଏବଂ ଆତ୍ମହତ୍ୟା ଭଳି କରୁଣ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ସବୁଠୁ ବଡ କଥା ହେଉଛି କି ସମ୍ପର୍କରେ ତିନୋଟି ଉପାଦାନ ବୁଝାମଣା, ଯୋଗାଯୋଗ ଏବଂ ବିଶ୍ୱାସ ନିହାତି ଆବଶ୍ୟକ । ବିଶ୍ୱାସ ଏକ ସୁସ୍ଥ ସମ୍ପର୍କର ମୂଳଦୁଆ ମଧ୍ୟରୁ ଗୋଟିଏ । ଏକ ନିରାପଦ ସମ୍ପର୍କ ଦୁଇ ଜଣଙ୍କୁ ପରସ୍ପର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବା ଏବଂ ପରସ୍ପର ଉପରେ ବିଶ୍ୱାସ ରଖିବା ଆବଶ୍ୟକ(compromise trust in a relationship) କରେ । କିନ୍ତୁ କେତେକ କ୍ଷେତ୍ରରେ, ବିଶ୍ୱାସ ଭାଙ୍ଗିଯାଏ ।

ଏଭଳି ପରିସ୍ଥିତି ବିଷୟରେ ଆଲୋଚନା କରି ସାଇକୋଥେରାପିଷ୍ଟ ଇମିଲି ଏଚ୍ ସାଣ୍ଡର୍ସ(Psychotherapist Emily H Sanders) ଲେଖିଛନ୍ତି ଯେ, "ଯଦି ଜଣେ ପାର୍ଟନର ବା ସାଥୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କରେ ଆସେ, ତେବେ ଏକ ସମ୍ପର୍କରେ ଭରସା ଭାଙ୍ଗି ଯାଏ ତାହା ନୁହେଁ । ଅନେକ କାରଣରୁ ବିଶ୍ବାସ ଭାଙ୍ଗିଥାଏ । ତେଣୁ ବୁଝାମଣାରୁ ଗଢି ଉଠିଥିବା ସମ୍ପର୍କର ମାନେ ନୁହେଁ ଶେଷ ହୋଇଯିବା, ପୁନର୍ବାର ବୁଝାମଣା ତଥା ସାଥୀଙ୍କ ସାଥ୍ ଦେଇ ସମ୍ପର୍କକୁ ଆଗେଇ ନେବା ଆବଶ୍ୟକ ।"

ଇମିଲି ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଯଦିଓ ଭାଙ୍ଗି ଯାଇଥିବା ସମ୍ପର୍କ ପୁନଃ ଯୋଡି ହୋଇଯିବ, ତେବେ ଏହା ଅନେକ କାରଣ ଉପରେ ନିର୍ଭର କରେ - "ପୁନଃ ବୁଝାମଣା ଅନେକ କାରଣ ଉପରେ ନିର୍ଭର କରେ, ଯେପରିକି ସମ୍ପର୍କ ଭାଙ୍ଗିଯିବାର ପ୍ରକୃତ କାରଣ ବୁଝିବା, କାହିଁକି ଜଣେ ପ୍ରତାରିତ କଲେ ତା'ର କାରଣ, ପ୍ରତ୍ୟେକ ସାଥୀଙ୍କ ଭାବପ୍ରବଣ ପରିପକ୍ୱତା, ସ୍ଥାୟୀ ପରିବର୍ତ୍ତନ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତାକୁ ଚିହ୍ନିବା କ୍ଷମତା ଇତ୍ୟାଦି ।"

ସୁସମ୍ପର୍କ ବଜାୟ ରଖିବା ଏବଂ ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁନଃ ବିଶ୍ବାସର ସହ ଆରମ୍ଭ କରିବା ନେଇ ଇମିଲି କେତେକ ଗୁରୁତ୍ବ ଜିନିଷ ଉପରେ ଆଲୋଚନା କରିଛନ୍ତି, ଯାହା ନିମ୍ନରେ ବର୍ଣ୍ଣିତ....

  • ପ୍ରତିଜ୍ଞା(Promise): ଅନେକ ସମୟରେ ସମ୍ପର୍କରେ, ଆମେ ଦେଇଥିବା ପ୍ରତିଜ୍ଞା ପାଳନ କରିବାକୁ ସକ୍ଷମ ହୋଇନଥାନ୍ତି । ଯଦି ଏପରି ବାରମ୍ବାର ହୁଏ, ତେବେ ବିଶ୍ୱାସ ପ୍ରଭାବିତ ହୁଏ ।
  • Belittling(ଜଣେ ବ୍ୟକ୍ତିଙ୍କ ବିଶ୍ବାସ ବା ମହତ୍ତ୍ବକୁ ନବୁଝିବା): ମଜା ଏବଂ ବ୍ୟଙ୍ଗ ଏକ ମଜାଦାର ସମ୍ପର୍କର ଅଂଶ, ତଥାପି ଏହାର ଏକ ସୀମା ଅଛି । ଯେତେବେଳେ ଏହି ଥଟ୍ଟା ମଜା ଜଣେ ସାଥୀକୁ ଅସମ୍ମାନ କରେ, ସେତେବେଳେ ସମ୍ପର୍କ ପ୍ରଭାବିତ ହୁଏ ।
  • ସିକ୍ରେଟ: ଆର୍ଥିକ ଅବସ୍ଥା ବା financial ତଥ୍ୟକୁ ଗୁପ୍ତ ରଖିବା କିମ୍ବା ତଥ୍ୟ ଲୁଚାଇବା ଦ୍ବାରା ଉଭୟ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ, ଏହା ବିଶ୍ୱାସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
  • ମିଛ: ଯେତେବେଳେ ଏକ ସମ୍ପର୍କରେ ମିଛ ଆରମ୍ଭ ହୋଇଥାଏ, ସେତେବେଳେ ଅନ୍ୟ ଜଣକ ବିଶ୍ୱାସ କମି ଯାଇଥାଏ । ଫଳରେ ସମ୍ପର୍କରେ ତିକ୍ତତା ଆସିଯାଏ ।
  • ଆବଶ୍ୟକତା: ସାଥୀ ଦ୍ୱାରା ପ୍ରକାଶିତ ଆବଶ୍ୟକତା ପୂରଣ ହେବା ଉଚିତ୍, କିମ୍ବା ଅତିକମରେ ପୂରଣ କରିବାକୁ ଚେଷ୍ଟା କରାଯିବା ଉଚିତ୍ । ଯେତେବେଳେ ଏହି ଆବଶ୍ୟକତା ପୂରଣ ପାଇଁ ଆପଣ ଉଦ୍ୟମ କରିବା ମଧ୍ୟ ବନ୍ଦ କରିଦିଅନ୍ତି, ସେତେବେଳେ ସମ୍ପର୍କ ଭାଙ୍ଗିଯାଏ ।
  • ହିଂସା: ଶାରୀରିକ କିମ୍ବା ମୌଖିକ କିମ୍ବା ଭାବପ୍ରବଣ ହିଂସା ଏକ ସମ୍ପର୍କରେ ବହୁତ ପ୍ରଭାବଶାଳୀ ହୋଇପାରେ- ଏହା ପ୍ରାୟତ ସମ୍ପର୍କକୁ ମଧ୍ୟ ଶେଷ କରିପାରେ । ତେଣୁ ଉଭୟଙ୍କ ମଧ୍ୟରେ ହିଂସାଭାବ ରହିବା ଅନୁଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.