ହାଇଦ୍ରାବାଦ: ବିଶ୍ବରେ ସବୁଠାରୁ ଅଧିକ ଖାଉଥିବା ଫଳ ମଧ୍ୟରୁ ଗୋଟିଏ ହେଲେ କଦଳୀ । ସମଗ୍ର ବିଶ୍ୱରେ ଅନେକ ପ୍ରକାରର କଦଳୀ ଅଛି, ସେଥିମଧ୍ୟରୁ 20 ଟି କିସମର ଭାରତରେ ମିଳିଥାଏ । ଆମେ ସମସ୍ତେ ହଳଦିଆ ଏବଂ ସବୁଜ କଦଳୀ ବିଷୟରେ ଜାଣିଥାଉ । ହଳଦିଆ ଏବଂ ସବୁଜ କଦଳୀ ଭାରତରେ ଅଧିକ ଲୋକ ଖାଇବା ପାଇଁ ପସନ୍ଦ କରିଥାନ୍ତି । ହଳଦିଆ କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ କେବେ ନାଲି କଦଳୀ ଖାଇଛନ୍ତି ନା ଏହାର ଉପକାରିତା ବିଷୟରେ ଶୁଣିଛନ୍ତି ? ଲାଲ କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଲାଲ କଦଳୀ ବିଶେଷତଃ ଅଷ୍ଟ୍ରେଲିଆରେ ମିଳିଥାଏ, ଅଷ୍ଟ୍ରେଲିଆ ବ୍ୟତୀତ ଏହା ୱେଷ୍ଟଇଣ୍ଡିଜ୍, ମେକ୍ସିକୋ ଏବଂ ଆମେରିକାର କିଛି ଅଞ୍ଚଳରେ ଚାଷ କରାଯାଏ । ଏହି ନାଲି ରଙ୍ଗର କଦଳୀକୁ 'ରେଡ୍ ଡେକା' ମଧ୍ୟ କୁହାଯାଏ । ଯଦିଓ ଭାରତରେ, ଲାଲ୍ କଦଳୀ ଅଧିକ ମିଳିନଥାଏ, ତଥାପି କର୍ଣ୍ଣାଟକ ଏବଂ ଆଖପାଖ ଜିଲ୍ଲାର କିଛି ସ୍ଥାନରେ ଚାଷ କରାଯାଇଥାଏ । ତେବେ ଲାଲ କଦଳୀ ସ୍ବାସ୍ଥ୍ୟ ପାଇଁ ଯେତିକି ଉପକାରୀ ଖାଇବା ପାଇଁ ମଧ୍ୟ ସେତିକି ସ୍ବାଦିଷ୍ଟ ହୋଇଥାଏ ।
ଲାଲ ରଙ୍ଗର କଦଳୀରେ ବହୁତ ଅଧିକ ବିଟା-କାରୋଟିନ୍ ଥାଏ । ବିଟା-କାରୋଟିନ୍ ଧମନୀରେ ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ । ଏହା କର୍କଟ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗରୁ ଦୂରେଇ ରହିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ସହିତ ଲାଲ୍ କଦଳୀରେ ମିନେରାଲ୍ସ, ଭିଟାମିନ୍, ପ୍ରଚୁର ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଥାଏ । ନାଲି ରଙ୍ଗର କଦଳୀ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଓଜନ ନିୟନ୍ତ୍ରିତ ହୋଇଥାଏ ।
ଲାଲ ରଙ୍ଗର କଦଳୀ ଖାଇବା ଦ୍ବାରା ଏହି ଉପକାର ହୋଇଥାଏ:
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ: ନାଲି କଦଳୀ ଖାଇବା ଦ୍ୱାରା ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ ଗ୍ଲାଇସେମିକ କମ ରହିଥାଏ ଯାହାକି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ସେଥିପାଇଁ ମଧୁମେହ ରୋଗୀମାନେ ଲାଲ୍ କଦଳୀ ଖାଇବା ଉଚିତ ।
2.ନ୍ୟୁଟ୍ରିଏଣ୍ଟସ: ଲାଲ୍ କଦଳୀରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ଏକ ଛୋଟ ଲାଲ୍ କଦଳୀରେ କେବଳ 90 କ୍ୟାଲୋରୀ ଥାଏ ଏବଂ ମୁଖ୍ୟତଃ ଏଥିରେ କାବ୍ରୋହାଇଡ୍ରେଟ ରହିଥାଏ । ଭିଟାମିନ୍ B6, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ସି ରହିଥିବାରୁ ସ୍ବାସ୍ଥ୍ୟ ଉପଯୋଗୀ ଅଟେ।
3. ରକ୍ତଚାପକୁ ନିୟନ୍ତ୍ରଣ କରେ: ଲାଲ୍ କଦଳୀ ଖାଇବା ଦ୍ବାରା ବହୁ ପୋଟାସିୟମ୍ ମିଳିଥାଏ । ରକ୍ତଚାପ ହ୍ରାସ କରିବାରେ ପୋଟାସିୟମ୍ ସହାୟକ ହୁଏ । ତେଣୁ, ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ, ଲାଲ୍ କଦଳୀ ଖାଇବା ଆବଶ୍ୟକ ।
4. ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ ଲାଭଦାୟକ: ଲାଲ କଦଳୀ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରତିଦିନ ଖାଇବା ଦ୍ବାରା ଦୃଷ୍ଟିଶକ୍ତି ବଢିଥାଏ । ଏଥିରେ ଲ୍ୟୁଟିନ୍ ଏବଂ ଜେକ୍ସୋଣ୍ଟିନ୍ ନାମକ ତତ୍ତ୍ବ ରହିଛି । ଏଥିସହ ଭିଟାମିନ ଏ ମିଳୁଥିବାରୁ ସ୍ବାସ୍ଥ୍ୟ ଉପଯୋଗୀ ଅଟେ।
5. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ: ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ, ଆମେ ଅନେକ ଫଳ ଖାଇଥାଉ ଏବଂ ସେହି ଫଳଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଲାଲ୍ କଦଳୀ । ଭିଟାମିନ୍ ସି ଏବଂ ଭିଟାମିନ୍ ବି 6 ଲାଲ୍ କଦଳୀରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
ଲାଲ୍ କଦଳୀରେ ଭିଟାମିନ୍ B6 ର ଉପସ୍ଥିତି ଶରୀରରେ ହିମୋଗ୍ଲୋବିନ୍ ମାତ୍ରାକୁ ବଜାୟୀ ରଖେ।
ଲାଲ୍ କଦଳୀ ହଜମ ଶକ୍ତିରେ ମଧ୍ୟ ସହାୟକ ହୋଇଥାଏ ।
ଲାଲ୍ କଦଳୀରେ କ୍ୟାଲସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ, ଯାହା ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ।
ଆବଶ୍ୟକୀୟ ଟିପ୍ସ:
ବେଳେବେଳେ ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଏଥିରେ ଅଧିକ ପରିମାଣର ପ୍ରୋଟିନ୍ ଥିବାରୁ ଆଲର୍ଜି ହୋଇପାରେ । ଲାଲ କଦଳୀକୁ ଅଧିକ ଖାଇବା ଦ୍ୱାରା ବାନ୍ତି, ଶରୀରର କିଛି ଅଂଶ ଫୁଲି ଯାଇଥାଏ । ଲାଲ୍ କଦଳୀକୁ ଅତ୍ୟଧିକ ଖାଇବା ଦ୍ୱାରା ଶରୀରରେ ପୋଟାସିୟମ୍ ସ୍ତର ବଢିପାରେ ଯାହାକି ହୃଦଘାତର ସମ୍ଭାବନାକୁ ବୃଦ୍ଧି କରିଥାଏ । ଯଦି ଆପଣ ଲାଲ୍ କଦଳୀ ଖାଇବା ପରେ କୌଣସି ପ୍ରକାରର ଅସୁବିଧା ଅନୁଭବ କରନ୍ତି, ତେବେ ଏହାକୁ ଖାଇବା ବନ୍ଦ କରିବା ସହ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପରାମର୍ଶ ନିଅନ୍ତୁ ।