ETV Bharat / sukhibhava

ICMR ରିପୋର୍ଟରେ ବଡ ଖୁଲାସା, ଏହି କାରଣରୁ ବଢିଥାଏ ହୃଦଘାତ ମାମଲା

author img

By

Published : Jun 26, 2023, 12:30 PM IST

କାହିଁକି ଦେଶରେ ହଠାତ୍‌ ବଢିଛି ହୃଦଘାତ ଜନିତ ମୃତ୍ୟୁ ? ICMR ରିପୋର୍ଟରେ ଖୁଲାସା

Cardiac Arrest
Cardiac Arrest

ହାଇଦ୍ରାବାଦ: କୋରୋନା ମହାମାରୀ ପରେ ବୃଦ୍ଧି ପାଇଛି ହୃଦଘାତର ଆଶଙ୍କା । ଯଦି ଦୁଇ ବର୍ଷର ତଥ୍ୟକୁ ଦେଖାଯାଏ, ତାହେଲେ ଜଣା ପଡିଛି ଯେ ସର୍ବଭାରତୀୟ ସ୍ତରରେ ହଠାତ୍ ହୃଦଘାତ ମାମଲାରେ ବୃଦ୍ଧି ଦେଖାଯାଇଛି । ଚିନ୍ତାଜନକ ବିଷୟ ହେଉଛି ଏଥିରେ ରହିଥିବା ଅଧିକାଂଶ ପୀଡିତ ବ୍ୟକ୍ତି ହେଉଛନ୍ତି 25-44 ବର୍ଷ ବୟସର । ତେବେ ପାର୍ଟିରେ ନାଚିବା କିମ୍ବା କାମ କରିବା ସମୟରେ ହଠାତ୍ ହୃଦଘାତର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହା ପଛର ପ୍ରକୃତ କାରଣ କଣ ? ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ବଡ ଖୁଲାସା କରିଛନ୍ତି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ବିଶେଷଜ୍ଞମାନେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ କହିଛନ୍ତି ଯେ, କୋଭିଡ-19 ପରେ ହଠାତ୍ ହୃଦଘାତର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସଂକ୍ରମଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଯୁବକମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । ଏହାର ବିପଦ କୋଭିଡର ପୀଡିତ କିମ୍ବା ଯେଉଁମାନେ ସଂକ୍ରମଣର ଶିକାର ହୋଇନାହାନ୍ତି ସେମାନଙ୍କ ଠାରେ ମଧ୍ୟ ଦେଖାଯାଉଛି ।

କୋରୋନା ହୃଦୟ-ଫୁସଫୁସକୁ ପ୍ରଭାବିତ କରିଛି: ଅନୁସନ୍ଧାନକାରୀମାନେ ହୃଦଘାତର କାରଣ ଜାଣିବା ପାଇଁ ହୃଦଘାତରେ ମୃତ୍ୟୁବରଣ କରିଥିବା 100ରୁ ଅଧିକ ଲୋକଙ୍କୁ ନେଇ ଅନୁସନ୍ଧାନ କରିଥିଲେ । ତେବେ ହୃଦଘାତର ଶିକାର ହୋଇଥିବା ଅଧିକାଂଶ ଲୋକ ମହାମାରୀ ସମୟରେ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଥିଲା । ମୃତ ଶରୀରର ଏମଆରଆଇ ପରୀକ୍ଷା କୋରୋନା କାରଣରୁ ହୃଦୟ-ଫୁସଫୁସ ସମସ୍ୟା ଦେଖାଦେଇଥିବା ଜଣାପଡିଥିଲା । ପୂର୍ବ ଅଧ୍ୟୟନରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ କୋରୋନା ଭୂତାଣୁ ହାର୍ଟ ସମସ୍ୟା ବୃଦ୍ଧିର ପ୍ରଥମ କାରଣ ।

ହାର୍ଟ ଉପରେ କୋରୋନାର ପ୍ରଭାବ: ଡିସେମ୍ବର 2022ରେ କରାଯାଇଥିବା ଏକ ଅନୁସନ୍ଧାନରେ ବୈଜ୍ଞାନିକମାନେ ଏକ ରିପୋର୍ଟରେ କହିଛନ୍ତି, କୋରୋନା ଉଭୟ ହୃଦୟ ଏବଂ ଫୁସଫୁସକୁ କ୍ଷତି ପହଞ୍ଚାଏ । ଏହି ଭୂତାଣୁ ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ କିନ୍ତୁ ଏହା ହୃଦଘାତର ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । କୋରୋନା ଭାଇରସ ଦ୍ବାରା ଫୁସଫୁସର କ୍ଷତି ହେତୁ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣରେ ହୃଦୟ ମାଂସପେଶୀରେ ପହଞ୍ଚେ ନାହିଁ, ଯାହା ପରବର୍ତ୍ତୀ ସମୟରେ ହୃତପିଣ୍ଡକୁ ନଷ୍ଟ କରିଥାଏ । ଏହା ବ୍ୟତୀତ ଧମନୀରେ କୋରୋନାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ୟ ଏକ ସତର୍କ ସୂଚନା ଦିଆଯାଇଥିଲା, ଯାହା ସିଧାସଳଖ ହୃଦଘାତର କାରଣ ଅଟେ ବୋଲି ଜଣାପଡିଥିଲା ।

ଆହୁରି ମଧ୍ୟ କୁହାଯାଇଛି ଯେ, କୋରୋନା ଭାଇରସ ଲୋକଙ୍କୁ ଗୁରୁତର ଭାବରେ ସଂକ୍ରମିତ କରିଥିଲା, ଏହି କାରଣରୁ ଥକ୍କା-ଦୁର୍ବଳତା ହେତୁ ଲୋକଙ୍କ ମଧ୍ୟରେ ଶାରୀରିକ ନିଷ୍କ୍ରିୟତା ବୃଦ୍ଧି ପାଇଲା ଏବଂ ଖାଦ୍ୟ ଅଭ୍ୟାସରେ ବ୍ୟାଘାତ ମଧ୍ୟ ଦେଖାଗଲା, ଯାହାଫଳରେ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥିଲା ।

ଏହା ବ୍ୟତୀତ, ଯେଉଁମାନେ ସଂକ୍ରମଣରୁ ସୁରକ୍ଷିତ ଥିଲେ, ତଥାପି ସେମାନେ ହୃଦଘାତର ଶିକାର ହୋଇଥିଲେ। ଏହାର ମୁଖ୍ୟ କାରଣ ଦୀର୍ଘ ସମୟ ଧରି ବସି ରହିବା ​​ଏବଂ ସେହି ଅନୁଯାୟୀ ବ୍ୟାୟାମ କିମ୍ବା ଶାରୀରିକ ନିଷ୍କ୍ରିୟତା ହ୍ରାସ ପାଇଥିଲା। ଲକଡାଉନ୍ ଅବସ୍ଥାରେ ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମର ଅଭାବ ଦେଖାଗଲା ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଲା ।

ଟୀକାକରଣ ସହ ହୃଦଘାତର ସମ୍ପର୍କ: କେତେକ ରିପୋର୍ଟରେ କୁହାଯାଇଛି, କୋଭିଡ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୃଦଘାତର ଆଶଙ୍କା ବଢାଇ ଦେଇଛି । ଯଦିଓ ଏହାର ସମ୍ପର୍କ ଆଇସିଏମଆର ଅନୁସନ୍ଧାନରେ ମିଳିନାହିଁ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ପୂର୍ବ ଅଧ୍ୟୟନ ଗୁଡ଼ିକ ମଧ୍ୟ ହୃଦଘାତ ସହ କୋରୋନାର ପାର୍ଶ୍ୱ ପ୍ରତିକ୍ରିୟାକୁ ନିଶ୍ଚିତ କରିଛି, ଯଦିଓ ଟୀକାକରଣ ହେତୁ ଏହା ବୃଦ୍ଧି ପାଇଛି ବୋଲି କୁହାଯାଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.