ETV Bharat / sukhibhava

Summer Skin Tips: ପ୍ରଚଣ୍ଡ ଖରାରେ ହୋଇପାରେ ଚର୍ମ ସମସ୍ୟା, ଆପଣାନ୍ତୁ ଏହି ଉପଚାର

ଗ୍ରୀଷ୍ମ ଦିନରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣକୁ ନେଇ ପ୍ରତ୍ୟେକ ବ୍ୟକ୍ତି ନିଜର ଚର୍ମ ବା ସ୍କିନ୍କୁ‌ ନେଇ ଚିନ୍ତିତ ଥାନ୍ତି । ତେବେ ସମସ୍ୟାକୁ ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ

Summer Skin Tips
Summer Skin Tips
author img

By

Published : May 24, 2023, 3:53 PM IST

ହାଇଦ୍ରାବାଦ: ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ପ୍ରଚଣ୍ଡ ରୌଦ୍ରତାପରୁ ଅଗ୍ନିବର୍ଷା ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସୂର୍ଯ୍ୟଙ୍କ ଉତ୍ତାପ ଏବଂ ଅତ୍ୟଧିକ ଝାଳ ଉଭୟ ଚର୍ମ ଏବଂ କେଶ ପାଇଁ ହାନିକାରକ ହୋଇଥାଏ । ଖାସ କରି କାର୍ଯ୍ୟରତ ବ୍ୟକ୍ତି କିମ୍ବା ପାଠପଢୁଆ ଛାତ୍ରଛାତ୍ରୀ ଘରୁ ବାହାରେ ରହୁଥିବା କାରଣରୁ ତ୍ବଚା ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଟ୍ୟାନିଂ, ସନବର୍ଣ୍ଣ, ତ୍ବଚାରେ ମଳିନ, ଏକଜିମା, ଫୁଲା, ଦାଗ ଏବଂ ଭୁତାଣୁ ଜନିତ ସଂକ୍ରମଣ ଦେଖାଦେଇଥାଏ । କିନ୍ତୁ ଚର୍ମରୋଗ ବିଶେଷଜ୍ଞମାନେ କୁହନ୍ତି, ଖରାଦିନେ ଚର୍ମକୁ ନେଇ ଚିନ୍ତିତ ନହୋଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଅର୍ଥାତ ଖାରାଦିନେ ତ୍ବଚାର ଉପଯୁକ୍ତ ଯନ୍ତ୍ର ନେବା ଆବଶ୍ୟକ।

ଏହି ସମସ୍ୟା ଅଧିକ କଷ୍ଟଦାୟକ ହୋଇଥାଏ: ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଲାଭିନା ବାୱାଙ୍କ କହିବା ଅନୁସାରେ, " ତେବେ ଅନେକ ଲୋକ ଗ୍ରୀଷ୍ମଦିନରେ ନିଜ ଚର୍ମର ଯତ୍ନ ନେବା ପାଇଁ ପ୍ରୟାସ କରିଥାନ୍ତି। କିନ୍ତୁ ଅବହେଳା ଏବଂ ଅସାବଧାନତା ହେତୁ ସୂର୍ଯ୍ୟ କିରଣର ପ୍ରଭାବରୁ ଚର୍ମକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାରେ ସକ୍ଷମ ହୁଅନ୍ତି ନାହିଁ । UV-A ରଶ୍ମି ବିଶେଷ ଭାବରେ ଚର୍ମରେ ଥିବା ପ୍ରାକୃତିକ କୋଲାଜେନକୁ(Collagen) ନଷ୍ଟ କରିଥାଏ । ତେବେ ଏହାର ଚିକିତ୍ସା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହି ସମୟରେ ଚର୍ମରେ ଆର୍ଦ୍ରତାର ଅଭାବ ଦେଖାଯାଇଥାଏ । ଏକ୍‌ନି, ଏକଜିମା, ପିମ୍ପଲ୍ସ ଭଳି ସମସ୍ୟା ଦେଖାଦେଇଥାଏ । ଏହାସହ ଚର୍ମରେ କଳା ଦାଗ ସହ ଭୂତାଣୁ ସଂକ୍ରମଣ ହେବାର ମଧ୍ୟ ସମ୍ଭାବନା ଥାଏ । ଅନେକ ଲୋକଙ୍କର ସୂର୍ଯ୍ୟକିରଣରେ ଆଲର୍ଜି ମଧ୍ୟ ଥାଏ । ଏହାକୁ ସନ୍‌ଲାଇଟ୍ ସେନ୍ସିଟିଭିଟି ମଧ୍ୟ କୁହାଯାଏ । ଅତ୍ୟଧିକ ସୂର୍ଯ୍ୟକିରଣ ଯୋଗୁଁ ଏହି ସମସ୍ୟାରେ ପୀଡ଼ିତ ଲୋକମାନଙ୍କଠାରେ ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ ।

ଏମିତି ନିଅନ୍ତୁ ଯତ୍ନ: ଡାକ୍ତର ଲାଭିନା ଆହୁରି ମଧ୍ୟ କହିଛନ୍ତି, "ଗ୍ରୀଷ୍ମ ଦିନରେ ଚର୍ମରେ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। ଚର୍ମକୁ ସିଧାସଳଖ ସୂର୍ଯ୍ୟ ତାପରୁ ବଞ୍ଚାଇ ରଖନ୍ତୁ।" ଡାକ୍ତରଙ୍କ କହିବା ଅନୁସାରେ, ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ

  • ଖରାଦିନରେ ଅଧିକ ପାଣି ପିଇବା ଆବଶ୍ୟକ। ଏହା ଦ୍ବାରା ଶରୀରରେ ଜଳୀୟଅଂଶର ପରିମାଣ ଠିକ ରହିଥାଏ । ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଆସିଥାଏ। ଶରୀରରେ ଆର୍ଦ୍ରତା ବଜାୟ ରଖିବା ପାଇଁ ସମୟ ଅନୁସାରେ ଖାଦ୍ୟ ଖାଇବା ସହ ଅଧିକ ପରିମାଣରେ ତରଳ ପଦାର୍ଥ ପିଇବା ଆବଶ୍ୟକ । ଏହାସହ ଫ୍ରୁଟ ଖାଇବା ଜରୁରୀ ।
  • ଘରୁ ବାହାରକୁ ଯିବା ବେଳେ 30+ SPFଯୁକ୍ତ ସନ୍‌ସ୍କ୍ରିନର ବ୍ୟବହାର ଅବଶ୍ୟକ ଅଟେ । ମୁହଁ, ହାତ ଏବଂ ବେକରେ ଏହାକୁ ଲଗାନ୍ତୁ । ଏହାଦ୍ବାରା ସୂର୍ଯ୍ୟଙ୍କର ରଶ୍ମୀ ସିଧାସଳଖ ଶରୀରରକୁ ପ୍ରବେଶ କରିପାରିବ ନାହିଁ । ଏହାସହ ଖରାକୁ ବାହାରିଲେ ଛତା, କ୍ୟାପ୍, ଚଷମା ଏବଂ ସ୍କାର୍ଫ ବ୍ୟବହାର କରନ୍ତୁ ।
  • ଦିନକୁ ଅତି କମରେ ଦୁଇରୁ ତିନି ଥର ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ଏବଂ ଯଦି ଆପଣ ଘରୁ ବାହାରକୁ ଯାଆନ୍ତି, ତେବେ ମୁହଁ ଧୋଇବା ପରେ ପ୍ରତ୍ୟେକ ଥର ସନ୍‌ସ୍କ୍ରିନ୍‌ ଲଗାନ୍ତୁ ।
  • ଖରାରେ ସୁଇମିଂ କରନ୍ତୁ ନାହିଁ । ଏହାଦ୍ବାରା ଶରୀର ଉପରେ ଅଧିକ ପ୍ରଭାବ ପଡିପାରେ । ସକାଳ ଏବଂ ସନ୍ଧ୍ୟା ସମୟରେ ସୁଇମିଂ କରିବା ଠିକ୍‌ କିନ୍ତୁ ସୂର୍ଯ୍ୟତାପରେ ସୁଇମିଂ କରନ୍ତୁ ନାହିଁ ।
  • ଯଥାସମ୍ଭବ, ଘରୁ ବାହାରକୁ ଯିବାବେଳେ ଶରୀରକୁ ଘୋଡାଇ ହେଲାଭଳି ଡ୍ରେସ ପିନ୍ଧନ୍ତୁ। ସୂତା କପଡା ପିନ୍ଧନ୍ତୁ।

ତେବେ ନିଜ ଇଚ୍ଛାମୁତାବକ ତ୍ବଚାରେ କ୍ରିମ କିମ୍ବା ସାବୁନ ବ୍ୟବାହର କରିବା ଉଚିତ ନୁହେଁ । କାରଣ କିଛି କ୍ରିମରେ ଷ୍ଟେରଏଡ୍ ସହ କିଛି ଆଣ୍ଟିଫଙ୍ଗାଲ୍ ରହିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ, କୌଣସି କ୍ରିମ ବ୍ୟବହାର କରନ୍ତୁ। ଏହା ବ୍ୟତୀତ, କେତେକ ଘରୋଇ ଉପଚାର ମଧ୍ୟ ଚର୍ମକୁ ସୁସ୍ଥ ରଖିଥାଏ ।

  • ଖରାରେ ଘରକୁ ଆସିବା ପରେ ସଙ୍ଗେସଙ୍ଗେ ପାଣି ବ୍ୟବହାର କରନ୍ତୁ ନାହିଁ। କିଛି ସମୟ ପରେ ହାତ, ଗୋଡ, ମୁହଁ ଧୁଅନ୍ତୁ ।
  • ତ୍ବଚାରେ ବରଫକୁ ମାଲିସ କରନ୍ତୁ । କିନ୍ତୁ ସୂର୍ଯ୍ୟକିରଣରୁ ଘରକୁ ଆସିବା ପରେ ତୁରନ୍ତ ଏହା କରନ୍ତୁ ନାହିଁ । କୌଣସି ଇନଫେକ୍ସନ ହୋଇଥିଲେ ଏହାକୁ ବ୍ୟବହାର କରିବା ଅନୁଚିତ ।
  • ଚର୍ମରେ ଗୋଲାପ ଜଳ କିମ୍ବା ଆଲୋଭେରା ଜେଲ୍‌ ଲଗାଇଲେ ମଧ୍ୟ ଆରାମ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.