ହାଇଦ୍ରାବାଦ: ଲେମ୍ବୁ ବା ଲେମ୍ବୁପାଣି(Lime Water) ଆମ ଶରୀର ପାଇଁ କେତେ ଉପକାରୀ ତାହା ଅଧିକାଂଶ ଲୋକେ ଜାଣିଥିବେ ନିଶ୍ଚୟ । ତଥାପି କମ୍ ଲୋକେ ଜାଣିଥିବେ, ଗୋଟିଏ ଗ୍ଲାସ୍ ଲେମ୍ବୁପାଣିରେ ଏକ ସୁସ୍ଥ ପରିମାଣର ପୋଷକ ତତ୍ତ୍ୱ ରହିଛି, ଯେଉଁଥିରେ 20 ମିଲିଗ୍ରାମ ଭିଟାମିନ୍-ସି ଅନ୍ତର୍ଭୁକ୍ତ, ଯାହା ପୁରୁଷଙ୍କ ପାଇଁ ଦୈନିକ ଆବଶ୍ୟକ ପରିମାଣର 22% ଏବଂ ମହିଳାମାନଙ୍କ ପାଇଁ 27% ଭିଟାମିନ୍-ଏ, କ୍ୟାଲସିୟମ୍ ଏବଂ ଫୋଲେଟ୍ ଆବଶ୍ୟକତାକୁ ପୂରଣ କରିଥାଏ । ଆଜ୍ଞା ହଁ, ଏସବୁ ଗୁଣ ସାଙ୍ଗକୁ ଲେମ୍ବୁପାଣି ମଧ୍ୟ ଶରୀରରେ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିଥାଏ, ଜାଣନ୍ତୁ କଣ(Lime Water Benefits)...
PH ସ୍ତରକୁ ଉନ୍ନତ କରେ ଲେମ୍ବୁପାଣି: ଲେମ୍ବୁପାଣି ଆମ ଶରୀରରେ ଥିବା ବିଷାକ୍ତ ଅମ୍ଳତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯେହେତୁ ସାଇଟ୍ରିକ୍ ଏସିଡ୍ ଏକ ଶକ୍ତିଶାଳୀ ଏସିଡ୍ ନୁହେଁ, ଆମ ଶରୀର ଶୀଘ୍ର ବିଲୋପ ପ୍ରକ୍ରିୟା ମାଧ୍ୟମରେ ଏଥିରୁ ମୁକ୍ତି ପାଇପାରେ । ଲେମ୍ବୁ ଖାଇବା ସମୟରେ କ୍ୟାଲସିୟମ୍ କାର୍ବୋନାଟ୍ କମ୍ ସମୟରେ ଉତ୍ପନ୍ନ ହୁଏ ଏବଂ ଏହା ଶରୀରର ଅନ୍ୟ ଶକ୍ତିଶାଳୀ ଏସିଡ୍ ସନ୍ତୁଳନ କରିବାରେ ସାହାଯ୍ୟ କରେ ।
ହାଇଡ୍ରେସନ୍ ବୃଦ୍ଧି କରେ: ଶରୀରରେ ଆର୍ଦ୍ରତା ବଜାୟ ରଖିବା ପାଇଁ ବ୍ୟାୟାମ ସମୟରେ ଏବଂ ପରେ ଅଧିକ ପାଣି ପିଇବାକୁ ପଡିପାରେ । ତେଣୁ ଏହି ସମୟରେ ଲେମ୍ବୁପାଣିକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ମନେରଖନ୍ତୁ, ଯଦି ଆପଣ ଶୋଷିଲା ଅନୁଭବ କରୁଛନ୍ତି, ତେବେ ଆପଣ ବୋଧହୁଏ 1% –2% ଡିହାଇଡ୍ରେଡ୍ ହୋଇସାରିଛନ୍ତି । ତେଣୁ ହାଇଡ୍ରେଟ୍ ରହିବା ପାଇଁ ଯଥା ସମ୍ଭବ ଲେମ୍ବୁପାଣି ପିଇବା ଆବଶ୍ୟକ ।
ଭିଟାମିନ୍ ସି ଅନ୍ତର୍ଭୁକ୍ତ: ପ୍ରତିରକ୍ଷା ପ୍ରଣାଳୀ ଭିଟାମିନ୍-ସି ଉପରେ ଅଧିକ ନିର୍ଭର କରେ, ଯାହା ଉଦ୍ଭିଦ ଭିତ୍ତିକ ଖାଦ୍ୟରୁ ମିଳିଥାଏ । ଯେହେତୁ ଭିଟାମିନ୍-ସି ମାନବ ଶରୀର ଦ୍ୱାରା ଉତ୍ପନ୍ନ ହୋଇପାରେ ନାହିଁ, ତେଣୁ ଏହାକୁ ଖାଦ୍ୟା କିମ୍ବା ସପ୍ଲିମେଣ୍ଟ ଭାବରେ ଗ୍ରହଣ କରିବା ଆବଶ୍ୟକ । ଏହି ଭିଟାମିନ୍-ସି ଲେମ୍ବୁରେ ଭରପୂର ପରିମାଣରେ ରହିଛି ।
ଆଣ୍ଟିଅକ୍ସିଡାଣ୍ଟ ଗୁଣ: ଲେମ୍ବୁ ପରି ସାଇଟ୍ରସ୍ ଫଳଗୁଡ଼ିକରେ ଆଣ୍ଟିଅକ୍ସିଡାଣ୍ଟ ଅନ୍ତର୍ଭୁକ୍ତ, ଯାହା ଭିଟାମିନ୍-ସି ସହିତ ମିଶି ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ ଏବଂ ପ୍ରଦାହକୁ କମ କରିଥାଏ । ଲେମ୍ବୁ ବ୍ୟବହାର ହୃଦ୍ରୋଗ ଏବଂ ସାଧାରଣତ କର୍କଟ ରୋଗ ହେବାର ସମ୍ଭାବନାକୁ ମଧ୍ୟ କମ କରି ଅଧିକ ଫଳ ଏବଂ ପନିପରିବା ଖାଇବାରେ ସାହାଯ୍ୟ କରିପାରେ ।
ଅନ୍ତନଳୀ ସ୍ୱାସ୍ଥ୍ୟ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ଲେମ୍ବୁରସରେ ଅମ୍ଳତା ହଜମ ପ୍ରକ୍ରିୟା ପରିଚାଳନା ପାଇଁ ବେଶ୍ ଲାଭଦାୟକ । ଏଥିରେ ଅନେକ ଉପକାରୀ ଭିଟାମିନ୍ ଥାଏ ଯେପରିକି ଥିଏମାଇନ୍, ନିୟାସିନ୍, ରାଇବୋଫ୍ଲାଭିନ, ଭିଟାମିନ୍-ସି, ଭିଟାମିନ୍-ଇ ଏବଂ ଫୋଲେଟ୍, ଯାହା କୋଷ୍ଠକାଠିନ୍ୟ, କିଡନୀ, ଗଳା ଏବଂ ଘା’ ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ । ରକ୍ତଚାପ, ଉଦାସୀନତା ଏବଂ ଯକୃତକୁ ଭଲ ରଖିବା ପାଇଁ ଲେମ୍ବୁ ଅତ୍ୟନ୍ତ ଲାଭଦାୟକ ।
ଉଷୁମ ପାଣିରେ ମିଶ୍ରିତ ଲେମ୍ବୁ ପିଇବା ଦ୍ୱାରା ଗଳା ଯନ୍ତ୍ରଣା କିମ୍ବା ଫାରାଇଙ୍ଗାଇଟିସରେ ଆରାମ ମିଳିଥାଏ । ଲେମ୍ବୁ ପାଣି ପିଇବା ପରେ ତୁରନ୍ତ ଦାନ୍ତ ଘଷନ୍ତୁ ନାହିଁ । ଲେମ୍ବୁ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ଏହା ଅନେକ ଲୋକଙ୍କ ପାଇଁ ଆଲର୍ଜି କିମ୍ବା ଗଳା ଯନ୍ତ୍ରଣା ଦେଇପାରେ । ଏହି କ୍ଷେତ୍ରରେ, ଏହାର ଯତ୍ନ ନେବା ଉଚିତ୍ । ବିଶେଷ କରି କୌଣସି ପ୍ରକାର ଆଲର୍ଜି କିମ୍ବା ଅନ୍ୟାନ୍ୟ ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ପରେ ବ୍ୟବହାର କରିବା ଲାଭପ୍ରଦ ।