ETV Bharat / sukhibhava

Prevention of Blindness Week: ସୁନ୍ଦର ପୃଥିବୀକୁ ଦେଖିବା ପାଇଁ ନିଅନ୍ତୁ ଆଖିର ଯତ୍ନ

author img

By

Published : Apr 1, 2023, 11:49 AM IST

ଆଖିର ସ୍ବାସ୍ଥ୍ୟ ପ୍ରତି ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅପ୍ରେଲ 1 ରୁ 7 ପର୍ଯ୍ୟନ୍ତ ସପ୍ତାହ ବ୍ୟାପି 'ଦୃଷ୍ଟିହୀନତା ନିବାରଣ ସପ୍ତାହ'(ପ୍ରିଭେନସନ୍ ଅଫ୍ ବ୍ଲାଇଣ୍ଡ୍‌ନେସ୍ ୱିକ୍) ପାଳନ କରାଯାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ମାନବ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗ ମଧ୍ୟରୁ ଚକ୍ଷୁ ଅନ୍ୟତମ । ଆଖିରେ ସାମାନ୍ୟ ସମସ୍ୟା ଗୁରୁତର ବିପଦ ଆଣିଦିଏ । ମାତ୍ର ପରିବର୍ତ୍ତିତ ଜୀବନଶୈଳୀ, ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରର ବହୁଳ ବ୍ୟବହାର ଆଖିକୁ ଖରାପ କରିଦେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ବିଶ୍ବରେ ପ୍ରାୟ 2.2 ବିଲିୟନ ଲୋକ ଦୃଷ୍ଟି ରୋଗରେ ପୀଡିତ । ବଂଶାନୁକ୍ରମିକ, ଖରାପ ଜୀବନଶୈଳୀ, ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରଦୂଷଣ ଆଦି ଦୁର୍ବଳ ଦୃଷ୍ଟି ଶକ୍ତି ପାଇଁ ଦାୟୀ ।

କିନ୍ତୁ ଡାକ୍ତରମାନେ ବିଶ୍ବାସ କରନ୍ତି ଯେ, ସଠିକ୍ ଯତ୍ନ ଠିକ୍ ସମୟରେ ନିରାକରଣ ଏବଂ ଚିକିତ୍ସା କରାଇପାରିଲେ ସାଧାରଣ ଆଖି ସମ୍ବନ୍ଧୀୟ ସମସ୍ୟା ଯେପରିକି ଦୃଷ୍ଟିଶକ୍ତି ଅଭାବ କିମ୍ବା ଶୁଷ୍କତା, ଆଖିରେ ଯେକୌଣସି ପ୍ରକାରର ଆଲର୍ଜି, ରେଟିନା ସହ ଜଡିତ ରୋଗ, ମୋତିଆବିନ୍ଦୁ ଏବଂ ଗ୍ଲୁକୋମା ଆରୋଗ୍ୟ ହୋଇପାରିବ । ଗୁରୁତର ରୋଗରେ ମଧ୍ୟ ଆରାମ ମିଳିପାରେ । ଏନେଇ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅପ୍ରେଲ 1 ରୁ 7 ପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ 'ଦୃଷ୍ଟିହୀନତା ନିବାରଣ ସପ୍ତାହ'(ପ୍ରିଭେନସନ୍ ଅଫ୍ ବ୍ଲାଇଣ୍ଡ୍‌ନେସ୍ ୱିକ୍) ପାଳନ କରାଯାଉଛି ।

ଗତ କିଛି ବର୍ଷ ମଧ୍ୟରେ, ସବୁ ବୟସର ଲୋକଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ କିମ୍ବା ଦୃଷ୍ଟି ଶକ୍ତି ଅଭାବରେ କ୍ରମାଗତ ବୃଦ୍ଧି ଘଟୁଛି । ଏଥି ସହିତ, ଚିକିତ୍ସା ସୁବିଧା ଥାଇ ମଧ୍ୟ ଅନେକ ଲୋକ ଦୃଷ୍ଟିହୀନତାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସମସ୍ୟା ଆରମ୍ଭରେ ଲକ୍ଷଣକୁ ଅଣଦେଖା କରିବା, ଠିକ୍ ସମୟରେ ଚିକିତ୍ସା ନକରିବା, ଯତ୍ନ ନ ନେବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରତି ଅସାବଧାନତା ।

ଏହା ମଧ୍ୟ ପଢନ୍ତୁ:- Stress Awareness Month: ଅତ୍ୟଧିକ ଚାପ ସମୟରେ କରନ୍ତୁ ଏହି କାର୍ଯ୍ୟ, ହାଲୁକା ହେବ ମନ

ଡାକ୍ତରଙ୍କ କହିବାନୁସାରେ, ଯଦି କୌଣସି ଜନ୍ମଗତ କାରଣ ନଥାଏ, ତେବେ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଏବଂ ଯତ୍ନ ନେବା ଫଳରେ ଦୃଷ୍ଟିଶକ୍ତି ତ୍ରୁଟି କିମ୍ବା ଦୃଷ୍ଟିଶକ୍ତି ହରାଇବା ସମସ୍ୟାକୁ ଏଡାଇ ଦିଆଯାଇ ପାରିବ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଇବା ପାଇଁ ଦୃଷ୍ଟିହୀନତା ନିବାରଣ ସପ୍ତାହ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ନିୟମିତ ଚକ୍ଷୁ ଯାଞ୍ଚ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଅବଗତ କରାଯାଉଛି ।

ସେହିପରି ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ସରକାରୀ ତଥା ବେସରକାରୀ ସଂଗଠନ ଗୁଡ଼ିକ ଦ୍ୱାରା ଚକ୍ଷୁ ଚିକିତ୍ସା ଏବଂ ଯାଞ୍ଚ ସମ୍ବନ୍ଧରେ ସୂଚନା ପାଇଁ ଶିବିର ଆୟୋଜିତ ହୋଇଥାଏ । ଆହୁରି ମଧ୍ୟ, ଏହି ଅବସରରେ ସାଧାରଣ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଚକ୍ଷୁ ସ୍ୱାସ୍ଥ୍ୟ, ଦୃଷ୍ଟି ଶକ୍ତି ବଜାୟ ରଖିବା ଏବଂ ପ୍ରତ୍ୟେକ ବୟସରେ ନିୟମିତ ଚକ୍ଷୁ ଯାଞ୍ଚ କରିବା ପାଇଁ ଆବଶ୍ୟକ ପଦ୍ଧତି ଗ୍ରହଣ କରିବାକୁ ଏକ ପରାମର୍ଶ ଦିଆଯାଏ । ଏହା ବ୍ୟତୀତ ଜନ୍ମଗତ ଦୃଷ୍ଟିହୀନ, ଦୁର୍ଘଟଣାରେ ଦୃଷ୍ଟି ଶକ୍ତି ହରାଇଥିବା କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାରୁ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ସହଯୋଗ କରାଯାଏ ।

କଣ କହେ ପରିସଂଖ୍ୟାନ

IAPB ଅର୍ଥାତ୍ ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର ପ୍ରିଭେନସନ୍ ଅଫ୍ ବ୍ଲାଇଣ୍ଡେନ୍ସ ଭିଜନ୍(ଆଟଲାସ୍)ର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରାୟ 43 ନିୟୁତ ଲୋକ ଦୃଷ୍ଟିହୀନତାରେ ପୀଡ଼ିତ ଥିବାବେଳେ 295 ମିଲିୟନ ଲୋକ ମଧ୍ୟମ କିମ୍ବା ଭୟଙ୍କର ଦୃଷ୍ଟିଶକ୍ତିରେ ପୀଡ଼ିତ । ଯଦି କେବଳ ଭାରତ ବିଷୟରେ କହିବା, ତେବେ ଉପଲବ୍ଧ ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଦୃଷ୍ଟି ଶକ୍ତି ସମ୍ବନ୍ଧୀୟ ପ୍ରାୟ 20 ଲକ୍ଷ ମାମଲା ହସ୍ତଗତ ହୁଏ । ସବୁଠୁ ଖୁସିର କଥା ହେଉଛି, ସଠିକ୍ ସମୟରେ ଚିକିତ୍ସା ମିଳି ପାରୁଥିବାରୁ ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ 73% ସମ୍ପୂର୍ଣ୍ଣ ଆରୋଗ୍ୟକ୍ଷମ ହୋଇପାରୁଛନ୍ତି । ତେଣୁ ଆଖିରେ କୌଣସି ପ୍ରକାର ସମସ୍ୟାକୁ ଅବହେଳା ନ କରି ସଠିକ୍ ସମୟରେ ଚିକିତ୍ସା କରାନ୍ତୁ । ସଚେତନ ରହିଲେ ଯେକୌଣସି ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.