ETV Bharat / sukhibhava

ଗର୍ଭାବସ୍ଥାରେ ଡିପ୍ରେସନ୍ ହୃଦୟ ରୋଗ ସହ ଜଡିତ: Study - ହାର୍ଟ ଡିଜିଜ୍

ଆମେରିକାରେ 1 ଲକ୍ଷ ମହିଳାଙ୍କୁ ନେଇ କରାଯାଇଥିବା ଅନୁସନ୍ଧାନ ଅନୁସାରେ, ଗର୍ଭାବସ୍ଥାରେ ଉଦାସୀନତା ବା ଡିପ୍ରେସନ୍‌ରେ ରହିଥିବା ମହିଳାଙ୍କର ପ୍ରସବ ପରେ ହୃଦ୍‌ଘାତ ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Prenatal depression
Prenatal depression
author img

By

Published : Apr 21, 2023, 11:36 AM IST

ନ୍ୟୁୟର୍କ: ଗର୍ଭଧାରଣ ସମୟରେ ଉଦାସୀନତା ବା ଡିପ୍ରେସନ୍ ହୃଦୟ ରୋଗ ସହ ଜଡିତ । ଆମେରିକାରେ ଏକ ଲକ୍ଷ ମହିଳାଙ୍କୁ ନେଇ କରାଯାଇଥିବା ଅନୁସନ୍ଧାନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନ ଅନୁଯାୟୀ, ଯେଉଁ ମହିଳାମାନେ ଗର୍ଭଧାରଣ ସମୟରେ ଉଦାସୀନତା ଅନୁଭବ କରିଥିଲେ, ସେମାନଙ୍କର ପ୍ରସବର ଦୁଇ ବର୍ଷ ମଧ୍ୟରେ ହୃଦ୍‌ରୋଗ ହେବାର ସମ୍ଭାବନା ରହିଥିଲା । ଡିପ୍ରେସନ୍‌ ନଥିବା ମହିଳାମାନଙ୍କ ତୁଳନାରେ ଏହି ମହିଳାମାନଙ୍କର ଇସ୍କେମିକ୍ ହାର୍ଟ ଡିଜିଜ୍ ବିପଦ 83% ଅଧିକ ଥିବା ଅନୁସନ୍ଧାନରୁ ଜଣାପଡିଛି ।

ଏହା ସହ ପ୍ରସବକାଳୀନ ଉଦାସୀନତା ଥିବା ମହିଳାମାନଙ୍କର ମଧ୍ୟ ଏରିଥ୍‌ମିଆ ଭଳି ହୃଦ୍‌ରୋଗ ହେବାର ଆଶଙ୍କା 60 ପ୍ରତିଶତ, 61 ପ୍ରତିଶତ କାର୍ଡିଓମାୟୋପାଥି ଏବଂ 32 ପ୍ରତିଶତ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି । ଅନୁସନ୍ଧାନରେ ଆହୁରି ମଧ୍ୟ ଜଣାଯାଇଛି ଯେ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ନଥିବା ମହିଳାଙ୍କ ମଧ୍ୟରେ ହୃଦ୍‌ରୋଗର ଆଶଙ୍କା ଥିଲା । ପ୍ରସବକାଳୀନ ଅବସାଦ କାରଣରୁ ଏରିଥ୍‌ମିଆ ହେବାର ଆଶଙ୍କା 85 ପ୍ରତିଶତ ଥିବାବେଳେ ଇସକେମିକ୍ ହାର୍ଟ ଡିଜିଜ୍ 83 ପ୍ରତିଶତ, 42 ପ୍ରତିଶତ ଷ୍ଟ୍ରୋକ୍, ହୃଦ୍‌ରୋଗ 53 ପ୍ରତିଶତ ଏବଂ ଉଚ୍ଚ ରକ୍ତଚାପ 43 ପ୍ରତିଶତ ହେବାର ଆଶଙ୍କା ରହିଛି । ଆମେରିକାନ୍ ହାର୍ଟ ଆସୋସିଏସନ ଜର୍ଣ୍ଣାଲରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- ବଲିଉଡ୍‌ର ମସ୍ତାନି ଦୀପିକା ପାଦୁକୋନ ଏହି ମାରାତ୍ମକ ରୋଗର ଶିକାର

ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, ପ୍ରାୟ 20 ପ୍ରତିଶତ ମହିଳା ଗର୍ଭାବସ୍ଥାରେ ଉଦାସୀନତା ଅନୁଭବ କରନ୍ତି । ମହିଳାମାନଙ୍କ ଭବିଷ୍ୟତ ସ୍ବାସ୍ଥ୍ୟ ବାବଦରେ ଜାଣିବା ପାଇଁ ଗର୍ଭାବସ୍ଥାର ସ୍ବାସ୍ଥ୍ୟକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଅନୁସନ୍ଧାନର ମୁଖ୍ୟ ଲେଖକ ଖ୍ରୀଷ୍ଟିନା ଏମ୍ ଆକ୍କର୍ମନ-ବ୍ୟାଙ୍କ୍‌ସ(Christina M. Ackerman-Banks) କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗର୍ଭାବସ୍ଥାରେ ଜଟିଳତା, ପ୍ରସବକାଳୀନ ଅବସାଦ, ଦୀର୍ଘକାଳୀନ ହୃଦ୍‌ରୋଗକୁ ପ୍ରଭାବିତ କରିଥାଏ । ଏହି ଟିମ୍ ଆମେରିକାରେ 2007 ରୁ 2019 ମଧ୍ୟରେ ପ୍ରସବ କରାଇଥିବା 1 ଲକ୍ଷରୁ ଅଧିକ ମହିଳାଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ । ହୃଦ୍‌ରୋଗର ବିକାଶରେ ଅତିରିକ୍ତ ଗର୍ଭଧାରଣ ସମ୍ବନ୍ଧୀୟ କାରଣ ଗୁଡିକ କ୍ରନିକ୍ ପ୍ରଦାହ ଏବଂ ଚାପ ସମ୍ବନ୍ଧୀୟ ହରମନ୍ ବୃଦ୍ଧି କରିପାରେ ବୋଲି ଅନୁସନ୍ଧାନକାରୀ ଟିମ୍ ସୂଚିତ କରିଛନ୍ତି ।

ପ୍ରସବକାଳୀନ ଅବସାଦରେ ଆକ୍ରାନ୍ତ ବ୍ୟକ୍ତି ସେମାନଙ୍କର ଦୀର୍ଘସ୍ଥାୟୀ ହୃଦ୍‌ରୋଗର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ଅବଗତ ହୁଅନ୍ତୁ, ଅନ୍ୟ ବିପଦ କାରଣ ଗୁଡିକ ପାଇଁ ସ୍କ୍ରିନ କରାନ୍ତୁ ଏବଂ ହୃଦରୋଗ ପାଇଁ ପ୍ରତିରୋଧ କୌଶଳ ପ୍ରୟୋଗ କରାଇବାକୁ ଖ୍ରୀଷ୍ଟିନା ପରାମର୍ଶ ଦେଇଛନ୍ତି । ଟାଇପ୍-୨ ଡାଇବେଟିସ୍ ଏବଂ ଉଚ୍ଚ କୋଲେଷ୍ଟ୍ରୋଲ୍ ପାଇଁ ସେମାନଙ୍କୁ ସ୍କ୍ରିନିଂ କରାଯିବା ଉଚିତ । ଏହାସହ ନିୟମିତ ଶାରୀରିକ ବ୍ୟାୟାମ, ସୁସ୍ଥ ଖାଦ୍ୟ ଏବଂ ଧୂମପାନକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ଉଚିତ୍ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.