ETV Bharat / sukhibhava

Eating Mangoes in Pregnancy: ଗର୍ଭବତୀ ମହିଳାମାନେ ଆମ୍ବ ଖାଇପାରିବେ କି ? କଣ କହୁଛନ୍ତି ଏକ୍ସପର୍ଟ

ଗର୍ଭବତୀ ମହିଳାମାନେ ଆମ୍ବ ଖାଇପାରିବେ କି? ଆପଣଙ୍କ ମନରେ ବି ଯଦି ଏଭଳି ପ୍ରଶ୍ନ ଆସୁଛି, ତାହାଲେ ପଢନ୍ତୁ ଏହି ଖବର

author img

By

Published : Jun 23, 2023, 10:21 PM IST

Eating Mangoes in Pregnancy
Eating Mangoes in Pregnancy

ହାଇଦ୍ରାବାଦ: ଗର୍ଭାବସ୍ଥାରେ ମହିଳାମାନଙ୍କର ଖାଦ୍ୟଠାରୁ ଆରମ୍ଭ କରି ସମସ୍ତ ବିଷୟ ପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ବିଶେଷତଃ ଖାଦ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥାଏ। ତେବେ ଡାକ୍ତର ମଧ୍ୟ ଫ୍ରୁଟ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି। ସମସ୍ତ ପ୍ରକାର ଫଳ ଖାଇବା ପାଇଁ ସୁପାରିସ କରାଯାଇଥାଏ। କିନ୍ତୁ ଏହି ସମୟ ମଧ୍ୟରେ, ଗର୍ଭବତୀ ମହିଳାମାନଙ୍କର ମଧୁମେହ ହେବାର ଆଶଙ୍କା ଅଧିକ ଥିବାରୁ ଅଧିକାଂଶ ମହିଳା ଆମ୍ବଠାରୁ ଦୂରରେ ରହିଥାଆନ୍ତି। ଏବେ ପ୍ରଶ୍ନ ଉଠୁଛି କି ମହିଳାମାନେ ଗର୍ଭାବସ୍ଥାରେ ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ କି?

ତେବେ ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଦୀପ୍ତି ଜାମି ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ତାଙ୍କର କହିବା ଅନୁସାରେ, ଗର୍ଭବତୀ ମହିଳାମାନେ ଆମ୍ବ ଖାଇପାରିବେ, କିନ୍ତୁ ସେମାନେ ଏହି ଫଳକୁ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଜାମି କହିଛନ୍ତି ଯେ ଆମ୍ବରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ। ଗୋଟିଏ ଆମ୍ବରେ ଏତେ ପରିମାଣର ଭିଟାମିନ୍ ସି ଥାଏ ଯେ ଗୋଟିଏ ଦିନ ପାଇଁ ଆପଣଙ୍କର ଭିଟାମିନ୍ ସି ଆବଶ୍ୟକତା ସହଜରେ ପୂରଣ ହୋଇପାରିବ। ଏହାସହ ଭିଟାମିନ ସି ଟିସୁକୁ ସୁସ୍ଥ ରଖିବା ବ୍ୟତୀତ ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ପିଲାମାନଙ୍କର ଦାନ୍ତ ଏବଂ ହାଡର ବିକାଶ ପାଇଁ କାର୍ଯ୍ୟ କରିଥାଏ।

ଛୁଆଙ୍କର ବିକାଶରେ ସହାୟକ ହୋଇଥାଏ ଆମ୍ବ: ଆମ୍ବରେ କେବଳ ଭିଟାମିନ୍ ସି ନୁହେଁ ଭିଟାମିନ୍ ଏ ମଧ୍ୟ ବହୁ ପରିମାଣରେ ମିଳିଥାଏ। ଜନ୍ମ ସମୟରେ ଭିଟାମିନ୍ ଏ ଅଭାବ ଶିଶୁର ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିପାରେ ଏବଂ ଶ୍ୱାସକ୍ରିୟାରେ ମଧ୍ୟ ସଂକ୍ରମଣ ହୋଇପାରେ। ଆମ୍ବରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଶକ୍ତିର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ।

ଅନେକ ରୋଗରୁ ରକ୍ଷା କରିଥାଏ ଆମ୍ବ: ମହିଳାମାନେ ଗର୍ଭାବସ୍ଥାରେ ବିନା ଦ୍ବିଧାରେ ଆମ୍ବ ଖାଇପାରିବେ। କାରଣ ଏହା ରକ୍ତହୀନତାକୁ ରୋକିବାରେ ସାହାଯ୍ୟ କରିଥାଏ। ଗର୍ଭସ୍ଥ ଶିଶୁର ବିକାଶ ମଧ୍ୟ ହୋଇଥାଏ। ଫ୍ଲୁଇଡ୍ ସନ୍ତୁଳନ ବଜାୟ ରହିଥାଏ ଏବଂ ପ୍ରିକ୍ଲମ୍ପସିଆର ଆଶଙ୍କା କମିଯାଇଥାଏ। ଏଠାରେ କହିରଖୁଛୁ କି, ପ୍ରିକ୍ଲମ୍ପସିଆ ଏକ ଗମ୍ଭୀର ଅବସ୍ଥା ଯାହା ଗର୍ଭଧାରଣର 20 ସପ୍ତାହ ପରେ କିମ୍ବା ପ୍ରସବ ପରେ ହୋଇପାରେ। ଏହାକୁ ପ୍ରସବ ପରବର୍ତ୍ତୀ ପ୍ରିକ୍ଲମ୍ପସିଆ ମଧ୍ୟ କୁହାଯାଏ। ଉଚ୍ଚ ରକ୍ତଚାପ ବ୍ୟତୀତ, ମୂତ୍ରରେ ଅଧିକ ମାତ୍ରାରେ ପ୍ରୋଟିନ୍ ଥାଇପାରେ, ଯାହା କିଡନୀ ନଷ୍ଟ ହୋଇପାରେ କିମ୍ବା ଅଙ୍ଗ ନଷ୍ଟ ହୋଇପାରେ। ପ୍ରିକ୍ଲମ୍ପସିଆ ମଧ୍ୟ ଏକ୍ଲାମପ୍ସିଆର ହେବାର ସମ୍ଭାବନକୁ ବଢାଇଥାଏ। ଏହା ଏକ ଗୁରୁତର ଅବସ୍ଥା ଯେଉଁଥିରେ ଉଭୟ ମା ଏବଂ ଶିଶୁ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଆମ୍ବ ଖାଇବା ସମୟରେ ଗର୍ଭବତୀ ମହିଳାମାନେ ଗୋଟିଏ କଥା ମନେ ରଖିବା ଉଚିତ୍। ଏହାକୁ କେବଳ ସୀମିତ ପରିମାଣରେ ଖାଇବା ଉଚିତ। କାରଣ ଅଧିକ ଖାଇବା ଦ୍ୱାରା ଡାଇରିଆ ଏବଂ ଡିହାଇଡ୍ରେସନ୍ ସମସ୍ୟା ହୋଇପାରେ। ଏହା ବ୍ୟତୀତ ଗର୍ଭଧାରଣକାରୀ ମଧୁମେହ ଏବଂ ଓଜନ ବୃଦ୍ଧି ସମସ୍ୟା ମଧ୍ୟ ଉପୁଜିପାରେ।

ବିଦ୍ର: ଏହି ଆର୍ଟିକେଲ ଦ୍ବାରା ପ୍ରକାଶିତ ଖବର ସମସ୍ତ ଗର୍ଭବତୀଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରିବ ନାହିଁ। ତେଣୁ ଗର୍ଭାବସ୍ଥାରେ ଆମ୍ବ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.