ETV Bharat / sukhibhava

ଗର୍ଭାବସ୍ଥାର ଏକ ଜଟିଳ ସମସ୍ୟା ପ୍ରିକ୍ଲାମ୍ପସିଆ, ଜାଣନ୍ତୁ ଏହାର କାରଣ-ଲକ୍ଷଣ-ନିରାକରଣ - ହେଲ୍‌ଥ ଟିପ୍ସ

ଗର୍ଭଧାରଣର ନଅ ମାସ ଅବଧି ସମୟରେ ମହିଳାମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ପ୍ରିକ୍ଲାମ୍ପସିଆ (Preeclampsia) ଅନ୍ୟତମ । ଏହା ଏକ ଅତ୍ୟଧିକ ସମ୍ବେଦନଶୀଳ ବ୍ୟାଧି । ବେଳେବେଳେ ମାଆ ଓ ଶିଶୁର ଜୀବନକୁ ମଧ୍ୟ ବିପଦରେ ପକାଇପାରେ । ଜାଣନ୍ତୁ ଏହି ରୋଗ କଣ, କାହିଁକି ହୁଏ, କିପରି କରିବେ ଏହାର ନିରାକରଣ...

Pregnant Woman
Pregnant Woman
author img

By

Published : Jan 24, 2023, 5:23 PM IST

ହାଇଦ୍ରାବାଦ: ଗର୍ଭଧାରଣର ନଅ ମାସ ମହିଳାମାନଙ୍କ ପାଇଁ ଜଟିଳତା ଏବଂ ସମସ୍ୟାରେ ପରିପୂର୍ଣ୍ଣ ଥାଏ । ଆଜି ମଧ୍ୟ ଭାରତରେ ଗର୍ଭଧାରଣ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସଚେତନତାର ଅଭାବ ରହିଛି । ଏହି ଅବଧି ସମୟରେ ମହିଳାମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ପ୍ରିକ୍ଲାମ୍ପସିଆ (Preeclampsia) ଅନ୍ୟତମ । ଏହା ଏକ ଅତ୍ୟଧିକ ସମ୍ବେଦନଶୀଳ ବ୍ୟାଧି । ଉଚ୍ଚ ରକ୍ତଚାପ ଏହି ରୋଗର ମୁଖ୍ୟ ଲକ୍ଷଣ ମଧ୍ୟରୁ ଗୋଟିଏ । ତଥ୍ୟ ଅନୁସାରେ ଆମ ଦେଶରେ ପ୍ରାୟ 8 ରୁ 10 ପ୍ରତିଶତ ଗର୍ଭବତୀ ମହିଳା ଏହି ରୋଗରେ ପୀଡିତ ହୁଅନ୍ତି । ତେବେ ଏହା କାହିଁକି ହୁଏ, ଗର୍ଭାବସ୍ଥାରେ ଏହି ରୋଗ ବିରୁଦ୍ଧରେ କିପରି ଯତ୍ନ ନେବେ, ଜାଣନ୍ତୁ...

ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଭଲ ନୁହେଁ:-

ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ମହିଳାଙ୍କ ପାଇଁ ଗୁରୁତର କ୍ଷତି ଘଟାଇପାରେ । ଯଦିଓ ଜଣେ ମହିଳାଙ୍କର ଉଚ୍ଚ ରକ୍ତଚାପ ଥାଏ ଏବଂ ସେ ଗର୍ଭଧାରଣ କରୁଛନ୍ତି, ତେବେ ଏହି ଅବଧି ତାଙ୍କ ପାଇଁ କଷ୍ଟକର ହୋଇପଡେ । ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ରହିବା ଦ୍ବାରା ପ୍ରିକ୍ଲାମ୍ପସିଆ ଏବଂ ଏକ୍ଲାମ୍ପସିଆ ଭଳି ରୋଗ ହୋଇପାରେ । ଏହା ଉଭୟ ମାଆ ଏବଂ ଶିଶୁର ଜୀବନକୁ ବିପଦରେ ପକାଇପାରେ । ଗର୍ଭଧାରଣର 20 ସପ୍ତାହ ଅତ୍ୟନ୍ତ ସମ୍ବେଦନଶୀଳ । ଏପରି ପରିସ୍ଥିତିରେ, ପ୍ରିକ୍ଲାମ୍ପସିଆର ସମସ୍ୟା କୌଣସି ଲକ୍ଷଣ ବିନା ବିକଶିତ ହୋଇପାରେ । ଏଥିପାଇଁ ମୁଖ୍ୟତଃ ଉଚ୍ଚ ରକ୍ତଚାପ ଉପରେ ଧ୍ୟାନ ଦେବା ଉଚିତି୍, ଯେପରି ରକ୍ତଚାପ ବଢିନଯାଏ । ଯଦି ଗର୍ଭଧାରଣ ସମୟରେ ପ୍ରବଳ ମୁଣ୍ଡବିନ୍ଧା, ଦେଖିବାରେ ସମସ୍ୟା, ବାନ୍ତି ଆସିବା ଭଳି ଲାଗିବା, ବାନ୍ତି ହେବା, ଲିଭର୍(ଯକୃତ) କିମ୍ବା କିଡନୀ(ବୃକକ) ସମସ୍ୟା ଥାଏ, ତେବେ ଡାକ୍ତରଙ୍କୁ ଜଣାନ୍ତୁ ।

ପ୍ରିକ୍ଲାମ୍ପସିଆ କାରଣରୁ ପ୍ରଭାବିତ ହୁଏ ଧମନୀ:-

ଏହି ବ୍ୟାଧି ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ଜଟିଳତା ସୃଷ୍ଟି କରିପାରେ । ଏହା ଧମନୀକୁ ପ୍ରଭାବିତ କରିଥାଏ, ଯାହା ପ୍ଲେସେଣ୍ଟାକୁ ରକ୍ତ ଯୋଗାଇଥାଏ । ଏହା ଗର୍ଭସ୍ଥ ଶିଶୁର ବିକାଶକୁ ମଧ୍ୟ କରିପାରେ । ତା' ସହିତ ଶିଶୁର ଆଗୁଆ ଜନ୍ମ ବା 9 ମାସ ପୂର୍ବରୁ ଜନ୍ମ ହେବାର ସମ୍ଭାବନାକୁ ବଢାଇଥାଏ । ଅନ୍ୟାନ୍ୟ ଗମ୍ଭୀର ବ୍ୟାଧି 'HELLP ସିଣ୍ଡ୍ରୋମ' ସୃଷ୍ଟି କରିପାରେ । ଅଙ୍ଗର କ୍ଷତି କିମ୍ବା ଷ୍ଟ୍ରୋକ୍ ସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢିଯାଏ । (ତେବେ HELLP ସିଣ୍ଡ୍ରୋମ ହେଉଛି, ଗର୍ଭଧାରଣର ଏକ ଜଟିଳତା । ଏହା ଏକ ରକ୍ତ ସମ୍ବନ୍ଧୀୟ ରୋଗ । ଏହା କେତେକ ମହିଳାଙ୍କ ରକ୍ତ କୋଷରେ ବ୍ୟାଘାତ ସୃଷ୍ଟି କରେ, ଯଦ୍ବାରା ଲୌହିl ରକ୍ତ କଣିକା, ପ୍ଲେଟ୍‌ଲେଟ୍ ଇତ୍ୟାଦି ନଷ୍ଟ ହେବାକୁ ଲାଗେ ।)

ପ୍ରିକ୍ଲାମ୍ପସିଆର ବିପଦ କାରକ:-

ଗର୍ଭାବସ୍ଥାରେ ପ୍ରିକ୍ଲାମ୍ପସିଆର ସମସ୍ୟା ଅନେକ କାରଣରୁ ହୋଇଥାଏ, ଯେପରିକି- ପ୍ରଥମ ଗର୍ଭଧାରଣରେ(2-8%ସମ୍ଭାବନା), ଏକାଧିକ ଗର୍ଭଧାରଣ, ଉଚ୍ଚ ରକ୍ତଚାପ ସମସ୍ୟା, କିଡନୀ ରୋଗ (40% ପର୍ଯ୍ୟନ୍ତ ସମ୍ଭାବନା), ମଧୁମେହ (20% ସମ୍ଭାବନା), ଅଧିକ ଓଜନ, ବୃଦ୍ଧ ବୟସରେ ମାତୃତ୍ୱ ଇତ୍ୟାଦି । ଏହା ସହିତ ଜେନେଟିକ୍ କାରକ ମଧ୍ୟ ରହିଛି, ଯେପରିକି- ରକ୍ତବାହୀ ସମସ୍ୟା, ଅଟୋମ୍ୟୁମ୍ୟୁନ ବ୍ୟାଧି, 35 ବର୍ଷ ବୟସ ପରେ ମାଆ ହେବା, କିଶୋର ବୟସରେ ଗର୍ଭବତୀ ହେବା ଇତ୍ୟାଦି ।

ପ୍ରିକ୍ଲାମ୍ପସିଆ ଲକ୍ଷଣ:-

ବାରମ୍ବାର ମୁଣ୍ଡବିନ୍ଧା, ମୁହଁ ଏବଂ ହାତର ଫୁଲା, ହଠାତ୍ ଓଜନ ବୃଦ୍ଧି, ଦୃଷ୍ଟିଶକ୍ତିରେ ପରିବର୍ତ୍ତନ, ଉପର ପେଟ ଯନ୍ତ୍ରଣା ।

ପ୍ରିକ୍ଲମ୍ପସିଆର ନିରାକରଣ:-

ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ପରୀକ୍ଷା କରାଯାଏ । ପରିସ୍ରା ଏବଂ ରକ୍ତ ପରୀକ୍ଷା କରାଯାଏ । ପ୍ରୋଟିନ୍, ଅସ୍ୱାଭାବିକ ଲିଭର୍ ଏନଜାଇମ୍ ଏବଂ ପ୍ଲେଟ୍‌ଲେଟ୍ ସ୍ତର ପାଇଁ ପରିସ୍ରା ମଧ୍ୟ ଯାଞ୍ଚ କରାଯାଇପାରେ । ଗର୍ଭସ୍ଥ ଶିଶୁ ଉପରେ ନଜର ରଖିବା ପାଇଁ ନନ୍‌ଷ୍ଟ୍ରେସ୍‌ ପରୀକ୍ଷା ମଧ୍ୟ କରାଯାଏ । ଏହି ପରୀକ୍ଷଣରେ, ଗର୍ଭରେ ଥିବା ଶିଶୁର ଗତିବିଧି ଉପରେ ଆଧାର କରି ହୃତପିଣ୍ଡର ପରିବର୍ତ୍ତନ ଉପରେ ନଜର ରଖାଯାଏ । ଅଲ୍ଟ୍ରାସାଉଣ୍ଡ ମାଧ୍ୟମରେ ଫ୍ଲୁଇଡ୍ ଲେବଲ୍, ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.