ETV Bharat / sukhibhava

ରାତିରେ ନିଦ ନ ହେଲେ ଆଖିରେ ହୁଏ ଏହି ରୋଗ

ରାତିରେ ନିଦ ନହେବା, ନିଦ ହେଲେ ବାରମ୍ବାର ଭାଙ୍ଗିବା ଏସବୁ ଏକ ରୋଗ ହୋଇନଥିଲେ ମଧ୍ୟ ରୋଗ ସୃଷ୍ଟି କରିପାରେ । ଅନୁସନ୍ଧାନ ଅନୁସାରେ ନିଦ୍ରାହୀନତା ଆଖିରୋଗ ଗ୍ଲୁକୋମା କାରଣ ହୋଇପାରେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 29, 2023, 6:29 PM IST

ହାଇଦ୍ରାବାଦ: ଆମେ ସମସ୍ତେ ଜାଣିଛେ, ନିଦ୍ରାହୀନତା ଏକ ରୋଗ ହୋଇନଥିଲେ ମଧ୍ୟ ଏହା ଅନେକ ରୋଗର କାରଣ ସାଜେ । ଗୁଣାତ୍ମକ ନିଦ ନେହେଲେ ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖାଯାଏ । ଏହି ନିଦ୍ରାହୀନତା ଆଖି ରୋଗ ମଧ୍ୟ ସୃଷ୍ଟି କରିପାରେ । ଆଜ୍ଞା ହଁ, ଏକ ଅନୁସନ୍ଧାନ ଅନୁସାରେ କମ୍ ନିଦ, ଶୋଇଥିବା ସମୟରେ ବାରମ୍ବାର ନିଦ ଭାଙ୍ଗିବା ଆଦି ଅଭ୍ୟାସ ଦୃଷ୍ଟିଶକ୍ତି ହ୍ରାସ ଗ୍ଲୁକୋମା(glaucoma) କରିପାରେ । ଓପନ୍ ଆକ୍ସେସ୍ ଜର୍ଣ୍ଣାଲରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- ସେବନ କଲେ ଏହି ସବୁ ଖାଦ୍ୟ, ଦୂର ହୁଏ କୋଷ୍ଠକାଠିନ୍ୟ !

ଅନୁସନ୍ଧାନରୁ ଜଣାପଡିଛି ଯେ, ଗ୍ଲୁକୋମା ଥିବା ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ହେବାର ସମ୍ଭାବନା ଥାଏ । ଗ୍ଲୁକୋମା ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ ଏବଂ 2040 ସୁଦ୍ଧା ବିଶ୍ବର ପ୍ରାୟ 112 ନିୟୁତ ଲୋକଙ୍କୁ ଏହା ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି । ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, ନିଦ୍ରାଗତ ସମସ୍ୟା ଥିବା ବ୍ୟକ୍ତିଙ୍କ ମଧ୍ୟରେ ଚକ୍ଷୁ ଚିକିତ୍ସା ସ୍କ୍ରିନିଂର ନିହାତି ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ:-ଯକ୍ଷ୍ମା ଗାଣିତିକ ମଡେଲ୍: WHO ତୁଳନାରେ 6 ମାସ ପୂର୍ବରୁ ଭାରତ ଦେବ ତଥ୍ୟ

ଏହି ଅନୁସନ୍ଧାନ ପାଇଁ ଅନୁସନ୍ଧାନକାରୀମାନେ ନିଦ୍ରାହୀନତାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସର୍ଭେରେ ସାମିଲ୍ କରିଥିଲେ । ଅଧ୍ୟୟନ ପାଇଁ ଗ୍ଲୁକୋମାରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତି, ମୃତକ, ସୁସ୍ଥ ହୋଇଥିବା ବ୍ୟକ୍ତି, ଡାକ୍ତରୀ ରେକର୍ଡ ଏବଂ ମୃତ୍ୟୁ ପଞ୍ଜିକରଣ ତଥ୍ୟ ବ୍ୟବହୃତ ହୋଇଥିଲା । ଅନୁସନ୍ଧାନରୁ ଜଣାଗଲା ଯେ, ସ୍ୱଳ୍ପ କିମ୍ବା ଦୀର୍ଘ ନିଦ୍ରା ଆଖି ଉପରେ ପ୍ରଭାବ ପକାଇପାରେ ।

ଏହା ମଧ୍ୟ ପଢନ୍ତୁ:- ନିମ୍ନମାନର ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଉପରେ ଚଢାଉ, 18 ସଂସ୍ଥାର ଲାଇସେନ୍ସ ରଦ୍ଦ

ଏକ ସୁସ୍ଥ ଶୋଇବା ଶୈଳୀରେ ଥିବା ଲୋକମାନଙ୍କ ତୁଳନାରେ, ସ୍ନୋରର୍ସ ଏବଂ ଯେଉଁମାନେ ଦିନର ନିଦ୍ରା ଅନୁଭବ କରିଥିଲେ, ସେମାନଙ୍କର ଗ୍ଲୁକୋମା ହେବାର ସମ୍ଭାବନା 10% ଅଧିକ ଥିବାବେଳେ ଇନସୋମାନିଆକ୍‌ ଏବଂ ସ୍ୱଳ୍ପ/ଦୀର୍ଘ ନିଦ୍ରାର ଅବଧି 13% ଅଧିକ ଥିଲା । ସେହିପରି ଉଦାସୀନତା ଏବଂ ଚିନ୍ତା ଚକ୍ଷୁ ଚାପକୁ ମଧ୍ୟ ବଢାଇପାରେ ବୋଲି ଜଣାପଡିଥିଲା । ତେଣୁ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସଠିକ୍ ସମୟରେ ଶୋଇବା ଏବଂ ଶଯ୍ୟାତ୍ୟାଗ ଏକ ସୁସ୍ଥ ଜୀବନଶୈଳୀର ପ୍ରମାଣ । ତେଣୁ ଏପରି ଅଭ୍ୟାସ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.