ETV Bharat / sukhibhava

ହ୍ରଦ- ପୋଖରୀ ସୌନ୍ଦର୍ଯ୍ୟକୁ ପୁଣି ଜୀବନ୍ତୀକରଣ

ହ୍ରଦ-ପୋଖରୀ ସୌନ୍ଦର୍ଯ୍ୟକୁ ପୁଣି ଜୀବନ୍ତ କରିବାକୁ ଚେଷ୍ଟା କଲେ ଗୌତମ ବୁଦ୍ଧ ନଗରର ଯୁବକ ରାମବୀର ତନୱାର । ତାଙ୍କ ହ୍ରଦ- ପୋଖରୀ ପ୍ରତିଥିବା ଆକର୍ଷଣ ସେ ଶୁଖିଲା ସ୍ତାନର ଚିତ୍ରକୁ ବଦଳାଇ ଦେଇଛି । ଆଗକୁ ପଢ଼ନ୍ତୁ

ହ୍ରଦ- ପୋଖରୀ ସୌନ୍ଦର୍ଯ୍ୟକୁ ପୁଣି ଜୀବନ୍ତୀକରଣ
ହ୍ରଦ- ପୋଖରୀ ସୌନ୍ଦର୍ଯ୍ୟକୁ ପୁଣି ଜୀବନ୍ତୀକରଣ
author img

By ETV Bharat Odisha Team

Published : Nov 26, 2023, 7:33 AM IST

ନୋଏଡ଼ା/ଲକ୍ଷ୍ନୌ: ପୂର୍ବରୁ ନୋଏଡ଼ାରେ ଅତି ସୁନ୍ଦର ହ୍ରଦ-ପୋଖରୀ ଦେଖିବାକୁ ମିଳୁଥିଲା । ସମୟ କ୍ରମେ ସେ ହ୍ରଦ- ପୋଖରୀ ଯେମିତି କେଉଁଠି ହଜିଗଲା । ଲୋକଙ୍କ ଅଳିଆ ଆବର୍ଜନାରେ ସେ ସୌନ୍ଦର୍ଯ୍ୟ ଲୁଚି ଯାଇଛି । ସେହି ସୌନ୍ଦର୍ଯ୍ୟକୁ ପୁଣି ଜୀବନ୍ତ କରିବାକୁ ଚେଷ୍ଟା କଲେ ଗୌତମ ବୁଦ୍ଧ ନଗରର ଯୁବକ ରାମବୀର ତନୱାର । ତାଙ୍କ ହ୍ରଦ-ପୋଖରୀ ପ୍ରତି ଥିବା ଆକର୍ଷଣ ସେ ଶୁଖିଲା ସ୍ଥାନର ଚିତ୍ରକୁ ବଦଳାଇ ଦେଇଛି ।

ଆଧୁନିକରଣ ଓ ଜନ ସଂଖ୍ୟାରେ ବୃଦ୍ଧି ଜଙ୍ଗଲ ଓ ଜଳାଶ୍ରୟ କ୍ଷୁଦ୍ର ହୋଇଆସୁଛି । ଏହା ଦେଖି ସେ ନିଷ୍ପତ୍ତି ନେଲେ ଯେ, ଲୁପ୍ତ ହୋଇ ଆସୁଥିବା ଜଙ୍ଗଲ ଓ ଜଳାଶ୍ରୟର ସମସ୍ୟାର ସେ କିଭଳି ସମାଧାନ କରିବେ । ତନୱାର ଓ ତାଙ୍କ ସହପାଠୀ ମିଶି 'ଜଳ ଚୌପାଳ' ନାମରେ ଏକ ଅଭିଯାନ ଆରମ୍ଭ କଲେ । ସେ ପ୍ରଥମେ ନିଜ ଗାଁ ଡାଢ଼ାରୁ ଆରମ୍ଭ କରିଥିଲେ । ଦେଖୁ ଦେଖୁ ପାଖାପାଖୀ ଗାଁଗୁଡ଼ିକ ମଧ୍ୟ ସେହି ଜଳ ଚୌପାଳକୁ ଆପଣାଇ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଶୀତଦିନେ ପ୍ରତିଦିନ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, ଥଣ୍ତା ଜ୍ବରରୁ ଦେଇଥାଏ ମୁକ୍ତି

ଧୀରେଧୀରେ ସେମାନେ ଗାଁକୁ ଗାଁ ବୁଲି ବୈଠକ କରିବା ସହ, ଗ୍ରାମର ପୁରୁଖା ଲୋକଙ୍କଠାରୁ ଲୁପ୍ତ ହୋଇ ଯାଇଥିବା ହ୍ରଦ-ପୋଖରୀ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କଲେ । ପରେ ଗାଁର ପିଲା ମାନଙ୍କୁ ଜଳର ମହତ୍ବ ବୁଝାଇବା ସହ ଲୁପ୍ତ ପ୍ରାୟ ହ୍ରଦ-ପୋଖରୀର ନବୀକରଣ ପାଇଁ ଯୋଜନା ପ୍ରସ୍ତୁତ କଲେ । ସେ ପଢ଼ାଉ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ରବିବାର ନିଜ ପରିବାର ସହ ଆସିବାକୁ କହିଲେ । ପରେ ସେ ଗ୍ରାମବାସୀଙ୍କୁ ଜଳ ସଂରକ୍ଷଣ ବିଷୟରେ ବୁଝାଇବା ସହ ଧୀରେଧୀରେ ପରିବର୍ତ୍ତନ ସୃଷ୍ଟି କରିଥିଲେ । ତାଙ୍କର ଏହି ପ୍ରୟାଶ ପାଇଁ ତାଙ୍କୁ ଜିଲ୍ଲା ଅଧିକାରୀଙ୍କଠାରୁ ପ୍ରଶଂସା ସାଙ୍ଗକୁ 'ଜଳ ଚୋପାଳ'ର ଅଧିକାରୀ ରୁପରେ ମାନ୍ୟତା ଦିଆଗଲା । 2015ରେ ତନୱାର,ତାଙ୍କ ସହପାଠୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମିଳିତ ଉଦ୍ୟମରେ ପ୍ରଥମ ପୋଖରୀ ସଫା କରିବା ସହ ତା ଚାରି ପଟେ ଗଛ ମଧ୍ୟ ଲଗାଇ ଥିଲେ । ଏହି ଭଳି ଭାବରେ Pond Manର କାହାଣୀ ଆରମ୍ଭ ହୋଇଥିଲା । ଏବେ ସେ ସେହି ସ୍ତାନର ଚିତ୍ର ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.