ETV Bharat / sukhibhava

କେତେ ଜରୁରୀ ପ୍ଲାଣ୍ଟ ବେସଡ୍ ମିଟ୍ ?

ଶାକାହାରୀଙ୍କ ଏହି ଆବଶ୍ୟକତା ପୂରଣ ପାଇଁ ୧୯୭୦ ଦଶକରେ ବଜାରରେ ପ୍ରଚଳନ କରାଯାଇଥିଲା ପ୍ଲାଣ୍ଟ ବେସଡ୍ ମିଟ୍ । ସେତେବେଳେ ଆମେରିକାର ବଢି ବଢି ଚାଲିଥିବା ମାଂସ ବଜାର ଓ ପରିବେଶ ଉପରେ ଏହାର କୁପ୍ରଭାବକୁ ଦେଖି ପ୍ଲାଂଟ୍ ବେସଡ୍ ମିଟ୍ ପ୍ରଚଳନ କରାଯାଇଥିଲା । ଅଧିକ ଖବର ପଢନ୍ତୁ...

କେତେ ଜରୁରୀ ପ୍ଲାଂଟ୍ ବେସଡ୍ ମିଟ୍ ?
କେତେ ଜରୁରୀ ପ୍ଲାଂଟ୍ ବେସଡ୍ ମିଟ୍ ?
author img

By

Published : Oct 30, 2020, 1:01 PM IST

ଯଦି ଆପଣ ନିକଟରେ ଶାକାହାରୀ ହୋଇଯାଇଛନ୍ତି, ତାହା ହେଲେ ନିଶ୍ଚିତ ଭାବେ ଆମିଷ ଖାଦ୍ୟକୁ ମନେ ପକାଉଥିବେ । ଶାକାହାରୀଙ୍କ ଏହି ଆବଶ୍ୟକତା ପୂରଣ ପାଇଁ ୧୯୭୦ ଦଶକରେ ବଜାରରେ ପ୍ରଚଳନ କରାଯାଇଥିଲା ପ୍ଲାଂଟ୍ ବେସଡ୍ ମିଟ୍ । ସେତେବେଳେ ଆମେରିକାର ବଢି ବଢି ଚାଲିଥିବା ମାଂସ ବଜାର ଓ ପରିବେଶ ଉପରେ ଏହାର କୁପ୍ରଭାବକୁ ଦେଖି ପ୍ଲାଂଟ୍ ବେସଡ୍ ମିଟ୍ ପ୍ରଚଳନ କରାଯାଇଥିଲା । ‘ଅଲ୍ ସିଜଲ୍‌,ନୋ ଷ୍ଟିକ୍‌’ ସ୍ଲୋଗାନ ସହ ପ୍ଲାଂଟ୍ ବେସଡ୍ ମାଂସ ଭାରତରେ ବି ପହଂଚିଛି । ଅନେକ ଲୋକ ଏହି ଅଭିନବ ଧାରଣାର ପରୀକ୍ଷାମୂଳକ ପ୍ରୟୋଗ ବି କରୁଛନ୍ତି । ଆମର ପୋଷଣ ବିଶେଷଜ୍ଞ ଦିବ୍ୟା ଗୁପ୍ତାଙ୍କ ଅନୁସାରେ ଲୋକେ ପ୍ରକ୍ରିୟାକୃତ ମାଂସ ପରିବର୍ତେ ପ୍ରକୃତ ମାଂସ ଖାଇବା ଉଚିତ ।

ସ୍ୱଳ୍ପ ପରିମାଣରେ ଓ ଦାୟିତ୍ୱବାନ ଭାବେ ମାଂସ ଖାଇଲେ କୌଣସି କ୍ଷତି ନାହିଁ ବୋଲି ସେ କହନ୍ତି । ପ୍ରାକୃତିକ ଭାବେ ବଢୁଥିବା ଚାରା ଓ ପଣସ,ଫେରମେଂଟେଡ୍ ତେଂଫେ, ସୋୟା, ସାମୁଦ୍ରିକ ଶୈବାଳ ଭଳି ମାଂସଳ ପନିପରିବା ଓ ଫଳ ବି ଖିଆଯାିପାରିବ । ସାଧାରଣତଃ ପ୍ରକ୍ରିୟାକୃତ ମାଂସର ମଧ୍ୟ ପ୍ରକୃତ ମିଟ୍ ବା ମାଂସ ଭଳି ଗଢଣ, ଆକୃତି ଓ ବାସନା ରହିଥାଏ । ବର୍ଗର ପାଟ୍ଟି, ମିଟବଲ୍‌, ନଜେଟ ଓ କ୍ରମ୍ବଲ୍ସ ଓ ସସେଜ୍ ଆକାରରେ ବି ମିଳିଥାଏ ପ୍ଲାଂଟ୍ ବେସଡ୍ ମିଟ୍ । ଟୁନା ମାଛ, ଚିଙ୍ଗୁଡି, ଅଣ୍ଡା ବି ପ୍ଲାଂଟ୍ ବେସଡ୍ ଆକାରରେ ମିଳେ । ପଶୁମାଂସ ଭକ୍ଷଣ ହ୍ରାସ ସହ ପରିବେଶ ଉପରେ ପଡୁଥିବା କୁପ୍ରଭାବ ରୋକିବା ହିଁ ପ୍ଲାଂଟ୍ ବେସଡ୍ ମିଟ୍ ର ଉଦ୍ଦେଶ୍ୟ । ପ୍ଲାଂଟ୍ ବେସଡ୍ ମିଟ୍ ବିଭିନ୍ନ ଶ୍ରେଣୀରେ ବିଭକ୍ତ । ସୋୟା, ଗହମ, ଚଣା ଭଳି ଶ୍ରେଣୀରେ ବିଭକ୍ତ ।ସୋୟାରେ ଉଚ୍ଚ ମାତ୍ରାରେ ପ୍ରୋଟିନ ଓ ମାଂସ ସଦୃଶ ଉପାଦାନ ଥିବାରୁ ଏହାକୁ ପ୍ଲାଂଟ୍ ବେସଡ୍ ପୋର୍କ, ଗୋମାଂସ, ମାଛ ଓ ଚିକେନ୍ ଉତ୍ପାଦର ମୂଳ ସାମଗ୍ରୀ ଭାବେ ବ୍ୟବହାର କରାଯାଏ ।

ପ୍ଲାଂଟ୍ ବେସଡ୍ ମିଟ୍‌ଗୁଡିକ ଉଚ୍ଚ ପ୍ରକ୍ରିୟାକୃତ ଉତ୍ପାଦ ହୋଇଥାଏ । ଏ ପ୍ରକାର ଖାଦ ସବୁ ପ୍ରସେସିଂ କରାଯାଇ ଥଣ୍ଡା, ଶୁଖିଲା ଓ ଡବାରେ ରଖାଯାଏ । ବାଇଣ୍ଡର୍‌, ଷ୍ଟାବିଲାଇଜର୍ ଓ ଆବଶ୍ୟକଠାରୁ ଅଧିକ ପରିମାଣରେ ଚିନି, ଲୁଣ, ତେଲ ମାଧ୍ୟମରେ ପ୍ରକ୍ରିୟାକରଣ ଖାଦ୍ୟ ସଂରକ୍ଷିତ ରଖାଯାଏ । ପ୍ଲାଂଟ ବେସଡ୍ ମିଟ୍ ନିୟମିତ ଖାଇଲେ ଦୀର୍ଘକାଳିନ ସ୍ୱାସ୍ଥ୍ୟ ପ୍ରଭାବ କଣ ହେବ,ସେ ନେଇ ଗବେଷଣା ଜାରି ରହିଛି । କିନ୍ତୁ ପ୍ଲାଂଟ ବେସଡ୍ ମିଟ୍‌ରେ ମିଶାଯାଉଥିବା ଉପାଦାନା ବା ସାମଗ୍ରୀଗୁଡିକ ଯଦି ଦେଖିବା, ତାହା ହେଲେ ସ୍ୱାସ୍ଥ୍ୟ ପକ୍ଷେ ଏହା ହିତକର ନୁହେଁ । ଯଦି ଆପଣ ନିୟମିତ ଭାବେ ପ୍ଲାଂଟ୍ ବେସଡ୍ ମିଟ୍ ଖାଆନ୍ତି , ତାହା ହେଲେ ଆପଣଙ୍କ ଶରୀର ଉପରେ ନିଶ୍ଚୟ ଏହାର କୁପ୍ରଭାବ ପଡିବ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ତେଣୁ ଅତ୍ୟଧିକ ନ ଖାଇ ସତର୍କତା ଭାବେ ପ୍ଲାଂଟ୍ ବେସଡ୍ ମିଟ୍ ଖାଇବାକୁ ପଡିବ । କେତେବେଳେ ପ୍ଲାଂଟ ବେସଡ୍ ମିଟ୍ ଖାଇବେ,ସେ ବାବଦରେ ଆପଣ ସ୍ଥିର କରିବା ଦରକାର ।

ଫଙ୍ଗଲ ମିଟ୍ ମିମିକ୍

ଏହି ଶ୍ରେଣୀରେ ଆସୁଥିବା ଉତ୍ପାଦଗୁଡିକ ପ୍ରାକୃତିକ ଉପାୟରେ ମିଳେ । ଆଉ ଏଗୁଡିକ ମାଂସର ବିକଳ୍ପ ଭାବେ ବ୍ୟବହାର କରାଯାଏ । ବିଭିନ୍ନ ପ୍ରକାର ଛତୁ, ଡାଲି, ପଣସ ଏସବୁର ଗୋଟିଏ ଗୋଟିଏ ଉଦାହରଣ । ଏଗୁିଡକରେ ପ୍ରକୃତ ମାଂସର ସ୍ୱାଦ, ବାସ୍ନା ଓ ଢାଂଚା ଥାଏ । ଅନେକ ସମୟରେ ପଣସ ପୁଲଡ୍ ପୋର୍କର ବିକଳ୍ପ ଭାବେ ବ୍ୟବହାର କରାଯାଏ । ବିଭିନ୍ନ ଶାକାହାରୀ ଖାଦ୍ୟରେ ଆମିଷ ସମାନ ସ୍ୱାସ୍ଥ୍ୟକର ଉପାଦାନ ମିଳୁଥିଲେ, ପ୍ଲାଂଟ୍ ବେସଡ୍ ମିଟ ଗ୍ରହଣେଯାଗ୍ୟ କି ? ଅବଶ୍ୟ କାହାର କେଉଁ ପସନ୍ଦ । ଏହାକୁ ତ ଏଡାଇ ହେବ ନାହିଁ । କିନ୍ତୁ କୌଣସି ସିନ୍ଥେଟିକ ଉତ୍ପାଦ ଯେ, ପ୍ରାକୃତିକ ଉତ୍ପାଦର ସ୍ଥାନ ନେଇପାରିବ ନାହିଁ କି ସେମିତି ସ୍ୱାସ୍ଥ୍ୟପ୍ରଦ ହୋଇପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.