ETV Bharat / sukhibhava

Tattoo କରିବାକୁ ଚାହୁଁଛନ୍ତି କି ? ନିଶ୍ଚିତ ଜାଣନ୍ତୁ ଏହି ଟିପ୍ସ - ଟାଟୁ ନେବା ପରେ କିପରି ନେବେ ଯତ୍ନ

ଶରୀରରେ ଟାଟୁ କରିବା ଏବେ ଯୁବପିଢିଙ୍କ ଏକ ସଉକ୍‌ ପାଲଟିଛି । ଟାଟୁର ଚାହିବା ବଢିବା ପରେ ଏବେ ଭିନ୍ନ ଭିନ୍ନ ଟାଟୁ ମଧ୍ୟ କରାଯାଉଛି । ତେବେ ଆପଣ ଯଦି ଟାଟୁ କରିବାକୁ ଚାହୁଁଛନ୍ତି ତେବେ କିପରି ଏହାର ଯତ୍ନ ନେବେ ଏବଂ ଟାଟୁ କରିବା ପୂର୍ବରୁ କେଉଁ ଜିନିଷ ଉପରେ ଧ୍ୟାନ ଦେବେ, ଜାଣନ୍ତୁ ।

Tattoo କରିବାକୁ ଚାହୁଁଛନ୍ତି କି ? ନିଶ୍ଚିତ ଜାଣନ୍ତୁ ଏହି ଟିପ୍ସ

author img

By

Published : Jan 20, 2022, 4:13 PM IST

ହାଇଦ୍ରାବାଦ: ଫ୍ୟାଶନ ଟ୍ରେଣ୍ଡ ପରି ଟାଟୁ ଟ୍ରେଣ୍ଡ ମଧ୍ୟ ଦିନକୁ ଦିନ ବଦଳୁଛି । ଯୁବପିଢିମାନେ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ଶରୀରରେ ଭିନ୍ନ ଭିନ୍ନ ଷ୍ଟାଇଲ ସହତି ରଙ୍ଗବେରଙ୍ଗର ଟାଟୁ କରୁଥିବା ନଜର ଆସୁଛନ୍ତି ଯୁବପିଢି । ତେବେ ନୂଆ ବର୍ଷ ୨୦୨୨ରେ କିଛି ଟାଟୁ ଏବେ ଟ୍ରେଣ୍ଡରେ ରହିଛି । ଏହା ସୂର୍ଯ୍ୟାଲୋକରେ ରଙ୍ଗ ବଦଳାଇବା ସହିତ ଚିକ୍‌ ଚିକ୍‌ କରୁଛି । ଆଉ କିଛି ଟାଟୁ ଇନ୍ଦ୍ରଧନୁ ପରି ୭ଟି ରଙ୍ଗରେ ଝଲସୁଛି । ଆପଣ ଯଦି ଟାଟୁ କରିବାକୁ ଯୋଜନା କରୁଛନ୍ତି, ତେବେ ଟ୍ରେଣ୍ଡିଙ୍ଗରେ ଥିବା ଟାଟୁ ସମ୍ପର୍କରେ ଏବଂ ଟାଟୁ କରିବା ପୂର୍ବରୁ ଓ ପରେ କଣ କରିବା ଆବଶ୍ୟକ ସେ ସମ୍ପର୍କରେ ଜାଣନ୍ତୁ ।

2022 ମସିହାରେ ମିନିମାଲିଷ୍ଟ ଡିଜାଇନ୍(Minimalist design)ଟାଟୁ ଲୋକପ୍ରିୟତା ହାସଲ କରିଛି । ଟାଟୁ କରିବାକୁ ଯାଉଥିବା ବ୍ୟକ୍ତିଟି ସର୍ବଦା ଏଭଳି ଟାଟୁ ଡିଜାଇନକୁ ବାଛିବା ଉଚିତ, ଯାହା ଆପଣଙ୍କୁ ଆକର୍ଷିତ କରିବ ଏବଂ ଆପଣଙ୍କ ସ୍ବଭାବକୁ ମେଳ ଖାଉଥିବ । ଏବେ ଟାଟୁ ଇଣ୍ଡଷ୍ଟ୍ରି ବଢୁଛି, ଏହାର ବହୁତ ଚାହିଦା ରହିଛି । ପ୍ରତିବର୍ଷ ନୂତନ ଶୈଳୀର ଟାଟୁ ବାହାରୁଥିବା ଦେଖିବାକୁ ମିଳୁଛି । ଡକ୍ଟର ବିଦୁଶି ଜୈନଙ୍କ ମତରେ ଚର୍ମ ଉପରେ ଟାଟୁ କରିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

ଟାଟୁ କରିବା ପୂର୍ବରୁ କଣ କରିବେ(Before getting a tattoo):-

  • ଟାଟୁ କରିବାର ଗୋଟିଏ ରାତି ପୂର୍ବରୁ କୌଣସି ନିଶାଦ୍ରବ୍ୟ(caffeine ଓ alcohol) ସେବନ କରନ୍ତୁ ନାହିଁ । ଏହା ରକ୍ତକୁ ଦ୍ରବୀଭୂତ କରିଦେଉଥିବାରୁ ଟାଟୁ ସମୟରେ ରକ୍ତ ବାହାରିବାର ସମ୍ଭାବନା ରହିଥାଏ ।
  • ଟାଟୁ କରିବାର ଗୋଟିଏ ସପ୍ତାହ ପୂର୍ବରୁ ଅଧିକ ପାଣି ପିଅନ୍ତୁ । ଗୋଟିଏ ଦିନରେ ଅତି କମ୍‌ରେ ୨ ଲିଟର ପାଣି ପିଇବା ଆବଶ୍ୟକ । ଅଧିକ ପାଣି ପିଇଲେ ଏହା ଆମ ଚର୍ମକୁ ନରମ ଓ ସୁସ୍ଥ ରଖିଥାଏ ।
  • ଟାଟୁ କରିବା ପୂର୍ବରୁ ଏହା ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଟାଟୁ ଆର୍ଟିଷ୍ଟ ନୂଆ ଛୁଞ୍ଚିର ବ୍ୟବହାର କରୁଛନ୍ତି । କାରଣ ପୁରୁଣା ଛୁଞ୍ଚି ବା ବ୍ୟବହୃତ ଛୁଞ୍ଚିର ବ୍ୟବହାର ହେଲେ ଏହା ଆପଣଙ୍କ ଶରୀରକୁ ଭୂତାଣୁଜନିକ ସଂକ୍ରମଣ କରାଇଥାଏ ।

ଟାଟୁ କରିସାରିବା ପରେ କଣ କରିବେ(After getting a tattoo):-

  • ଚର୍ମ ରୋଗ ସହଜରେ ଟାଟୁ ଦ୍ବାରା ବିସ୍ତାର ହୁଏ । ସଂକ୍ରମଣକୁ ରୋକିବା ପାଇଁ ଟାଟୁ କରିବା ପରେ ଏକ ବ୍ୟାଣ୍ଡେଜ୍ କିମ୍ବା କ୍ଲିଙ୍ଗ୍ ରାପ୍ ସହିତ ଟାଟୁ କରାଯାଇଥିବା ସ୍ଥାନକୁ ଗୁଡ଼ାଇ ରଖିବା ଆବଶ୍ୟକ ।
  • ଆଣ୍ଟିବ୍ୟାକ୍ଟେରିଆଲ ସାବୁନକୁ ହାତ ଧୋଇବା ସମୟରେ ବ୍ୟବହାର କରନ୍ତୁ । ବ୍ୟାଣ୍ଡେଜ ବାନ୍ଧିବାର କିଛି ସମୟ ପରେ ଟାଟୁ କରିଥିବା ସ୍ଥାନକୁ ଧୋଇ ନିଅନ୍ତୁ । ଟାଟୁ ସ୍ଥାନକୁ ନଖ ଉଷୁମ ପାଣିରେ ଧୋଇବା ସହିତ ନରମ ତଉଲିଆ ସାହାଯ୍ୟରେ ପୋଛନ୍ତୁ । ଏହି ସ୍ଥାନକୁ ରଗଡନ୍ତୁ ନାହିଁ ।
  • ଟାଟୁ କରିବା ପରେ ଏହି ସ୍ଥାନରେ ଲୋସନ୍‌, କ୍ରିମ କିମ୍ବା ପେଟ୍ରୋଲିଅମ ଜେଲି(petroleum jelly) ଲଗାନ୍ତୁ । ମନେ ରଖନ୍ତୁ ଟାଟୁ ସ୍ଥାନରେ ଅତି କମ୍‌ରେ ୨ ସପ୍ତାହ ପର୍ଯ୍ୟନ୍ତ ମଶ୍ଚୁରାଇଜର ଲଗାନ୍ତୁ ।
  • ଟାଟୁ ଧୀରେ ଧୀରେ ତାର ରଙ୍ଗ ବଦଳାଇଥାଏ । ତେବେ ତୁରନ୍ତ ଟାଟୁ କରିବା ପରେ ଏଥିରେ କୌଣସି ରାସାୟନିକ ପଦାର୍ଥର ବ୍ୟବହାର କିମ୍ବା ସୂର୍ଯ୍ୟାଲୋକରେ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ବାହରକୁ ଯିବା ପୂର୍ବରୁ ଏହା ଉପରେ Sunscreen ଲଗାଇବା ଆବଶ୍ୟକ ।
  • ଟାଟୁ କରିବା ପରେ ପହଁରନ୍ତୁ ନାହିଁ ଏବଂ ଏହାକୁ ଯଥାସମ୍ଭବ ୩ ସପ୍ତାହ ପର୍ଯ୍ୟନ୍ତ ଗରମ ପାଣିଠାରୁ ଦୂରରେ ରଖନ୍ତୁ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.