ETV Bharat / sukhibhava

ପେରୁରେ କୋଭିଡର ପଞ୍ଚମ ଲହର ଆରମ୍ଭ - କୋଭିଡ ପଞ୍ଚମ ଲହର ଆରମ୍ଭ

ପେରୁରେ ଦୃତଗତିରେ ବଢୁଛନ୍ତି କୋଭିଡ ରୋଗୀଙ୍କ ସଂଖ୍ୟା । ଦେଶରେ କୋଭିଡର ପଞ୍ଚମ ଲହର ଆରମ୍ଭ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା(Peru enters 5th Covid wave) ।

ପେରୁରେ କୋଭିଡର ପଞ୍ଚମ ଲହର ଆରମ୍ଭ
ପେରୁରେ କୋଭିଡର ପଞ୍ଚମ ଲହର ଆରମ୍ଭ
author img

By

Published : Dec 2, 2022, 5:59 PM IST

ଲିମା: ପେରୁରେ ଆରମ୍ଭ ହେଲା କୋଭିଡର ପଞ୍ଚମ ଲହର(Peru enters 5th Covid wave) । ଗତ ତିନି ସପ୍ତାହ ମଧ୍ୟରେ ଦେଶରେ ମାମଲା ବୃଦ୍ଧି ପାଇବାରୁ କୋଭିଡ-19 ମହାମାରୀର ପଞ୍ଚମ ୱେଭ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କେଲି ପୋର୍ଟାଲାଟିନୋ ଘୋଷଣା କରିଛନ୍ତି । ତେବେ ପେରୁରେ କୋଭିଡ ମାମଲା ବୃଦ୍ଧି ଏବଂ ପଞ୍ଚମ ଲହର ଆରମ୍ଭ ଅନ୍ୟ ଦେଶମାନଙ୍କ ପାଇଁ ସତର୍କ ସୂଚନା ନିଶ୍ଚୟ ।

ଖବର ଅନୁସାରେ ପେରୁରେ, ମଙ୍ଗଳବାରରୁ ବୁଧବାର ମଧ୍ୟରେ ଅର୍ଥାତ୍ ଗୋଟିଏ ଦିନରେ 6,541 ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗୋଟିଏ ଦିନରେ ନଅ ଜଣଙ୍କର ଜୀବନ ଯାଇଥିବା Xinhua ନ୍ୟୁଜ୍ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । 2020 ଆରମ୍ଭରେ ମହାମାରୀ ଆରମ୍ଭ ହେବା ପରଠାରୁ ପେରୁରେ ମୋଟ 4,252,383 ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 217,414 ଙ୍କ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି ।

ନ୍ୟାସନାଲ ସେଣ୍ଟର ଫର ଏପିଡେମୋଲୋଜି, ପ୍ରିଭେନସନ୍ ଏଣ୍ଡ ଡିଜିଜ୍ କଣ୍ଟ୍ରୋଲ୍ ନିର୍ଦ୍ଦେଶକ ସେସର ମୁନାଏକୋ କହିଛନ୍ତି ଯେ, ନ୍ୟାସନାଲ ସେଣ୍ଟର ଫର ଏପିଡେମୋଲୋଜିର ମାନଦଣ୍ଡ ଅନୁଯାୟୀ ଦେଶରେ ବର୍ତ୍ତମାନ ଯେପରି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ତାହାକୁ ପଞ୍ଚମ ଲହର କୁହାଯାଇପାରେ, ମାତ୍ର ଏହା ପୂର୍ବ ତୁଳନାରେ କମ୍ ପରିମାଣର ହେବ ବୋଲି ଆକଳନ କରାଯାଇଛି । ସେ କହିଛନ୍ତି ଯେ, ବର୍ତ୍ତମାନ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଛି ଏବଂ ସଂକ୍ରମଣ ସ୍ଥାୟୀ ଭାବରେ ରହୁଛି ।

ଯାହା ଫଳରେ ଡାକ୍ତରଖାନାରେ ଭର୍ତ୍ତି ହେବା ସହ ମହାମାରୀ ହେତୁ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ନୂତନ ଲହର ମୁଖ୍ୟତ ଓମିକ୍ରନ୍ ଭାରିଆଣ୍ଟର BA.5 ସବ୍-ଲାଇନ୍ । ତେବେ ପେରୁରେ କୋଭିଡର ପଞ୍ଚମ ଲହର ଅନ୍ୟ ଦେଶମାନଙ୍କ ପାଇଁ ଏକ ସତର୍କ ବାଣୀ ନିଶ୍ଚୟ । କାରଣ ନିୟମ ଏବଂ କଟକଣା କୋହଳ ହେଲେ କୋଭିଡ କେତେ କ୍ଷତି ଘଟାଇପାରେ ତାହା ସମସ୍ତଙ୍କୁ ଜଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.