ETV Bharat / sukhibhava

Passive Smoking: ସିଗାରେଟ ଟାଣୁଥିବା ଲୋକଙ୍କ ସହ ରହିଲେ ମଧ୍ୟ କ୍ୟାନ୍ସର ହୁଏ କି ? - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

WHO ରିପୋର୍ଟ ଅନୁଯାୟୀ, ତମାଖୁ ସେବନ ହେତୁ ପ୍ରତିବର୍ଷ ପ୍ରାୟ 8 ମିଲିୟନ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି । ଏଥିରେ 12 ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ପରୋକ୍ଷ ତମାଖୁ ସେବନ ହେତୁ ପ୍ରାଣ ହରାଇଥାଆନ୍ତି । ଅଧିକ ପଢନ୍ତୁ

Passive Smoking
Passive Smoking
author img

By

Published : Jul 31, 2023, 3:22 PM IST

ହାଇଦ୍ରାବାଦ: ତମାଖୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ କର୍କଟ ରୋଗର କାରଣ ହୋଇପାରେ । ଏହା ସମସ୍ତଙ୍କୁ ଜଣା । ଏହାର ସଚେଚନତା ନେଇ ଅନେକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସିଗାରେଟ ବାକ୍ସରେ ମଧ୍ୟ ଏହାର ସ୍ବାସ୍ଥ୍ୟ ଅପକାରିତା ବିଷୟରେ ଲେଖାହୋଇଥାଏ । କିନ୍ତୁ ଏହା ପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ସିଗାରେଟ ପିଇବା କମ ହୋଇନଥାଏ । ଅଦ୍ୟାବଧି ଆପଣ ନିଶ୍ଚୟ ଶୁଣିଥିବେ ଯେ ଯେଉଁମାନେ ସିଗାରେଟ୍ ଟାଣନ୍ତି, ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଯେଉଁମାନେ ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ସହ ରୁହନ୍ତି ସେମନାଙ୍କୁ ମଧ୍ୟ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଏପରି ଏକ ମାମଲା ହାଇଦ୍ରାବାଦର ନଳିନୀଙ୍କ ବିଷୟରେ ଆଲୋଚନା ହୋଇଥିଲା । ସ୍ୱାମୀଙ୍କ ସିଗାରେଟ୍ ନିଶା ଯୋଗୁଁ ସ୍ତ୍ରୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ତେବେ ଜାଣନ୍ତୁ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କ ସଂଶ୍ସର୍ଶରେ ଆସିବା ଦ୍ବାରା କ୍ୟାନ୍ସର ହୁଏ କି ନାହିଁ ।

ହାଇଦ୍ରାବାଦର ନଳିନୀ ମାମଲା କଣ ?: ଏକ ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ହାଇଦ୍ରାବାଦରେ ନଳିନୀ ସତ୍ୟନାରାୟଣ ନାମରେ ଜଣ ମହିଳା ରହୁଥିଲେ । 2010 ମସିହାରେ, ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା, ସେତେବେଳେ ଟେଷ୍ଟରୁ ଜଣାପଡିଥିଲା ଯେ, ସେ କ୍ୟାନ୍ସର ରୋଗରେ ପିଡ଼ୀତ ଅଛନ୍ତି । କିନ୍ତୁ ସେ ତାଙ୍କ ଜୀବନରେ ତମାଖୁ ସେବନ କରିନଥିଲେ । ଏବେ ପ୍ରଶ୍ନ ଉଠିଛି ଯେ ଏହା କିପରି ହେଲା । ଆନ୍ତର୍ଜାତିକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନଳିନୀ କହିଛନ୍ତି ଯେ, ସେ 33 ବର୍ଷ ହେଲା ବିବାହ କରିଥିବା ବେଳେ ସେ ତାଙ୍କ ସ୍ବାମୀଙ୍କ ସହ ରହୁଥିଲେ । ତାଙ୍କ ସ୍ୱାମୀ ଜଣେ ଧୂମପାନକାରୀ, ଏହି କାରଣରୁ ସେ ପ୍ରତିଦିନ ସିଗାରେଟ୍ ଧୂଆଁ ନିଶ୍ବାସରେ ନେଇଥାଆନ୍ତି । ସିଗାରେଟ ଧୂଆଁ ଦ୍ବାରା ଫୁସଫୁସରେ କ୍ୟାନ୍ସର ହୋଇଥିଲା।

ତେବେ ଏହି ବିଷୟକୁ ନେଇ WHOର ମନ୍ତବ୍ୟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ତମାଖୁ ସେବନ ହେତୁ ପ୍ରତିବର୍ଷ ପ୍ରାୟ 8 ମିଲିୟନ ଲୋକଙ୍କ କର୍କଟ ରୋଗରେ ମୃତ୍ୟୁ ହୁଏ । ଏଥିରେ 12 ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ତମାଖୁ ସେବନ ହେତୁ ପରୋକ୍ଷରେ ମୃତ୍ୟୁବରଣ କରିଥାଆନ୍ତି । ଅର୍ଥାତ୍, ଏହି ଲୋକମାନେ କେବଳ ସିଗାରେଟ୍ ଧୂମପାନକାରୀଙ୍କ ସହ ରହୁଥିବାରୁ ଜୀବନ ହରାନ୍ତି । ଅନ୍ୟପକ୍ଷରେ ଯଦି ଆମେ ଭାରତ କଥା ଦେଖିବା, ତେବେ WHOର ରିପୋର୍ଟ ଅନୁଯାୟୀ, ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା 13.5 ଲକ୍ଷରୁ ଅଧିକ ଅଟେ । ଏହାର ଅର୍ଥ ସିଗାରେଟ ଟାଣୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Second Hand Smoke, ଶିଶୁ ଓ ବୟସ୍କଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ଲୋକମାନେ ତମାଖୁର ବିପଦ ବିଷୟରେ ଅବଗତ ହେଉଛନ୍ତି । ଏହାର କାରଣ ହେଉଛି ବର୍ତ୍ତମାନ ତୁଳନାରେ ତମାଖୁ ସେବନ କରୁଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । 2000ରୁ 2020 ବର୍ଷ ତୁଳନାରେ, ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି । 2000 ମସିହାରେ 15 ବର୍ଷରୁ ଅଧିକ 32 ପ୍ରତିଶତ ଲୋକ ତମାଖୁ ବ୍ୟବହାର କରୁଥିଲେ । କିନ୍ତୁ 2020 ମସିହାରେ ଏହି ସଂଖ୍ୟା 20 ପ୍ରତିଶତକୁ ହ୍ରାସ ପାଇଛି । ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ତମାଖୁ ସେବନ ହେତୁ ଜୀବନ ହରାନ୍ତି । ଏହି ସମୟରେ, ଏହାର ପ୍ରଭାବ ପିଲାମାନଙ୍କ ଉପରେ ଅଧିକ ଦେଖାଯାଏ । WHO ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ 65 ହଜାର ଯୁବପିଢି ଧୂମପାନ ଅର୍ଥାତ୍ ପରୋକ୍ଷ ଧୂମପାନ ଯୋଗୁଁ ପ୍ରାଣ ହରାଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.