ହାଇଦ୍ରାବାଦ: ଅମୃତଭଣ୍ଡା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ ଅନେକ ପ୍ରକାର ପୁଷ୍ଟିକର ଅଂଶ ଭରି ରହିଥାଏ । ଅତ୍ୟାବଶ୍ୟକ ଭିଟାମିନ୍ ମିଳଥାଏ ଅମୃତଭଣ୍ଡାରୁ । ସେଥିପାଇଁ ଏହାକୁ ଏକ ସୁପରଫୁଡ୍ ଭାବେ ବିବେଚନା କରାଯାଏ । ସ୍ବାସ୍ଥ୍ୟ ପାଇଁ କଞ୍ଚା ଅମୃତଭଣ୍ଡା ବେଶ୍ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଏହା ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ଆରାମ ଦେଇଥାଏ, କଣ ଏହି ସବୁ ରୋଗ, ଜାଣନ୍ତୁ...
ହଜମ କରିବାରେ ସାହାଯ୍ୟ କରେ: କଞ୍ଚା ଅମୃତଭଣ୍ଡା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏଥିରେ ପେପେନ୍ ପରି ଏନଜାଇମ୍ ଥାଏ, ଯାହା ହଜମ ପାଇଁ ଗ୍ୟାଷ୍ଟ୍ରିକ୍ ଏସିଡ୍ ନିର୍ଗତ ହେବାରେ ସାହାଯ୍ୟ କରିଥାଏ । ଏହି ପୋଷକ ତତ୍ତ୍ୱ ଜୀବାଣୁକୁ ନଷ୍ଟ କରିବାରେ ଏବଂ ପେଟରୁ ବିଷାକ୍ତ ପଦାର୍ଥକୁ ମୁକ୍ତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
କର୍କଟ ରୋକିବାରେ ସାହାଯ୍ୟକାରୀ: କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ୍ ଏବଂ କୋଲୋନ୍ କର୍କଟ ଭଳି କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ଏଥିରେ ଡାଏଟାରୀ ଫାଇବର ଥାଏ, ଯାହା କୋଲନରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିପାରେ ।
କୋଷଗୁଡ଼ିକର ମରାମତି: କଞ୍ଚା ଅମୃତଭଣ୍ଡାରେ ଏନଜାଇମ୍ ଓ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଯେପରିକି ପେପେନ୍ ଏବଂ ଚାଇମୋପେନ୍ ଥାଏ, ଯାହା ଅନେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବିବେଚିତ ହୋଇଥାଏ । ଏହାର କାରଣ ହେଉଛି ସେମାନେ ନୂତନ କୋଷଗୁଡ଼ିକ ପାଇଁ ନିର୍ମାଣକାରୀ ବ୍ଲକ ଭାବରେ କାର୍ଯ୍ୟ କରନ୍ତି ଏବଂ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଏବଂ ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାନ୍ତି ।
ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟକାରୀ: କଞ୍ଚା ଅମୃତଭଣ୍ଡା ଶରୀରରେ ପ୍ରଦାହକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇପାରେ । ଗଳା ସଂକ୍ରମଣ, ଶ୍ବାସକ୍ରିୟା ସଂକ୍ରମଣ ଏବଂ ଶରୀରର ପ୍ରଦାହ ସହିତ ପିରିୟଡ୍ସ ଯନ୍ତ୍ରଣା ଏବଂ ଦୂର କରିବାରେ ସହାୟକ ହୋଇପାରେ କଞ୍ଚା ଅମୃତଭଣ୍ଡା ।
ହୃଦୟକୁ ସୁସ୍ଥ ରଖେ: କଞ୍ଚା ଅମୃତଭଣ୍ଡାରେ ଫାଇବର, ପୋଟାସିୟମ୍ ଏବଂ ଫୋଲେଟ୍ ରହିଥାଏ, ଯାହା ରକ୍ତଚାପକୁ କମ କରିବାରେ ସାହାଯ୍ୟ କରିଥାଏ । ଏଥିସହ ହୃଦଘାତର ଆଶଙ୍କା ମଧ୍ୟ କମ କରିଥାଏ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।