ETV Bharat / sukhibhava

ଋତୁସ୍ରାବ ସମୟରେ ବଢେ ଓଭାରିଆନ ସିଷ୍ଟ, ଜାଣନ୍ତୁ କାରଣ - କ୍ୟାନ୍ସର ହୋଇପାରେ ଓଭାରିଆନ ସିଷ୍ଟ

ଯେତେବେଳେ ମହିଳାମାନଙ୍କର ଋତୁସ୍ରାବ ହୋଇଥାଏ, ସେତେବେଳେ ହରମୋନରେ ପରିବର୍ତ୍ତନ ହୋଇ ଏହି ଓଭାରିଆନ ସିଷ୍ଟ ହୋଇଥାଏ । ଅଧିକ ପଢନ୍ତୁ

ovarian cysts
ovarian cysts
author img

By

Published : Jun 16, 2023, 10:20 AM IST

ହାଇଦ୍ରାବାଦ: ଓଭାରିଆନ ସିଷ୍ଟ ଝିଅମାନଙ୍କ ନିକଟରେ ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ପ୍ରାୟତଃ ଜାଣିନଥାନ୍ତି ଏହି ଓଭାରିଆନ ସିଷ୍ଟ କଣ ?କହିବାକୁ ଗଲେ ଓଭାରିର ଚାରିପାଖରେ ବେଲୁନ ଆକାରର ଗୋଲ ଗୋଲ ହୋଇଯାଇଥାଏ । ଏହାକୁ ସିଷ୍ଟ କୁହନ୍ତି । ଏହି ବେଲୁନ ଆକାରର ଗୋଲ ଭିତରେ ତରଳ ପଦାର୍ଥ ଭର୍ତ୍ତି ହୋଇ ରହିଥାଏ । ତେବେ ଏଠି ପ୍ରଶ୍ନ ଉଠେ ଏହା କଣ ପାଇଁ ହୋଇଥାଏ । ରିସର୍ଚ୍ଚରୁ ଜଣାପଡିଛି ଯେ, ଯେତେବେଳେ ମହିଳାମାନଙ୍କର ଋତୁସ୍ରାବ ହୋଇଥାଏ, ସେତେବେଳେ ହରମୋନରେ ପରିବର୍ତ୍ତନ ହୋଇ ଏହି ଓଭାରିଆନ ସିଷ୍ଟ ହୋଇଥାଏ ।

ପରବର୍ତ୍ତୀ ସମୟରେ କ୍ୟାନ୍ସର ହୋଇପାରେ ଓଭାରିଆନ ସିଷ୍ଟ: ଡାକ୍ତରଙ୍କ ଅନୁଯାୟୀ, ଯଦି ଓଭାରିଆନ୍ ସିଷ୍ଟର ଆକାର ଛୋଟ ହୋଇଥାଏ, ତେବେ ଏହା କ୍ଷତିକାରକ ନୁହେଁ ଏବଂ ଏହା ସମୟ ଅନୁସାରେ ଆପେ ଭଲ ହୋଇଯାଏ । କିନ୍ତୁ ଯଦି ଏହା ବୃଦ୍ଧି ପାଇବା ଆରମ୍ଭ କରେ ତେବେ ଏହା ବହୁତ ଚିନ୍ତାଜନକ ଅଟେ । ବଡ ହୋଇ ଏହା କର୍କଟ ରୋଗ କରିପାରେ । ଏକ ଫୋଲିକଲ୍ ହେଉଛି ଏକ ଛୋଟ ଥଳି ପରି ଗଠନ ଯାହା ପ୍ରତ୍ୟେକ ଥର ଋତୁସ୍ରାବ ସମୟରେ ବଢିଥାଏ । ଯେତେବେଳେ ଓଭାରିରୁ ଓଭର ବାହାରିଥାଏ ସେତେବେଲେ ଫୋଲିକଲ୍ ବଡ ହୋଇଥାଏ । କିନ୍ତୁ ଏହା ଦୁଇରୁ ତିନି ସପ୍ତାହ ମଧ୍ୟରେ ଅଦୃଶ୍ୟ ହୁଏ । ହରମୋନ୍ ପରିବର୍ତ୍ତନ, ଗର୍ଭଧାରଣ ଏବଂ ଏଣ୍ଡୋମେଟ୍ରିଓସିସ୍ ହେଉଛି କେତେକ କାରଣ ଯାହା ଏକ ଓଭାରିନ୍ ସିଷ୍ଟର ବିକାଶ କରିଥାଏ ।

ସିଷ୍ଟ କାରଣରୁ ଏହା ଦେଖାଯାଏ: କେତେକ ସିଷ୍ଟସ୍ ଆଲସର ଭଳି ହୋଇଥାଏ ଏବଂ କ୍ୟାନ୍ସର ହୋଇନଥାଏ । ଏହାର ସାଂଘାତିର ଲକ୍ଷଣ ମଧ୍ୟରେ ଋତୁସ୍ରାବର ସମୟରେ ପରିବର୍ତ୍ତନ ହୋଇଥାଏ । ଏହାସହ ତଳ ପେଟରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । ପ୍ରତ୍ୟେକ ମହିଳା ସିଷ୍ଟର ଲକ୍ଷଣ ଭିନ୍ନ ହୋଇପାରେ । ଯେ କୌଣସି ମହିଳା ସିଷ୍ଟ କାରଣରୁ ସାମାନ୍ୟ କିମ୍ବା ପ୍ରବଳ ଯନ୍ତ୍ରଣା ଅନୁଭବ କରିପାରନ୍ତି । କିନ୍ତୁ ତଳ ପେଟ ଯନ୍ତ୍ରଣା ସମସ୍ତଙ୍କର ନିକଟରେ ଦେଖାଯାଇଥାଏ।

ଓଭାରିଆନ ସିଷ୍ଟର ପ୍ରକାରଭେଦ:

ଫଙ୍କସନାଲ ଓଭାରିଆନ ସିଷ୍ଟ: ଏହା ପ୍ରାୟତଃ ଛୁଆଜନ୍ମ କରିବା ବୟସରେ ହୋଇଥାଏ । ଓଭ୍ୟୁଲେସନରେ ତ୍ରୁଟି ଯୋଗୁଁ ଏହା ହୋଇଥାଏ।

ସିଷ୍ଟାଡେନୋମାସ: ଏହି ସିଷ୍ଟସ୍ ଡିମ୍ବାଣୁର ବାହ୍ୟ ଅଂଶକୁ ଆଚ୍ଛାଦନ କରୁଥିବା କୋଷଗୁଡ଼ିକ ହେତୁ ବିକଶିତ ହୁଏ । ଏହି ସିଷ୍ଟସ୍ ଡିମ୍ବାଣୁ ଭିତରେ ବିକଶିତ ହୁଏ ନାହିଁ କିନ୍ତୁ ବାହାରେ ଲାଗି ରହିଥାଏ ।

ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍: PCOS ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ସମସ୍ୟା ସାଧାରଣତଃ ମହିଳା କିମ୍ବା ଝିଅମାନଙ୍କ ଠାରେ ଦେଖାଯାଏ । PCOSରେ ପୀଡିତ ମହିଳାମାନଙ୍କରେ ଅନିୟମିତତା, ଋତୁସ୍ରାବ ନହେବା, ଓଜନ ବୃଦ୍ଧି, ବ୍ରଣ, ତ୍ୱଚା ଓ ଚର୍ମରେ ହାଇପରପିଗମେଣ୍ଟେସନ୍, କେଶ ଝଡ଼ିବା, ମୁଡ୍ ସୁଇଙ୍ଗ୍ ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଦିଏ ।

ଏଣ୍ଡୋମେଟ୍ରିଓମାସ: ଏଣ୍ଡୋମେଟ୍ରିଓମାସ୍ ହେଉଛି ଏକ ଅବସ୍ଥା ଯେଉଁଠାରେ ଗର୍ଭ ଭିତରୁ ଟିସୁ ଏହା ବାହାରେ ମିଳିଥାଏ ଏବଂ ରକ୍ତରେ ପରିପୂର୍ଣ୍ଣ ସିଷ୍ଟସ୍ ଗଠନ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.