ETV Bharat / sukhibhava

ଚୀନରେ ପୁଣି ଲକଡାଉନ, ବ୍ୟାପୁଛି ଆଉ ଏକ ଭୂତାଣୁ

author img

By

Published : Oct 12, 2022, 4:01 PM IST

ପୁଣି ଚୀନରେ ଲକଡାଉନ ଘୋଷଣା । ଆଉ ଏକ ଓମିକ୍ରନ୍ ସବ୍-ଭାରିଆଣ୍ଟ ବୃଦ୍ଧି ପାଉଥିବା ସୂଚନା(China detects new Omicron sub variants) । ଅଧିକ ପଢନ୍ତୁ

ପୁଣି ଚୀନରେ ଲକଡାଉନ, ବ୍ୟାପୁଛି ଆଉ ଏକ ଭୂତାଣୁ

ବେଜିଂ: ପୁଣି ଚୀନରେ ବୃଦ୍ଧି ପାଉଛି ଆଉ ଏକ ଭାଇରସ୍(China detects new Omicron sub-variants) । ଓମିକ୍ରନର ସବ୍ ଭାରିଆଣ୍ଟ BF.7 ଦୃତଗତିରେ ସଂକ୍ରମଣ କରୁଥିବା ଜଣାପଡିଛି । ଫଳରେ ଚୀନରେ ପୁଣିଥରେ ଗମନାଗମନରେ କଟକଣା ସାଙ୍ଗକୁ ଲକଡାଉନ୍ କରାଯାଇଛି । ଏକାସାଙ୍ଗରେ, ଦେଶ ନୂତନ ଓମିକ୍ରନ୍ ସବ୍-ଭାରିଆଣ୍ଟସ୍ BF.7 ଏବଂ BA.5.1.7 (Omicron sub variants BF7 and BA517) ଚିହ୍ନଟ କରାଯାଇଛି, ଯାହା ଦୃତଗତିରେ ସଂକ୍ରମିତ ହେଉଥିବା ବେଳେ ମାରାତ୍ମକ ମଧ୍ୟ ।

BF.7 (BA.2.75.2 ଭାବରେ ମଧ୍ୟ ଜଣାଶୁଣା) କୋଭିଡ୍ ଓମିକ୍ରନ୍ ପ୍ରକାର BA.5.2.1 ର ଏକ ସବ୍-ଭାରିଆଣ୍ଟ । ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଅକ୍ଟୋବର 4 ରେ ୟନ୍ତାଇ ଏବଂ ଶୋଗୁଆନ୍ ସହରରେ BF.7 ଚିହ୍ନଟ ହୋଇଥିଲା । ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସବ୍-ଭାରିଆଣ୍ଟ BA.5.1.7 ପ୍ରଥମ ଥର ପାଇଁ ଚୀନରେ ଚିହ୍ନଟ ହୋଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମାରାତ୍ମକ Bf.7 ସବଭାରିଆଣ୍ଟ ବିରୋଧରେ ଚେତାବନୀ ଦେଇଛି । ଚାଇନାରେ ନୂଆ କୋଭିଡ ମାମଲା ବଢିବାରେ ଲାଗିଛି, ଯାହା ଦ୍ବାରା ସ୍ଥାନୀୟ ସରକାରଙ୍କ ପକ୍ଷରୁ କୋଭିଡ କଟକଣାକୁ କଡାକଡି କରାଯାଇଛି । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଦର୍ଶନୀୟ ସ୍ଥାନଗୁଡିକ ସାମୟିକ ଭାବେ ବନ୍ଦ ରଖାଯାଇଛି ।

ସେପଟେ ଆମ ଦେଶରେ, ଗତ 24 ଘଣ୍ଟା ମଧ୍ୟରେ କରୋନାରେ 2,139 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା 4,46,18,533 କୁ ବୃଦ୍ଧି ପାଇଛି । ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 27,374 ରୁ 26,292 କୁ ହ୍ରାସ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ବୁଧବାର(12 ଅକ୍ଟୋବର) ସକାଳ 8 ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ କାରଣରୁ 13 ଜଣଙ୍କ ମୃତ୍ୟୁ ଘଟିଛି, ଫଳରେ ମୃତ୍ୟୁ ସଂଖ୍ୟା 5,28,835 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.