ETV Bharat / sukhibhava

ପ୍ରାଣଘାତୀ ହୋଇପାରେ ସୁଗାର ଫ୍ରି, ପରାମର୍ଶ ଦେଲା ହୁ

ନନ ସୁଗାର ସ୍ବିଟନର ବା ସୁଗାର ଫ୍ରିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶ । ଶରୀର ପାଇଁ କ୍ଷତିକାରକ ଏନଏସଏସ । ଅଧିକ ପଢନ୍ତୁ

author img

By

Published : May 27, 2023, 1:06 PM IST

non sugar sweeteners are harmful for health

ହାଇଦ୍ରାବାଦ: ଖାଦ୍ୟରେ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି ? ହୋଇପାରେ କ୍ଷତି କାରକ । ଚିନି ପରିବର୍ତ୍ତେ ନନ୍ ସୁଗାର ସ୍ବିଟନର(NSS) ବା ସୁଗାର ଫ୍ରିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହା ସ୍ବାସ୍ଥ୍ୟ ପକ୍ଷେ ଅଧିକ କ୍ଷତିକାରକ ହୋଇଥିବା ବେଳେ ଏହାକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଛି ।

ସାଧାରଣତଃ ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତ ବ୍ୟକ୍ତି ଏହି ସୁଗାର ଫ୍ରି ବ୍ୟବହାର କରିଥାଆନ୍ତି । ଓଜନକୁ ନିୟନ୍ତ୍ରଣ କରିବା ସହ ନନକମ୍ୟୁନିକେବୁଲ ରୋଗ ନହେବା ପାଇଁ ଏହାକୁ ବ୍ୟବହାର କରାଯାଇଥିାଏ । ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହା ଅଧିକ ପ୍ରଭାବ ପକାଉ ନଥିବା ବେଳେ ହୃଦରୋଗୀଙ୍କ ପାଇଁ ଏହା ଆତ୍ମଘାତୀ ହୋଇପାରେ ବୋଲି ହୁର ଏକ ମାର୍ଗଦର୍ଶିକା ଜାରି କରିଛି । ଚିନିର ବ୍ୟବହାରକୁ ଅନେକ ନାପସନ୍ଦ କରନ୍ତି । ଏଥିଲାଗି ସୁଗାର ଫ୍ରିର ବ୍ୟବହାର କରନ୍ତି । ସୁଗାର ଫ୍ରିରେ କ୍ୟାଲୋରୀର ପରିମାଣ କମ ରହିଥାଏ । ତଥାପି ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ ।

ଏନେଇ ‘ହୁ’ର ପୋଷଣ ଏବଂ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ ଫ୍ରାନସେସକୋ ବ୍ରେନକା କହିଛନ୍ତି, ଚିନି ପରିବର୍ତ୍ତେ ସୁଗାର ଫ୍ରିର ବ୍ୟବହାର କରି ଓଜନ ନିୟନ୍ତ୍ରଣ କରିବା କଷ୍ଟକର । ସୁଗାର ଫ୍ରି ପରିବର୍ତ୍ତେ ଲୋକ ଆହୁରି ମଧ୍ୟ ଚିନିର ବିକଳ୍ପରୁ ବ୍ୟବହାର କରିପାରିବେ । ପ୍ରାକୃତିକ ଫଳରେ ରହିଥିବା ଉପାଦାନକୁ ଏହାର ବିକଳ୍ପ ଭାବେ ବ୍ୟବହାର କରି ହେବ । ଡାଏଟ କ୍ଷେତ୍ରରେ ଏହା ଏତେଟା ପ୍ରଭାବଶାଳୀ ନୁହେଁ । ସୁଗାର ଫ୍ରିର ବ୍ୟବହାର ଟାଇପ 2 ଡାଇବେଟିସ, ହୃଦରୋଗ ଏବଂ ପ୍ରାପ୍ତ ବୟସ୍କଙ୍କ ଆତ୍ମଘାତୀ ହୋଇପାରେ । ଏନ୍‌ଏସ୍‌ଏସରେ ଆସଲଫେମ୍‌ କେ, ଆସପରଟେମ, ଆଡଭାନ୍ସଟେମ, ସାଇକ୍ଲେମେଟସ, ନିଓଟେମ, ସାକାରିନ, ସୁକ୍ରାଲୋଜ, ଷ୍ଟିଭିଆ ଏବଂ ଷ୍ଟିଭିଆ ଡେରିଭେଟିଭ୍‌ସ ରହିଛି । ତେବେ ଏହା ଶରୀରକୁ କ୍ଷତି ପହଞ୍ଚାଇ ପାରେ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Miyawaki Forest: ଏହି ସ୍ଥାନରେ ଖୋଲିବ ଭାରତର ପ୍ରଥମେ ନେଚର ଲ୍ୟାବ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ପ୍ରକାଶ ଥାଉକି, ଗତ ଦୁଇମାସ ପୂର୍ବରୁ ସୁଗାର ଫ୍ରିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହାର ବ୍ୟବହାର ପରବର୍ତ୍ତୀ ସମୟରେ ଷ୍ଟ୍ରୋକ୍, ହୃଦଘାତ, ରକ୍ତ ଜମାଟ ବାନ୍ଧିବା ସମସ୍ୟା ହୋଇପାରେ ବୋଲି ଜଣାପଡିଥିଲା । ଏଥିରେ ଏରିଥ୍ରିଟଲ ବ୍ୟବହୃତ ହେଉଥିବାରୁ ଏହା ଏହି ସବୁ ରୋଗର କାରଣ ସାଜିପାରେ ବୋଲି କୁହାଯାଇଛି ।

ଆମେରିକା ଏବଂ ୟୁରୋପର 4,000 ଲୋକଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କିଛି ଲୋକ ପୂର୍ବରୁ ହୃଦ୍‌ରୋଗର ଅଧିକ ବିପଦ ସହ ଜଡିତ ଥିଲେ । ଅଧ୍ୟୟନକାରୀମାନେ ରକ୍ତ କିମ୍ବା ପ୍ଲେଟ୍‌ଲେଟ୍‌ରେ 'ଏରିଥ୍ରିଟଲ୍' ଲିଙ୍କ୍ ଅଛି କି ନାହିଁ ସେ ଉପରେ ପରୀକ୍ଷା ନୀରିକ୍ଷା କରିଥିଲେ । ଫଳାଫଳରୁ ଜଣାପଡିଲା ଯେ, 'ଏରିଥ୍ରିଟଲ୍' ରକ୍ତ ଜମାଟ ବାନ୍ଧିବା, ହୃଦଘାତ ଏବଂ ଷ୍ଟ୍ରୋକ୍ ବିପଦ ସହ ଜଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.