ETV Bharat / sukhibhava

Nipah Virus VS Covid-19: କୋରୋନାଠୁ 20% ଅଧିକ ଘାତକ ନିପା ଭାଇରସ

author img

By ETV Bharat Odisha Team

Published : Sep 16, 2023, 1:56 PM IST

କେରଳରେ ନିପା ଭାଇରସର ଆତଙ୍କ ଜାରି ରହିଛି । ତେବେ କୋରୋନା ଠାରୁ ନିପା ଭାଇରସ ମୃତ୍ୟୁହାର ଅଧିକ ବୋଲି ସତର୍କ କରାଇଛନ୍ତି ICMR ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ

Nipah Virus VS Covid-19
Nipah Virus VS Covid-19

ହାଇଦ୍ରାବାଦ: ପୂର୍ବରୁ ନିପା ଭାଇରସ କେରଳରେ ଆତଙ୍କ ମଚାଇଥିବା ବେଳେ ଏବେ ପୁଣି ଏବେ ଶିରୋନାମାରେ ରହିଛି । ଦେଶରେ ବର୍ତ୍ତମାନ କୋରୋନା ଭାଇରସ ନିୟନ୍ତ୍ରଣରେ ରହିଥିବା ବେଳେ କେରଳରେ କଡ ଲେଉଟାଉଛି ନିପା ଭାଇରସ । କେରଳର କୋଝିକୋଡେରେ ବ୍ୟାପିବାରେ ଲାଗିଛି ନିପା ଭାଇରସ । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାରି ଭିତରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଡିଡି ରାଜୀବ ବହଲ ଏକ ଚିନ୍ତାଜନକ ସୂଚନା ଦେଇଛନ୍ତି ।

ତାଙ୍କ କହିବା ଅନୁସାରେ,"ନିପା ଭାଇରସରେ ମୃତ୍ୟୁ ହାର 40-70 ପ୍ରତିଶତ ମଧ୍ୟରେ ରହିଛି । ଏହା ବ୍ୟତୀତ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଷ୍ଟ୍ରେଲିଆରୁ 20 ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବାକୁ ନିଷ୍ପତ୍ତି ନେଇଛନ୍ତି । 2018 ମସିହାରେ ଆମେ ଅଷ୍ଟ୍ରେଲିଆରୁ ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକର କିଛି ମାତ୍ରା କିଣିଥିଲୁ । ବର୍ତ୍ତମାନ ଏହି ମାତ୍ରା କେବଳ 10 ରୋଗୀଙ୍କ ପାଇଁ ଉପଲବ୍ଧ ରହିଛି । ତେଣୁ ଆଉ 20 ଡୋଜ କିଣିବାର ଆବଶ୍ୟକତା ରହିଛି । କିନ୍ତୁ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଔଷଧ ଦେବାକୁ ପଡିବ ।"

କୋରୋନା ଠାରୁ ବିପଦଜ୍ଜନକ ନିପା ଭାଇରସ: ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଏହି ଭାଇରସ 100 ଜଣଙ୍କୁ ସଂକ୍ରମିତ କରିଲେ ସେମାନଙ୍କ ମଧ୍ୟରୁ 40ରୁ 70 ଜଣଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି । ଯଦି କୋରୋନା ମୃତ୍ୟୁହାର ଦେଖିବା ତାହେଲେ ଏହା 2ରୁ 3 ପ୍ରତିଶତ ରହିଥିଲା । ତେଣୁ ଆକଳନ ଅନୁସାରେ, କୋରୋନା ଭାଇରସ ତୁଳନାରେ ନିପା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁହାର ଅଧିକ ରହିଛି । ବର୍ତ୍ତମାନ ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛୁ ଏବଂ ସମସ୍ତେ ସତର୍କ ରହିବା ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ: Nipah Virus: କୋଜିକୋଡରେ 2ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପୁଛି ନିପା: ଏକ ରିପୋର୍ଟ ଅନୁସାରେ, କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିଶ୍ଚିତ କରିଛନ୍ତି ଯେ, ଏହା ହେଉଛି ବାଂଲାଦେଶୀ ଷ୍ଟ୍ରେନ ଏବଂ ଏହା ମଣିଷଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥାଏ । କେରଳରେ ନିପା ଭାଇରସ ଯୋଗୁଁ ଦୁଇ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ସଂକ୍ରମଣ କମ ରହିଥିଲେ ହେଁ ମୃତ୍ୟୁହାର ଅଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହି ଭୂତାଣୁ ପାଇଁ କୌଣସି ଚିକିତ୍ସା କିମ୍ବା ଭ୍ୟାକ୍ସିନ ବାହାରି ନାହିଁ, କିନ୍ତୁ ସତର୍କ ରହିଲେ ସଂକ୍ରମଣକୁ ରୋକାଯାଇପାରିବ ।

ନିପା ଭାଇରସ କଣ: ନିପା ଭାଇରସ୍ ହେଉଛି ଏକ ଜୁନୋଟିକ ଭାଇରସ । ଅର୍ଥାତ୍ ଏହି ଭୂତାଣୁ ପଶୁମାନଙ୍କ ଠାରୁ ମନୁଷ୍ୟକୁ ସଂକ୍ରମିତ କରିଥାଏ । ଏହା ଚମେଡି ଏବଂ ଘୁଷୁରି ପରି ପଶୁମାନଙ୍କଠାରୁ ମନୁଷ୍ୟକୁ ଆସିଥାଏ । ଏହି ଭୂତାଣୁ ସଂକ୍ରମିତ ଖାଦ୍ୟ ମାଧ୍ୟମରେ ଏବଂ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବିସ୍ତାର ହୋଇପାରେ । ତେବେ ଏହି ଭାଇରସରେ ଆକ୍ରାନ୍ତ ହେବା ପରେ ସଙ୍ଗେସଙ୍ଗେ ଲକ୍ଷଣ ଦେଖାଯାଇ ନଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ନିପା ଭାଇରସ ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ବାହାରିପାରି ନାହିଁ । ଯଦି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ଆବଶ୍ୟକ । ରକ୍ତ ଏବଂ ପରିସ୍ରା ପରୀକ୍ଷା, RTPCR ସାହାଯ୍ୟରେ ଏହା ନିଶ୍ଚିତ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.