ETV Bharat / sukhibhava

‘ଏ’ ବ୍ଲଡ୍ ଗ୍ରୁପ୍ ଏବଂ କୋଭିଡ-19 ସଂକ୍ରମଣ ମଧ୍ୟରେ ଲିଙ୍କ୍ ନେଇ ଅନୁଧ୍ୟାନରୁ ମିଳିଛି ତଥ୍ୟଗତ ପ୍ରମାଣ - SARS-CoV- RBD

କାହିଁକି କୋଭିଡ-19 ଗୁରୁତର ଆକାର ଧାରଣ କରୁଛି ତାହା ଚିହ୍ନଟ କରିବା ଏବଂ ଏହାର କାରଣ ବାହାର କରିବା ପାଇଁ ବିଶ୍ବବ୍ୟାପୀ ଗବେଷଣା ଓ ଅନୁଧ୍ୟାନ ଚାଲିଛି । କିଛି ନିର୍ଦ୍ଦିଷ୍ଟ ରକ୍ତ କଣିକା ସହ ଏହି ରୋଗ ଆକ୍ରାନ୍ତ ହେବାର ଅଧିକ ଭୟ ଜଡିତ ଥିବା ନେଇ ଏବେ ଅଧିକ ପ୍ରାମାଣିକ ତଥ୍ୟ ମିଳିଛି । ଅଧିକ ପଢନ୍ତୁ...

Blood Group A and Risk of COVID-19
‘ଏ’ ବ୍ଲଡ୍ ଗ୍ରୁପ୍ ଏବଂ କୋଭିଡ-19 ସଂକ୍ରମଣ ମଧ୍ୟରେ ଲିଙ୍କ୍ ନେଇ ଅନୁଧ୍ୟାନରୁ ମିଳିଛି ତଥ୍ୟଗତ ପ୍ରମାଣ
author img

By

Published : Mar 12, 2021, 9:31 PM IST

ୱାଶିଂଟନ: କାହିଁକି କୋଭିଡ-19 ଗୁରୁତର ଆକାର ଧାରଣ କରୁଛି ତାହା ଚିହ୍ନଟ କରିବା ଏବଂ ଏହାର କାରଣ ବାହାର କରିବା ପାଇଁ ବିଶ୍ବବ୍ୟାପୀ ଗବେଷଣା ଓ ଅନୁଧ୍ୟାନ ଚାଲିଛି । କିଛି ନିର୍ଦ୍ଦିଷ୍ଟ ରକ୍ତ କଣିକା ସହ ଏହି ରୋଗ ଆକ୍ରାନ୍ତ ହେବାର ଅଧିକ ଭୟ ଜଡିତ ଥିବା ନେଇ ଏବେ ଅଧିକ ପ୍ରାମାଣିକ ତଥ୍ୟ ମିଳିଛି । ନିକଟରେ ଏ ନେଇ ହୋଇଥିବା ଏକ ପ୍ରାରମ୍ଭିକ ପରୀକ୍ଷାରୁ ଜଣାଯାଇଛି ଯେ, କୋଭିଡ-19 ଆକ୍ରାନ୍ତ କରୁଥିବା ଭାଇରସ୍ SARS-CoV-2 ବିଶେଷ କରି ଯାହାର ଶ୍ବାସକ୍ରିୟା କୋଷରେ ବ୍ଲଡ ଗ୍ରୁପ୍ ଏ ଆଣ୍ଟିଜେନ୍ ମାତ୍ରା ଥିବ ସେମାନଙ୍କ କ୍ଷେତ୍ରରେ ସହଜରେ ସଂକ୍ରମିତ ହେବ।

ଅନୁଧ୍ୟାନରେ ଗବେଷଣାକାରୀଙ୍କ ଆକଳନ ଅନୁଯାୟୀ SARS-CoV-2 ଭାଇରସର ପୁରୋଭାଗରେ ରିସେପଟର ବାଇଣ୍ଡିଙ୍ଗ୍ ଡୋମେନ୍ (RBD) ନାମରେଏକ ପ୍ରୋଟିନ ରହୁଛି। RBD ହେଉଛି ଭାଇରସର ଏକ ଅଂଶ ବିଶେଷ ଯାହା କି ରକ୍ତ କୋଷଗୁଡ଼ିକ ଦ୍ବାରା ଆକର୍ଷିତ ହୋଇଥାନ୍ତି। ସୁତରାଂ ସଂକ୍ରମଣ କିପରି ଘଟୁଛି ତାହା ବୁଝିବା ଦିଗରେ ଏହା ଏକ ଅତି ଗୁରୁତ୍ବପୂର୍ଣ୍ଣ ଗବେଷଣା।

ଶ୍ବାସକ୍ରିୟା କୋଷର ସିନ୍ଥେଟିକ୍ ବ୍ଲଡ ଗ୍ରୁପ୍ ଆଣ୍ଟିଜେନସ ଏବଂ ବ୍ଲଡ ଗ୍ରୁପ୍ ଏ,ବି ଏବଂ ଓ ବ୍ୟକ୍ତିବିଶେଷଙ୍କ ପାଖରୁ ମିଳୁଥିବା ଲାଲ ରକ୍ତ କୋଷକୁ ନେଇ ଗବେଷଣାକାରୀଙ୍କ ଏକ ଦଳ ଅନୁଧ୍ୟାନ କରିଛନ୍ତି । SARS-CoV-2 RBD ପ୍ରତିଟି ବ୍ଲଡ ଗ୍ରୁପ୍ ନେଇ କିପରି ସଂକ୍ରମିତ ହେଉଛି ତାହାକୁ ନେଇ ଏହି ଟିମ୍ ଅନୁଧ୍ୟାନ କରିଛନ୍ତି । ବ୍ଲଡ ଗ୍ରୁପ୍ ଏ ଥିବା ଶ୍ବାସକ୍ରିୟା କୋଷ ପ୍ରତି RBD ଅଧିକ ଭାବେ ଆକର୍ଷିତ ହେଉଥିବା ସେମାନେ ଜାଣିବାକୁ ପାଇଛନ୍ତି । ହେଲେ ଏଥିରେ ଏ ବ୍ଲଡ ଗ୍ରୁପର ଲାଲ୍ ରକ୍ତ କୋଷ କିମ୍ବା ଅନ୍ୟ ବ୍ଲଡ ଗ୍ରୁପ୍ଥି ବା ଶ୍ବାସକ୍ରିୟା କିମ୍ବା ଲାଲ ରକ୍ତ କୋଷ ପ୍ରତି RBD ଆକର୍ଷିତ ହୋଇନଥାଏ।

‘ଏ’ ବ୍ଲଡ ଗ୍ରୁପର ବ୍ୟକ୍ତିବିଶେଷଙ୍କ ଫୁସଫୁସରେ ଥିବା ‘ଏ’ ବ୍ଲଡ ଗ୍ରୁପ୍ ଆଣ୍ଟିଜେନକୁ RBD ସହଜରେ ଚିହ୍ନଟ କରି ଯୋଡି ହୋଇ ଯାଆନ୍ତି। ଏହି କାରଣରୁ ‘ଏ’ ବ୍ଲଡ ଗ୍ରୁପ ଏବଂ କୋଭିଡ-19 ସଂକ୍ରମଣ ମଧ୍ୟରେ ସମ୍ଭାବ୍ୟ ଲିଙ୍କ୍ ଥିବା ନେଇ ଅନୁଧ୍ୟାନରୁ ଜଣାପଡ଼ିଛି ।

" ସବୁଠାରୁ ମଜାର ବିଷୟ ହେଉଛି ସଂକ୍ରମଣ ହେଉଥିବା RBD ଶ୍ବାସକ୍ରିୟା କୋଷରେ ରହୁଥିବା ‘ଏ’ ବ୍ଲଡ ଗ୍ରୁପ ଆଣ୍ଟିଜେନ ପ୍ରତି କେବଳ ଆକର୍ଷିତ ହୋଇଥାଏ। ଏପରି ଭାବେ ଭାଇରସ ଅଧିକାଂଶ ରୋଗୀଙ୍କ ଶରୀରରେ ପ୍ରବେଶ କରି ସେମାନଙ୍କୁ ସଂକ୍ରମିତ କରିଥାଏ ବୋଲି ଗବେଷଣା ରିପୋର୍ଟ ପ୍ରସ୍ତୁତ କରିଥିବା ଡକ୍ଟର ସିନ୍ ଆର. ଷ୍ଟୋୱେଲ୍କ ହିଛନ୍ତି । ବ୍ଲଡ୍ ଗ୍ରୁପ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବାରୁ ଏହା ଏକ ଚ୍ୟାଲେଞ୍ଜ, କାରଣରୁ ଏହାକୁ ଆମେ ବଦଳାଇ ପାରିବା ନାହିଁ । ଯଦି ଲୋକଙ୍କ ବ୍ଲଡ୍ ଗ୍ରୁପ୍ ସହ ଭାଇରସର ପ୍ରତିକ୍ରିୟା କିପରି ରହୁଛି ତାହା ଆମେ ଜାଣିପାରିବା ତେବେ ହୁଏତ ନୂଆ ଔଷଧ କିମ୍ବା ନିଦାନର ନୂଆ ପ୍ରଣାଳୀ ଆମେ ବାହାର କରିପାରିବା ବୋଲି ସେ କହିଛନ୍ତି।

ସେମାନଙ୍କର ପର୍ଯ୍ୟବେକ୍ଷଣକୁ ଆଧାର କରି ଏହି ଟିମ୍ ଏବେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ପ୍ରକୃତରେ ଶ୍ବାସକ୍ରିୟା ସିଣ୍ତ୍ରୋମ୍ (SARS) ସୃଷ୍ଟି କରୁଥିବା ଭାଇରସକୁ SARS-CoV- RBD ପସନ୍ଦ କରୁଛି କି ନାହିଁ । ଯଦିଓ ଭାଇରସ ଅନେକ ଆକାରରେ ଆକ୍ରମଣ କରିଥାନ୍ତି, SARS-CoV- RBD ଶ୍ବାସକ୍ରିୟା କୋଷରେ ଥିବା ଗ୍ରୁପ୍ ଏ ଆଣ୍ଚିଜେନକୁ ବାନ୍ଧି ରଖିଥାଏ ।

ଡକ୍ଟର ଷ୍ଟୋୱେଲ ଏବଂ ତାଙ୍କ ଟିମ୍ ପ୍ରସ୍ତୁତ କରିଥିବା ଗବେଷଣା ରିପୋର୍ଟରେ SARS- CoV-2 ଏବଂ SARS-CoV ପରି କରୋନା ଭାଇରସ୍ କିପରି ବିଭିନ୍ନ ବ୍ଲଡ୍ ଗ୍ରୁପ୍ ରୋଗୀଙ୍କୁ ପ୍ରଭାବିତ କରିଥାଏ ତାହା ବିସ୍ତୃତ ଭାବେ ଉଲ୍ଲେଖ କରିନାହାଁନ୍ତି କିମ୍ବା ଏହାର ପ୍ରତିଷେଧକ ନେଇ ବି କିଛି କହିନାହାଁନ୍ତି । ସେମାନେ କେବଳ ଗବେଷଣାଗାରରେ କରିଥିବା ପରୀକ୍ଷା ରିପୋର୍ଟ ଉଲ୍ଲେଖ କରିଛନ୍ତି ଏବଂ କେଉଁ ପ୍ରକାର ବ୍ଲଡ୍ ଗ୍ରୁପ୍ ନେଇ କୋଭିଡ-19 ସଂକ୍ରମଣ କିପରି ହୋଇଥାଏ ତାହା ଦର୍ଶାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.